ଓଡ଼ିଶାରେ ଶିକ୍ଷାର ବିକାଶରେ ଓଷ୍ଟା ର ଭୂମିକା ଅବର୍ଣ୍ଣନୀୟ

ସଂଜୟ ଶତପଥୀ(କଟକ): ଓଡ଼ିଶାରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ବିକାଶରେ ମୂଖ୍ୟ ଭୂମିକାକୁ ଦୀର୍ଘ ୭୬ ବର୍ଷ ଧରି ନିଷ୍ଠାର ସହ ନିର୍ବାହ କରିଆସୁଥୂବା ସର୍ବପୁରାତନ ଅନୁଷ୍ଠାନ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ଚଳିତ ବର୍ଷର ୯ମ ଓ ୧୦ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଅନୁଷ୍ଠିତ ହେବାକୁ ଥିବା ଟର୍ମ-୨ ପରୀକ୍ଷା ଲାଗି ଟେଷ୍ଟ ପେପର ପ୍ରକାଶ ପାଇଛି।

ଛାତ୍ର ଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମାନଙ୍କ ଦ୍ଵାରା ବିଶେଷ ଭାବରେ ଆଦୃତ ଏହି ଟେଷ୍ଟ ପେପର ଓଡ଼ିଶାର ବହୁ ବିଜ୍ଞ,ଅଭିଜ୍ଞ ଶିକ୍ଷକ, ଶିକ୍ଷାବିତ୍ ଓ ଶ୍ରେଷ୍ଠ ବିଷୟ ବିଶାରଦ ମାନଙ୍କ ଦ୍ଵାରା ବହୁ ତର୍ଜମା ପରେ ପ୍ରସ୍ତୁତ ହୋଇଛି।୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ୨ୟ ଅର୍ଦ୍ଧ-ବାର୍ଷିକ ବା ଟର୍ମ-୨ ପରୀକ୍ଷା ଲାଗି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବହୁ କଷ୍ଟ ସ୍ବୀକାର କରି ଏହି ଟେଷ୍ଟ ପେପର ପ୍ରସ୍ତୁତ କରିଛନ୍ତି ବୋଲି ସଂଘର କଟକସ୍ଥିତ ନୟାସଡକଠାରେ ଥିବା ରାଜ୍ୟ ମୂଖ୍ୟ କାର୍ଯ୍ଯାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ମତ ରଖନ୍ତି ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି । ଆଗାମୀ ଦିନରେ ସଂଘ ପକ୍ଷରୁ ବିଭିନ୍ନ ବିଷୟରେ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ଶ୍ରେଷ୍ଠ ଓଷ୍ଟା ଟାଲେଣ୍ଟ ଆଓ୍ବାର୍ଡ ଓ ଶ୍ରେଷ୍ଠ ଶିକ୍ଷକ ଆଓ୍ବାର୍ଡ ରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି।

ସ‍ଂଘର ସଭାପତି ଶ୍ରୀ ବିନୋଦ ବିହାରୀ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଭିକାରୀ ଚରଣ ସାହୁ, ସାଧାରଣ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି,ଯୁଗ୍ମ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ଦାଶ, କୋଷାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସମ୍ପାଦକ ଶ୍ରୀ ଶଙ୍କର କୁମାର ସୁବୁଦ୍ଧି ଓ ଟେଷ୍ଟ ପେପର ସମ୍ପାଦକ ଶ୍ରୀ ବିନାୟକ ପରିଡ଼ା ଉପସ୍ଥିତ ରହିବା ସହ ଆଜିଠାରୁ ବିଭିନ୍ନ ପୁସ୍ତକ ବିକ୍ରେତାଙ୍କ ପାଖରେ ବିକ୍ରୟ ଲାଗି ଉପଲବ୍ଧ ଏହି ଟେଷ୍ଟ ପେପର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମହଲରେ ସର୍ବାଧିକ ଆଦୃତ ଲାଭ କରିବ ବୋଲି ମତବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀମାନେ ଏହି ଟେଷ୍ଟ ପେପର ଯୋଗୁଁ ଶ୍ରେଷ୍ଠ ସଫଳତା ହାସଲ କରିବା ସହ ରାଜ୍ୟର ସୁନାମ ବଜାୟ ରଖିବେ ବୋଲି କହିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୁବର୍ଣ୍ଣପୁର: କାର୍ଯ୍ୟକାରୀ ହେଲା ୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର...

Tue Dec 20 , 2022
ସୁବର୍ଣ୍ଣପୁର(ନମୋଗୁରୁ ହୋତା):ସୋନପୁର ସହର ସ୍ଥିତ ଜିଲ୍ଳା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପୂର୍ଣ୍ଣ ମାତ୍ରାରେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ୫୦ ଶଯ୍ୟାବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ଯ କେନ୍ଦ୍ରର କାର୍ଯ୍ୟକାରୀ କରାଯାଇଛି l ଏଣିକି ମାତୃ ଓ ଶିଶୁ ସମ୍ୱନ୍ଧୀୟ ସମସ୍ତ ଚିକିତ୍ସା ସେବା ସୁବିଧା ଏହି କେନ୍ଦ୍ରରେ ଜନସାଧାରଣ ଙ୍କ ନିମନ୍ତେ ଉପଲବ୍ଧ ରହିବ l ପ୍ରକାଶ ଥାଉକି ୨୦୨୨ ଜୁନ […]

You May Like

Pin It on Pinterest