କରୋନା ଭାରତ ରେ ସାମୁହିକ ସଂକ୍ରମଣ ସ୍ତରକୁ ଯାଇ ନାହିଁ:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବାସ୍ତବ ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଭୁଲ ତଥ୍ୟ ଦେଇଥିବାରୁ, ଏ ସଂପର୍କରେ ବିଭିନ୍ନ ମହଲରୁ ଆପତ୍ତି ଉଠିବା ପରେ ସଂଗଠନ ନିଜର ଭୁଲ ସ୍ୱୀକାର କରିଛି । ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନିଜର କରୋନା ସ୍ଥିତି ରିପୋର୍ଟରେ ଦର୍ଶାଇଥିଲା । ଏପରିକି ଚୀନରେ କ୍ଲଷ୍ଟର ସଂକ୍ରମଣ କଥା କୁହାଯାଇଥିଲା ।ଗୋଷ୍ଠୀ ସଂକ୍ରମଣ ସ୍ଥାନରେ କ୍ଲଷ୍ଟର ସଂକ୍ରମଣ ବୋଲି ଦର୍ଶାଯାଇଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ଏପରି ସ୍ଥିତି ଉପୁଜିଲେ ସେ ସଂପର୍କରେ ସୂଚନା ଦିଆଯିବ ।

ତେବେ ଲୋକମାନେ ସତର୍କ ରହିବା ଓ ଭୟଭୀତ ନ ହେବାକୁ ସେ କହିଛନ୍ତି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଗ୍ରୱାଲ କହିଛନ୍ତି, ଦେଶରେ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୨୦୬ରେ ପହଞ୍ଚିଛି। ୫୧୬ ଜଣ ସଂକ୍ରମିତ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସେମାନଙ୍କୁ ହସ୍ପିଟାଲରୁ ଛାଡ଼ି ଦିଆଯାଇଛି।

ସେ କହିଛନ୍ତି, ୧କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ୍‍ ବଟିକାର ଆବଶ୍ୟକତା ରହିଛି ଓ ଦେଶରେ ବର୍ତ୍ତମାନ ୩କୋଟି ୨୮ଲକ୍ଷ ବଟିକା ମହଜୁଦ ଅଛି। ସେ କହିଛନ୍ତି, ଗତକାଲି ୧୬ହଜାର ନମୁନାର ପରୀକ୍ଷା କରାଯାଇଛି ଓ ସେଥିମଧ୍ୟରୁ ଶତକଡ଼ା ଶୂନ୍‍ ଦଶମିକ୍‍ ୨ ଭାଗ ନମୁନା ଭୂତାଣୁରେ ସଂକ୍ରମିତ ହୋଇଥିବାର ଜଣାପଡ଼ିଛି। ସେ କହିଛନ୍ତି, ନମୁନା ସଂଗ୍ରହକୁ ଦେଖିଲେ ସଂକ୍ରମଣ ହାର ଏତେ ଅଧିକ ନୁହେଁ। ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଭାରତ ସରକାର ୧୫ହଜାର କୋଟି ଇଣ୍ଡିଆ କୋଭିଡ୍‍-୧୯ ଜରୁରିକାଳୀନ ସହାୟତା ଓ ସ୍ୱାସ୍ଥ୍ୟ ସୁବିଧା ପ୍ରସ୍ତୁତି ପ୍ୟାକେଜ୍‍କୁ ଅନୁମୋଦନ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜି-୨୦ ରାଷ୍ଟ୍ରସମୁହ ଶକ୍ତିମନ୍ତ୍ରୀ ସମ୍ମିଳନୀ ରେ ଅନ୍ତରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତା ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ ଗୁରୁତ୍ୱ...

Fri Apr 10 , 2020
ବାସ୍ତବ ବ୍ୟୁରୋ-ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଜି-୨୦ ଶକ୍ତି ମନ୍ତ୍ରୀ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସମଗ୍ର ବିଶ୍ୱ ଏକ ଅଭାବନୀୟ ପରିସ୍ଥିତିରେ ଏବେ ସମ୍ମୁଖୀନ ହୋଇଛି । ଏହି ସମୟରେ ଅନ୍ତରାଷ୍ଟ୍ରୀୟ ସହଯୋଗ ଏକାନ୍ତ ଆବଶ୍ୟକ । ଭାରତରେ ୨୧ ଦିନିଆ ତାଲାବନ୍ଦ ସମୟରେ ଜନସାଧାରଣଙ୍କ ନିମନ୍ତେ, ବିଭିନ୍ନ ବ୍ୟବସ୍ଥା କରିଅଛି । ଦେଶରେ ଏଲପିଜି ବ୍ୟତିର ଅନ୍ୟ ସବୁ ପେଟ୍ରୋଲିୟମ ଉତ୍ପାଦର ବ୍ୟବହାର କମ୍‌ ହୋଇଛି […]

You May Like

Pin It on Pinterest