ଜାନୁଆରୀ ୨୪ରୁ ଜେଇଇ ମେନ୍‌ ପରୀକ୍ଷା…

ବାସ୍ତବ ବ୍ୟୁରୋ: ଆସନ୍ତା ଜାନୁଆରୀ ମାସରେ ଅନୁଷ୍ଠିତ ହେବ ଜେଇଇ ମେନ୍ ପରୀକ୍ଷା। ଜାନୁଆରୀ ୨୪ରୁ ୩୧ତାରିଖ ପର୍ଯ୍ୟନ୍ତ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଅନୁଷ୍ଠିତ ହେବ ଜେଇଇ ମେନ୍ ପରୀକ୍ଷା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ଦ୍ୱାରା ଆୟୋଜିତ ହେଉଥିବା ଏହି ପରୀକ୍ଷା ନିମନ୍ତେ ଡିସେମ୍ବର ୧୫ରୁ ଅନଲାଇନ ଆବେଦନ ପତ୍ର ଆରମ୍ଭ ହୋଇଛି ଓ ଆବେଦନର ଶେଷ ତାରିଖ ଜାନୁଆରୀ ୧୨ତାରିଖ ରହିଛି।

ସୂଚନାନୁଯାୟୀ, ଜେଇଇ(ମେନ୍) ପରୀକ୍ଷା ଦୁଇଟି ସିଟିଂରେ ହେବ । ଏହି ପରୀକ୍ଷା ଓଡ଼ିଆ ସମେତ ମୋଟ ୧୩ଟି ଭାଷାରେ ହେବ । ପରୀକ୍ଷା ଜାନୁଆରୀ ୨୪, ୨୫, ୨୭,୨୮,୨୯ ,୩୦ ଓ ୩୧ତାରିଖରେ ହେବାକୁ ଥିବାବେଳେ ପରୀକ୍ଷା କେନ୍ଦ୍ରଗୁଡ଼ିକର ଘୋଷଣା ଆସନ୍ତା ଜାନୁଆରୀ ଦ୍ୱିତୀୟ ସପ୍ତାହରେ ହେବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ ମହାନଗର ନିଗମ ପକ୍ଷରୁ ଉଚ୍ଛେଦ ଅଭିଯାନ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ...

Fri Dec 16 , 2022
ସଂଜୟ ଶତପଥୀ(କଟକ):ଆଜି କଟକ ମହାନଗର ନିଗମ ପକ୍ଷରୁ କଟକର ମଲାଚଣ୍ଡିଆ ଛକ ଠାରୁ ବାଦାମବାଡ଼ି ଛକ ପର୍ଯ୍ୟନ୍ତ ଉଠାଦୋକାନୀ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନିଜର ପେଟ ଚାଖଣ୍ଡକ ଲାଗି ରାସ୍ତା କଡ଼ରେ ନିଜର ବେପାର ପସରା ଖୋଲିଥିବା ବହୁତ ଗରୀବ ଲୋକମାନେ ଏହି କାର୍ଯ୍ୟକ୍ରମରେ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଆଗକୁ ହେବାକୁ ଥିବା ବିଶ୍ବକପ୍ ହକି ଖେଳ, ବାଦାମବାଡ଼ି ବସଷ୍ଟାଣ୍ଡର ନବୀକରଣ ଏବଂ କଟକ ସହରରେ ୪ ଲେନ୍ […]

You May Like

Pin It on Pinterest