
ସଂଜୟ ଶତପଥୀ(କଟକ): ଆଜି କଟକର ପ୍ରସିଦ୍ଧ ଝାଞ୍ଜିରୀମଙ୍ଗଳା ର ଖଣ୍ଡାୟତ ସାହିସ୍ଥିତ ଦୋଳଗୋବିନ୍ଦ ମଣ୍ଡପଠାରେ ସେଣ୍ଟର ଫର୍ ସାଇଟ୍ ଆଇ ହସ୍ପିଟାଲ, ଭୁବନେଶ୍ୱର ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ସୁମିତ୍ରା ବସ୍ତିଆଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି।
ଏହି ଚକ୍ଷୁ ଚିକିତ୍ସା ଶିବିରରେ ସ୍ଥାନୀୟ ବାସିନ୍ଦା ଓ ପାଖ ଅଞ୍ଚଳରୁ ବହୁ ଚକ୍ଷୁ ରୋଗୀ ସେମାନଙ୍କର ଚକ୍ଷୁ ପରୀକ୍ଷା କରାଇବା ସହ ଶିବିରର ମୂଖ୍ୟ ଆକର୍ଷଣ ଥିବା ଓଡ଼ିଶାର ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞା ଡ.ଶ୍ବେତାଶ୍ରୀ ପାଣିଗ୍ରାହୀ ଙ୍କ ପରାମର୍ଶ ନେଇଥିଲେ। ଏହିପରି ଜନସେବା କାର୍ଯ୍ୟକ୍ରମ ଏହି ଅଞ୍ଚଳରେ ଆହୁରି ଆଗକୁ ଜାରି ରହିବ ବୋଲି ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ବସ୍ତିଆ ଓ ସାହିର ସମ୍ପାଦକ ଶ୍ରୀ ପଙ୍କଜ ନାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ସେଣ୍ଟର ଫର୍ ସାଇଟ୍ ଆଇ ହସ୍ପିଟାଲ ର କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ଥିବା ବେଳେ ଝାଞ୍ଜିରୀମଙ୍ଗଳା ଖଣ୍ଡାୟତ ସାହିର ସଭାପତି ଶ୍ରୀ ବିବେକାନନ୍ଦ ସ୍ବାଇଁ ଙ୍କ ନେତୃତ୍ବରେ ଉପ-ସଭାପତି ଶ୍ରୀ ମନୋରଞ୍ଜନ ମଲ୍ଲିକ, ସହ-ସମ୍ପାଦକ ଶ୍ରୀ ଦିପୁନା ମହାନ୍ତି ସଦସ୍ୟ ଶ୍ରୀ ସପନ ମହାନ୍ତି, ଶ୍ରୀ ରବି ବର୍ଦ୍ଧନ, ଶ୍ରୀ ସୋମୁ ବର୍ଦ୍ଧନ, ଶ୍ରୀ ରିଙ୍କୁଆ ବେହେରା ଓ ଶ୍ରୀ ବିଜୁ ବେହେରା ଙ୍କ ସହ ସାହିର ବହୁ ଯୁବକର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଏହି ମାଗଣା ଚକ୍ଷୁ ଚିକିତ୍ସା ଶିବିର କଟକର ବିଶିଷ୍ଟ ମହିଳା ସମାଜସେବୀ ଶ୍ରୀମତୀ ସୋନାଲି ମହାନ୍ତି ଙ୍କ ଦ୍ଵାରା ଆୟୋଜିତ ଓ ସମ୍ପୂର୍ଣ୍ଣ ଭାବେ ପରିଚାଳିତ ହୋଇଥିଲା।