କଟକ ରେ ବିଜେପି ତରଫରୁ ପାକିସ୍ଥାନ ମନ୍ତ୍ରୀ ଭୁଟୋ’ଙ୍କ କୁଶପୁତ୍ତଳିକା ଦାହ…

ସଂଜୟ ଶତପଥୀ(କଟକ): ପାକିସ୍ଥାନ ମନ୍ତ୍ରୀ ବିଲାବଲ ଭୂଟୋ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଅଭାଦ୍ରୋଚିତ ଟିପ୍ପଣୀ(ଗୁଜୁରାଟ ର କଂସେଇ )ଦେଇଥିବାରୁ କଟକ ନଗର ବିଜେପି ତରଫରୁ ଆଜି କଲେଜଚ୍ଛକ ଠାରେ ଅପରାହ୍ନରେ ଏକ ପ୍ରତିବାଦ ସଭା ସହ ଭଟ୍ଟ ‘ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

କଟକ ନଗର ଜିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଶ୍ରୀ ନୟନ କିଶୋର ମହାନ୍ତି, ସିକନ୍ଦର ଅଲ୍ଲୀ, ବିଶ୍ୱରଞ୍ଜନ ମିଶ୍ର, ଭାଗିରଥି ଦଳେଇ, ମନମୋହନ ଉପାଧ୍ୟାୟ,ପ୍ରବୀଣା ମହାପାତ୍ର, ସତ୍ୟବ୍ରତ ମିଶ୍ର, ମହମ୍ମଦ ସବିର,ଗୋପାଳ ବେହେରା, ଦୀପକ ଦାସ, ଲକ୍ଷ୍ମୀଧର ବେହେରା, ମହେନ୍ଦ୍ର ମହାନ୍ତି,ଗଗନ ଓଝା, ରତନ ମହାନ୍ତି, ସୁବାଷ ମହାନ୍ତି, ନଳିନୀ ରାୟ, ସବ୍ୟସାଚୀ ମହାପାତ୍ର, ଅମ୍ବିକା ଦାସ, ଅମ୍ବିକା ସାମଲ,କଲ୍ୟାଣୀ ମହଲା,ବିଶ୍ୱରଥୀ ସ୍ୱାଇଁ,ସ୍ନେହମଞ୍ଜରୀ ମହାନ୍ତି, ମୁନୀନ୍ଦ୍ର ଭୋଳ, ବ୍ରଜକିଶୋର ସାହୁ, ଗଙ୍ଗାଧର ସାହୁ, ସଞ୍ଜୟ ଶଃ, କବିତା ଖଣ୍ଡେଇ, ସଂଯୁକ୍ତା ମିଶ୍ର,ବିଶ୍ୱଜିତ ଦାସ, ସୁଯୋଗ୍ୟ ସାମନ୍ତରାୟ, ଦୀପକ କାହାଳୀ, ସତ୍ୟଜିତ ମହଲା,ଚିତ୍ତରଞ୍ଜନ ଦେବତା, ସୁରେଶ ଜେନା, ସୋମ୍ୟରଞ୍ଜନ ଷଡ଼ଙ୍ଗୀ, ଯୋଗେନ୍ଦ୍ର ବେହେରା ପ୍ରମୁଖ ନେତା ଉପସ୍ଥିତ ଥିଲେ।

ଭାରତ ବର୍ଷକୁ ବିପତ୍ତିରୁ ଉଦ୍ଧାର କରି ଯେ ବିଶ୍ୱ ଦରବାରରେ ଭାରତର ଗୌରବକୁ ସବୁ କ୍ଷେତ୍ରରେ ଆଗକୁ ନେଇଛନ୍ତି, କୌଣସି ବି ପରିସ୍ଥିତିରେ,ସେହି ବିଶ୍ୱ ଲୋକପ୍ରିୟ ନେତାଙ୍କର ଅପମାନ ବରଦାସ୍ତ ଯୋଗ୍ୟ ନୁହେଁ ବୋଲି ବକ୍ତାମାନେ ପ୍ରତିବାଦ ସଭାରେ କହିଥିଲେ ଏବଂ ଆତଙ୍କ ବାଦର ଜନକ ପାକିସ୍ଥାନ ବିରୁଦ୍ଧରେ ନାରା ଦେଇଥିଲେ। ଏହାର ଜବାବ ନିଶ୍ଚିତ ଦିଆଯିବ ବୋଲି କହିଥିଲେ । ଶେଷରେ ଭୂଟୋ’ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନୌସେନାରେ ସାମିଲ ହେଲା INS ମୋର୍ମୁଗାଓ

Sun Dec 18 , 2022
ବାସ୍ତବ ବ୍ୟୁରୋ: ଆଜି (ରବିବାର) ମୁମ୍ବାଇରେ ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍ ମୋର୍ମୁଗାଓ । ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପି୧୫ବି ଷ୍ଟିଲଥ ଗାଇଡେଡ୍ ମିଶାଇଲ୍ ବିଧ୍ୱଂସକାରୀ ଯୁଦ୍ଧଜାହାଜ। ଭାରତ ମହାସାଗରରେ ଚୀନ୍‌ର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଏହା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ। ଆଧୁନିକ ଟେକ୍‌ନିକ୍‌ରେ ତିଆରି ସେନ୍ସର୍ ଓ ରାଡାର୍ ଯୁକ୍ତ ଏହି ଯୁଦ୍ଧ ଜାହଜକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ […]

You May Like

Pin It on Pinterest