ଆଜି ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ

ବାସ୍ତବ ବ୍ୟୁରୋ: ଆଜି(ଶନିବାର) ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ । ପାଲଲହଡ଼ା ବିଧାୟକ ମୁକେଶ ପାଳଙ୍କ ନେତୃତ୍ୱରେ ପାଲଲହଡ଼ା ବନ୍ଦ ଡାକରା ଦିଆଯାଇଛି। ପାଲଲହଡା ଶିବ ମନ୍ଦିରଛକରେ ଅଣ୍ଡରପାସ ନିର୍ମାଣ ଓ ୧୪୯ ନମ୍ବର ଜାତୀୟ ରାଜପଥ ପାଲଲହଡା-ପିତିରି ରାସ୍ତାର ମରାମତି ଦାବିରେ ଏହି ବନ୍ଦ ପାଳନ କରାଯାଇଛି।

ପାଲଲହଡ଼ା ବିଧାୟକ ମୁକେଶ ପାଳ କହିଛନ୍ତି ଯେ, “ପାଲଲହଡ଼ା ବାସୀଙ୍କ ସ୍ୱାର୍ଥକୁ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା (NHAI) ଅଣଦେଖା କରୁଛି ।  ପାଲଲହଡା ଶିବ ମନ୍ଦିର ଛକରେ ଅଣ୍ଡର ପାସ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଧାୟକ, ଉପଜିଲ୍ଲାପାଳ ସ୍ଥାନୀୟ ବାସିନ୍ଦା ଓ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ମଧ୍ୟରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ NHAI  ଅଧିକାରୀ ପ୍ରତିଶୃତି ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ।”

ପାଲଲହଡାରୁ ପତିରିକୁ ସଂଯୋଗ କରୁଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଆନ୍ଦୋଳକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ କଲେଜ ଛକ, ଶିଗଡି ଛକ  ଓ ବାଇପାସ ଛକରେ ରାସ୍ତା ଅବରୋଧ କରାଯାଇଛି। ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ଓ ୧୪୯ ନମ୍ବରରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ

Sat Dec 24 , 2022
ବାସ୍ତବ ବ୍ୟୁରୋ : ଆଜିଠାରୁ ଗୋପାଳପୁର ବେଳାଭୂମି ମହୋତ୍ସବ। ଏହି ମହୋତ୍ସବ ୨୮ ତାରିଖ ଯାଏ ଚାଲିବ। ବଲିଉଡ ଓଲିଉଡ କଳାକାରଙ୍କର ଏହି ମହୋତ୍ସବରେ ସମାଗମ ହୋଇଥାଏ।  କରୋନାର ଦୁଇ ବର୍ଷ ପରେ ବେଳାଭୂମି ମହୋତ୍ସବ ଆୟୋଜନ ହୋଇଥିବାରୁ ପ୍ରବଳ ଭିଡ଼ ହେବାର ସମ୍ଭାବନା। ଭିଡ଼ ନିୟନ୍ତ୍ରଣ ପାଇଁ ୪୦ଟି ସିସିଟିଭି କ୍ୟାମେରା ସହ ମେଳା ମଝିରେ ଓ୍ୱାଚ୍ ଟାଓ୍ୱାର ରହିବ। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ସହ ବରିଷ୍ଠ […]

You May Like

Pin It on Pinterest