
ଜୟନ୍ତଶତପଥୀ(କେନ୍ଦ୍ରାପଡା):କେନ୍ଦ୍ରାପଡା ସହର ଉପକଣ୍ଠ କୋରୋ ଗ୍ରାମର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ତଥା କୋରୋ ସ୍ଥିତ ଶ୍ରୀ ସତ୍ୟସାଇ ସେବା ସଂଗଠନର ଉପଦେଷ୍ଟା ଦିବଂଗତ ବାନାମ୍ବର ଜେନାଙ୍କ ଦ୍ଵାଦଶାହ ଉପଲକ୍ଷେ ଏକ ଦିବ୍ୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ସୌଜନ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜଶ୍ରୀର ସଭାପତି କାଶୀନାଥ ରାଉତରାୟ ଅଧ୍ୟକ୍ଷତା କରିଥିବା ବେଳେ କବି ଶୈଳଜା ଶଙ୍କର ସାମଲ ଏବଂ ବିଷ୍ଣୁଚରଣ ସାମଲ ମଞ୍ଚ ପରିଚାଳନା କରିଥିଲେ। ଶ୍ରଦ୍ଧାଞ୍ଜଳି ସଭା ଅବ୍ୟବହିତରୁ ସାଇମନ୍ଦିରରୁ ଭଗବାନ ବାବାଙ୍କ ବିଭାନ ଶୋଭାଯାତ୍ରାରେ ଆସିଥିଲେ ଏବଂ ଶ୍ରୀ ସାଇଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡ ଯୁଧିଷ୍ଠିର ଖଟୁଆ , ମୁଖ୍ୟ ବକ୍ତା ସତ୍ୟସାଇ ସଂଗଠନର ରାଜ୍ୟ ସଭାପତି ଡ ସତ୍ୟପ୍ରକାଶ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜ୍ୟ ସାଇ ସଂଗଠନ ସଭାପତି ନାରାୟଣ ପ୍ରସାଦ ସର୍ , ବୈଜ୍ଞାନିକ ଡ. ଅଶୋକ କୁମାର ହୋତା କବି ମଞ୍ଜୁଶ୍ରୀ ବରାଳ , ବିଜେପି ନେତା ତେଜେଶ୍ଵର ପରିଡ଼ା , ଭୁବନମୋହନ ଜେନା , କିଶୋର ଚନ୍ଦ୍ର ପଣ୍ଡା , ସତୀର୍ଥ ର ସଭାପତି ଅମର ପ୍ରସାଦ ରାଉତ ଏବଂ ବାସ୍ତବ ଟିଭିର ପ୍ରତିଷ୍ଠାତା ଗୀତିକାର ଶ୍ରୀମନ୍ତ ପଣ୍ଡା ପ୍ରମୂଖ ମଞ୍ଚାସୀନ ହୋଇ ସ୍ଵର୍ଗତ୍ ବାନାମ୍ବର ଜେନାଙ୍କ ଉତ୍ସର୍ଗୀକୃତ ସେବା ଜୀବନର ସଫଳତା ଉପରେ ଆଲୋକପାତ କରି ଶ୍ରଦ୍ଧା ନିବେଦନ କରିଥିଲେ।

ଇତ୍ୟବସରରେ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ ବେଦପାଠ , ସମ୍ପାଦକ ହେମନ୍ତ ଜେନା ସ୍ଵାଗତ ସମ୍ଭାଷଣ ଦେଇଥିବା ବେଳେ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କୁମାର ବରାଳ ଓ ସାଇଶଙ୍କଳ୍ପ ଜେନା ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ଇତ୍ୟବସରରେ ସ୍ଵର୍ଗତ୍ ଜେନାଙ୍କ ସ୍ମୃତିରେ ସ୍ଵତନ୍ତ୍ର ସ୍ମରଣିକା ” ସ୍ମୃତିରେ ତୁମେ ” କୁ ଲୋକାର୍ପିତ କରାଯାଇଥିଲା। ଶ୍ରୀ ସାଇ ସଂଗଠନ ତରଫରୁ ଭିନ୍ନକ୍ଷମ ମାନଙ୍କୁ ଶୀତବସ୍ତ୍ର ଦିଆଯାଇଥିବାବେଳେ ବିଶିଷ୍ଟ ବାଲୁକାଶିଳ୍ପୀ ଯଶୋବନ୍ତ ମଲ୍ଲିକଙ୍କୁ ରାଜଶ୍ରୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ମୃତ୍ୟୁ ପରେ ସ୍ଵେଚ୍ଛାକୃତ ଚକ୍ଷୁଦାନ କରି ସ୍ଵର୍ଗତ୍ ଜେନା ତାଙ୍କ ମାନବ ଜୀବନକୁ ସଫଳ କରିଥିବାରୁ ଶ୍ରଦ୍ଧାଳୁ ମାନେ ଭାବପୂର୍ଣ୍ଣ ଶ୍ରଦ୍ଧା ନିବେଦନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବି ସତୀର୍ଥ ମନ୍ମଥନାଥ ବରାଳ , ଖଗେଶ୍ୱର ସ୍ଵାଇଁ , ବୈଷ୍ଣବ ଚରଣ ବେହେରା , ସୁଜିତ କୁମାର ପଣ୍ଡା ,ପ୍ରଭାତ କୁମାର ନାୟକ , ଗୀତାଞ୍ଜଳି ସାହୁ , ଅପର୍ତ୍ତିଚରଣ ସେଠୀ , ଅକ୍ଷୟ କୁମାର ତରାଇ , ମହେଶ୍ବର ନାୟକ , ଶଙ୍କର୍ଷଣ ସାହୁ ,ରଞ୍ଜନ କୁମାର ଦଳାଇ , ମାଧବ ଚନ୍ଦ୍ର ମଲିକ , ଶଶାଙ୍କ ଶେଖର ଓଝା , ମୋନାଲିସା ସିଂହ , କୃଷ୍ଣ ଚନ୍ଦ୍ର ସେଠୀ , ଚକ୍ରଧର ସେଠୀ , ଆଦି ସ୍ମୃତି ଚାରଣ କରିଥିଲେ। ଶେଷରେ ସ୍ମୃତିରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।



