ଚୀନରେ କରୋନାର ନୂଆ ଲହର…

ବାସ୍ତବ ବ୍ୟୁରୋ : ଚୀନରେ କୋଭିଡ୍-୧୯ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରିକି, କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ମେଡିକାଲ୍ ବାହାରେ ଅପେକ୍ଷା କରିବାକୁ ପଡ଼ୁଛି। ବେଜିଂର ଅନେକ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ପାଇଁ ମିଳୁନି ବେଡ୍। ଡାକ୍ତର ଏବଂ ନର୍ସିଂ କର୍ମଚାରୀଙ୍କ ଅଭାବ ରହିଥିବା ବେଳେ ଔଷଧ ଏବଂ ଅମ୍ଳଜାନର ସଙ୍କଟ ମଧ୍ୟ ଗଭୀର ହେବାରେ ଲାଗିଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ଏସମୟର ବହୁ ଭିଡିଓ।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁଯାୟୀ, ଚୀନର କରୋନା ସ୍ଥିତି ନେଇ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ପ୍ରତିଦିନ ବେଜିଂ କ୍ରିମେସନ୍ ସେଣ୍ଟର ଅର୍ଥାତ ଶବଦାହ କେନ୍ଦ୍ରକୁ ୨ ଶହରୁ ଅଧିକ ମୃତଦେହ ଆସୁଛି। ଯାହା ସ୍ୱାଭାବିକ ଦିନରେ ୩୦ରୁ ୪୦ ଥିଲା।

କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଏପରି ପରିସ୍ଥିତି ଯଦି ଲାଗି ରୁହେ ତାହେଲେ ଆଗାମୀ ୯୦ ଦିନରେ ଚୀନର ୬୦ ପ୍ରତିଶତ ଓ ସାରା ବିଶ୍ୱର ୧୦ ପ୍ରତିଶତ ଜନସଂଖ୍ୟା କରୋନାରେ ଆକ୍ରାନ୍ତ ହେବେ। ବିଶେଷଜ୍ଞ ଏରିକ ଫିଗେଲ-ଡିଙ୍ଗ କହିଛନ୍ତି ଯେ ଦ୍ରୁତ ସଂକ୍ରମଣ ହେତୁ ଲକ୍ଷ ଲକ୍ଷ ଲୋକ ମରିପାରନ୍ତି।

ବଢୁଥିବା କରୋନା ମାମଲା ଯୋଗୁଁ ଚୀନ୍ ରାସ୍ତାରେ ନିରବତା ବ୍ୟାପିଛି। ସୁସ୍ଥ ଲୋକମାନେ ଘରୁ ବାହାରକୁ ଯିବାକୁ ଭୟ କରୁଛନ୍ତି ଏବଂ ରୋଗୀମାନେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜାନୁଆରୀ ୧୭ରୁ ଘରୋଇ ବସ୍‌ ଧର୍ମଘଟ ଚେତାବନୀ...

Wed Dec 21 , 2022
ବାସ୍ତବ ବ୍ୟୁରୋ : ଆସନ୍ତା ଜାନୁଆରି ୧୬ ତାରିଖ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୧୭ ତାରିଖ ଠାରୁ କୌଣସି ଘରୋଇ ବସ୍‌ ରାସ୍ତାରେ ଗଡ଼ିବ ନାହିଁ । ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ଏପରି ଚେତାବନୀ ଦେଇଛି। ଘରୋଇ ବସ୍‌ ମାଲିକ ସଂଘ ଏପରି ନିଷ୍ପତ୍ତି ନେଇଛି। ଆଜି ୮ ଦଫା ଦାବି ପୂରଣ ନେଇ ଘରୋଇ ବସ୍‌ ମାଲିକ ସଂଘର […]

You May Like

Pin It on Pinterest