
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୩/୧୨/୨୦୨୨:-ଚାନ୍ଦବାଲି ସଦରରେ ଆହାରକେନ୍ଦ୍ର ପରିସରରେ ଏକ ଆପାଜି ଗାଡ଼ିରେ ଦୁଈଜଣ ଯୁବକ ଆସି ଗହଣା ବେପାରୀଙ୍କ ଗାଡ଼ିରୁ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି । ବେପରୀ ଜଣକ ଚାନ୍ଦବାଲି ଥାନାରେ ଲିଖତ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।
ରାଜକନିକା ଓଳାଭର ଅଂଚଳର ଗହଣା ବେପାରୀ ହୁଷିକେଶ ମହାରଣା ଚାନ୍ଦବାଲି ଅଂଚଳରୁ ବେପାର ସାରି ଆହାରକେନ୍ଦ୍ରରେ ଗାଡ଼ି ରଖି ଖାଉଥିବା ସମୟରେ ଦୁଇଜଣ ଲୁଟେରା ଗହଣା ବେପେରୀଙ୍କ ବ୍ୟାଗ ନେଇ ଚମ୍ପଟ ମାରିଥିଲେ l
ଏହି ଲୁଟରେ ଗହଣା ବେପାରୀଙ୍କର ଲକ୍ଷାଧିକ ତାଙ୍କର ସୁନା ଓ ରୁପା ଅଳଙ୍କାର ଲିଟୁନେଇଥିବା ଗହଣା ବେପାରୀ ଅଭିଯୋଗ କରିଛନ୍ତି l



