ରୋଟ୍ରାକ୍ଟ ତରଫରୁ ବାର୍ଷିକ କ୍ରିକେଟ୍ ପ୍ରତିଯୋଗିତା…

ସଂଜୟ ଶତପଥୀ(କଟକ):୧୮/୧୨- ରବିବାର ଆଜି ରୋଟ୍ରାକ୍ଟ ଡିଷ୍ଟ୍ରିକ୍ଟ୍ ୩୨୬୨ ର ବାର୍ଷିକ କ୍ରିକେଟ୍ ପ୍ରତିଯୋଗିତା କଟକ ବିଡାନାସୀ ସ୍ଥିତ ବସୁନ୍ଧରା ଖେଳପଡିଆରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତା ରୋଟ୍ରାକ୍ଟ କଟକ ସେଣ୍ଟ୍ରାଲ୍ ତରଫରୁ ଆୟୋଜନ କରାଯାଇଥିଲା।

ଏହି କ୍ରିକେଟ୍ ପ୍ରତିଯୋଗିତାର ମୁଖ୍ଯ ଉଦ୍ଦେଶ୍ଯ ଥିଲା ରୋଟ୍ରାକ୍ଟ ଦ୍ୱାରା ହେଉଥିବା ବିଭିନ୍ନ ସେବାମୂଳକ କାର୍ଯ୍ଯକ୍ରମ ବିଶେଷ କରି ଗରୀବ ପିଲା ଙ୍କୁ ଦୈନିକ ମାଗଣା ଶିକ୍ଷାଦାନ ଯୋଜନା ଯାହା “ପାଠଶାଳା” ନାମରେ ପରିଚିତ ତାହାକୁ ପ୍ରଚାର ତଥା ପ୍ରସାରିତ କରିବା ଓ ଯୁବ ସମାଜସେବୀ ମାନଙ୍କ ମଧ୍ଯ ରେ କ୍ରିଡା ମାଧ୍ଯମ ରେ ଭାତୃଭାବ ଓ ଖେଳୁଆଳ ମନୋଭାବ ଜାଗ୍ରତ କରାଇବା।

ଏହି କ୍ରିକେଟ୍ ପ୍ରତିଯୋଗିତା ରେ ୬ ଟି ଦଳ ଖେଳିଥିଲେ, ଯେଉଁଥିରୁ ରୋଟ୍ରାକ୍ଟ କଟକ ସେଣ୍ଟ୍ରାଲ୍ ଦଳ ବିଜୟୀ ହୋଇଥିଲା ଓ ରୋଟ୍ରାକ୍ଟ ଗୋଲ୍ଡେନ୍ ଷ୍ଟାର୍ ଦ୍ୱିତୀୟ ହୋଇଥିଲା। ପ୍ରତିଯୋଗିତା ରେ ଅତିଥି ଭାବରେ ରୋଟାରୀ ଡିଷ୍ଟ୍ରିକ୍ଟ୍ ଗଭର୍ଣ୍ଣର ପ୍ରଭୂଦତ୍ତ ସୁବୁଦ୍ଧି, ଅତିରିକ୍ତ ଡିସିପି ଅନୀଲ୍ କୁମାର ମିଶ୍ର, ରୋଟାରୀଆନ୍ ଯଞାଶିସ୍ ମହାପାତ୍ର, ଏ. ବି ମହାପାତ୍ର,ରୋଟାରୀ କଟକ ସେଣ୍ଟ୍ରାଲ୍ ସଭାପତି ଅବସର ପ୍ରାପ୍ତ ଅଧ୍ଯାପକ ଦେବାଶିଷ୍ ଆଚାର୍ଯ, ସମ୍ପାଦକ ସତ୍ଯ ଗୋପାଳ ପରିଜା, ଶିକ୍ଷକ ଶିବ ନାୟକ, ରୋଟ୍ରାକ୍ଟ ଡି. ଆର୍. ଆର୍ ଅଭିଳାଷ ବୋଇତାଇ ଆଦି ଅତିଥି ଭାବରେ ଯୋଗ ଦେଇଥିଲେ।

ରୋଟ୍ରାକ୍ଟ କ୍ଲବ୍ କଟକ ସେଣ୍ଟ୍ରାଲ୍ ର ସଭାପତି ଆଶୁତୋଷ ଦେବତା, ସମ୍ପାଦକ ଦେବାଶିଷ୍ ଜେନା ଙ୍କ ନେତୃତ୍ବ ରେ ଓ କ୍ଲବ୍ ର ଅନ୍ୟ ସମସ୍ତ ସଦସ୍ଯଙ୍କ ପ୍ରଚେଷ୍ଟା ଓ ସହଯୋଗ ଦ୍ବାରା ପ୍ରତିଯୋଗିତାଟି ସୂଚାର ରୂପେ ସଫଳ ହୋଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶାରେ ଶିକ୍ଷାର ବିକାଶରେ ଓଷ୍ଟା ର ଭୂମିକା ଅବର୍ଣ୍ଣନୀୟ

Tue Dec 20 , 2022
ସଂଜୟ ଶତପଥୀ(କଟକ): ଓଡ଼ିଶାରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ବିକାଶରେ ମୂଖ୍ୟ ଭୂମିକାକୁ ଦୀର୍ଘ ୭୬ ବର୍ଷ ଧରି ନିଷ୍ଠାର ସହ ନିର୍ବାହ କରିଆସୁଥୂବା ସର୍ବପୁରାତନ ଅନୁଷ୍ଠାନ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ଚଳିତ ବର୍ଷର ୯ମ ଓ ୧୦ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଅନୁଷ୍ଠିତ ହେବାକୁ ଥିବା ଟର୍ମ-୨ ପରୀକ୍ଷା ଲାଗି ଟେଷ୍ଟ ପେପର ପ୍ରକାଶ ପାଇଛି। ଛାତ୍ର ଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମାନଙ୍କ ଦ୍ଵାରା […]

You May Like

Pin It on Pinterest