ଜାନୁଆରୀ ୧୭ରୁ ଘରୋଇ ବସ୍‌ ଧର୍ମଘଟ ଚେତାବନୀ…

ବାସ୍ତବ ବ୍ୟୁରୋ : ଆସନ୍ତା ଜାନୁଆରି ୧୬ ତାରିଖ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୧୭ ତାରିଖ ଠାରୁ କୌଣସି ଘରୋଇ ବସ୍‌ ରାସ୍ତାରେ ଗଡ଼ିବ ନାହିଁ । ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ଏପରି ଚେତାବନୀ ଦେଇଛି। ଘରୋଇ ବସ୍‌ ମାଲିକ ସଂଘ ଏପରି ନିଷ୍ପତ୍ତି ନେଇଛି।

ଆଜି ୮ ଦଫା ଦାବି ପୂରଣ ନେଇ ଘରୋଇ ବସ୍‌ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ସବୁ ଘରୋଇ ବସ୍‌ର ମାଲିକମାନେ ଯୋଗଦେଇ ସରକାରଙ୍କ ସ୍କ୍ରାପ୍‌ ପଲିସିକୁ ବିରୋଧ କରିଥିଲେ। ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ସ୍କ୍ରାପ୍‌ ପଲିସି ଉଚ୍ଛେଦ ସହ ୮ ଦଫା ଦାବି ପୂରଣ ନହେଲେ ଜାନୁଆରୀ ୧୭ ତାରିଖରୁ ରାଜ୍ୟରେ କୌଣସି ବସ ଗଡ଼ିବ ନାହିଁ।

ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳନ କରାଯାଉଥିବା ସ୍କ୍ରାପିଂ ପଲିସିକୁ ବିରୋଧ, ପରିବହନ କମିସନର ବସ ଚଲେଇବା ପାଇଁ ନିର୍ଦ୍ଧାରଣ କରିଥିବା ସମୟସୀମା ଅନୁସାରେ ଫିଟ ଗାଡିକୁ ପରମିଟ ନମିଳିବା, ସ୍ଲିପର କୋଚ ଗୁଡିକୁ ଦିନରେ ଚଳାଇବାକୁ ଅନୁମତି ନମିଳିବା, ମଙ୍ଗୁଳି- ସମ୍ବଲପୁର ଓ ବଲାଂଗୀର ବରଗଡ଼ ରାସ୍ତା ମରାମତି ତୁରନ୍ତ ଶେଷ କରିବା ଭଳି ୮ ଦଫା ଦାବି ନେଇ ଆନ୍ଦୋଳନ କୁ ଓଲ୍ହାଇବାକୁ କହିଛି ସଂଘ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁଣି କରୋନାର ଡର : ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ପିଏମ ମୋଦୀ...

Thu Dec 22 , 2022
ବାସ୍ତବ ବ୍ୟୁରୋ: ଚାଇନାର ଆତଙ୍କ ଖେଳାଇଥିବା ଓମିକ୍ରନ ଭାରିଏଣ୍ଟର ବିଏଫ ୭ ଓଡ଼ିଶା ଓ ଗୁଜରାଟରୁ ଠାବ ହେବା ପରେ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା କୁ ନେଇ, ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ, କରୋନା ପାଇଁ ପ୍ରସ୍ତୁତି, ଟିକାକରଣର ସ୍ଥିତି, ନୂତନ କୋଭିଡ-୧୯ ଭାରିଆଣ୍ଟର ଆଗମନ […]

You May Like

Pin It on Pinterest