ସୁବର୍ଣ୍ଣପୁର: କାର୍ଯ୍ୟକାରୀ ହେଲା ୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର…

ସୁବର୍ଣ୍ଣପୁର(ନମୋଗୁରୁ ହୋତା):ସୋନପୁର ସହର ସ୍ଥିତ ଜିଲ୍ଳା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପୂର୍ଣ୍ଣ ମାତ୍ରାରେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ୫୦ ଶଯ୍ୟାବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ଯ କେନ୍ଦ୍ରର କାର୍ଯ୍ୟକାରୀ କରାଯାଇଛି l

ଏଣିକି ମାତୃ ଓ ଶିଶୁ ସମ୍ୱନ୍ଧୀୟ ସମସ୍ତ ଚିକିତ୍ସା ସେବା ସୁବିଧା ଏହି କେନ୍ଦ୍ରରେ ଜନସାଧାରଣ ଙ୍କ ନିମନ୍ତେ ଉପଲବ୍ଧ ରହିବ l ପ୍ରକାଶ ଥାଉକି ୨୦୨୨ ଜୁନ ୧୫ ତାରିଖ ରେ ଜିଲ୍ଲା ର ଏହି ୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଲୋକାର୍ପଣ ଜିଲ୍ଲାର ବିଭିନ୍ନ ବରିଷ୍ଠ ପଦାଧିକାରୀ ଙ୍କ ଉପସ୍ଥିତିରେ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର, ଓଡିଶା ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଓ ମାନନୀୟା ଲୋକସଭା ସାଂସଦ ବଲାଙ୍ଗୀର ଶ୍ରୀମତୀ ସଂଗୀତା କୁମାରୀ ସିଂହ ଦେଓ ଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲା l

ମାତ୍ର ତତ୍କାଳୀନ କୋଭିଡ ମହାମାରୀ ର ସଂକ୍ରମଣ ଓ ଭୟାବହତା ହେତୁ ଏହି ଚିକିତ୍ସାଳୟ କୋଠା କୁ ସ୍ୱତନ୍ତ୍ର ଭାବେ ଜିଲ୍ଲାର କୋଭିଡ ସଂକ୍ରମିତ ଙ୍କ ଚିକିତ୍ସା ନିମନ୍ତେ ବ୍ୟବହୃତ କରାଯାଉଥିଲା, ମାତ୍ର ବର୍ତ୍ତମାନ କୋଭିଡ ପରିସ୍ଥିତିରେ ବିଶେଷ ସୁଧାର ଆସିଥିବାରୁ ଏହି କେନ୍ଦ୍ରକୁ ପୂର୍ଣ୍ଣ ରୂପରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ପାଇଁ ଉପଲବ୍ଧ କରାଯାଇଥିବା ଜିଲ୍ଳା ପ୍ରଶାସନ ତରଫରୁ ସୂଚୀତ କରାଯାଉଛି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚୀନରେ କରୋନାର ନୂଆ ଲହର...

Tue Dec 20 , 2022
ବାସ୍ତବ ବ୍ୟୁରୋ : ଚୀନରେ କୋଭିଡ୍-୧୯ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରିକି, କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ମେଡିକାଲ୍ ବାହାରେ ଅପେକ୍ଷା କରିବାକୁ ପଡ଼ୁଛି। ବେଜିଂର ଅନେକ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ପାଇଁ ମିଳୁନି ବେଡ୍। ଡାକ୍ତର ଏବଂ ନର୍ସିଂ କର୍ମଚାରୀଙ୍କ ଅଭାବ ରହିଥିବା ବେଳେ ଔଷଧ ଏବଂ ଅମ୍ଳଜାନର ସଙ୍କଟ ମଧ୍ୟ ଗଭୀର ହେବାରେ ଲାଗିଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ଏସମୟର ବହୁ […]

You May Like

Pin It on Pinterest