
ସଂଜୟ ଶତପଥୀ(କଟକ)ତା୨୮।୧୨ : ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ତରଫରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କ ନ୍ୟାୟ ସଙ୍ଗତ ଦାବୀକୁ ନେଇ ଗତ ନଭେମ୍ବର ୨୧ ତାରିଖ ଠାରୁ
ବର୍ତମାନ ପର୍ଯ୍ୟନ୍ତ ଭୁବନେଶ୍ଵରରେ ଧାରଣା ପ୍ରଦର୍ଶନ ସହିତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି ।
ଅଙ୍ଗନୱାଡ଼ି କର୍ମଚାରୀଙ୍କର ଦୀର୍ଘଦିନ ଆନ୍ଦୋଳନ ପରେ ମଧ୍ୟ ସରକାରଙ୍କ ତରଫରୁ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ଏହାର ପ୍ରତିବାଦରେ ଆଜି ସାରା ରାଜ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା କାର୍ଯ୍ୟକ୍ରମ କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି ।
ଏହି ଅବସରରେ ଆଜି ଅଲ ଓଡ଼ିଶା ଅଙ୍ଗନୱାଡ଼ିଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍, କଟକ ଜିଲ୍ଲା ତରଫରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଧାରଣା ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ଆଠଦଫା ଦାବୀପତ୍ର ପ୍ରଦାନ କରାଯାଇଅଛି ।
ଦାବୀଗୁଡ଼ିକ ମଧ୍ୟରେ ୨୦୧୮ ମସିହା ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ପୁନଃ
ନିଯୁକ୍ତି ପ୍ରଦାନ କରାଯିବା, ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ଯେତେଦିନ ପର୍ଯ୍ୟନ୍ତ ମାନ୍ୟତା
ଦିଆଯାଇ ନାହିଁ ସେତେଦିନ ପର୍ଯ୍ୟନ୍ତ କର୍ମୀମାନଙ୍କୁ ୧୮ ହଜାର ଟଙ୍କା ଓ ସହାୟିକାମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ, ଇପିଏଫ୍, ଇଏସ୍ଇସି ଓ ଗ୍ରାଚ୍ୟୁଟିରେ ସାମିଲ୍ କରାଯିବା, ମିନି ଅଙ୍ଗନୱାଡ଼ି ଉଚ୍ଛେଦ କରି ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡ଼ି କର୍ମୀର ମାନ୍ୟତା ପ୍ରଦାନ, ଅଙ୍ଗନୱାଡ଼ି କର୍ମଚାରୀ ମିନି ଅଙ୍ଗନୱାଡ଼ି କର୍ମଚାରୀ ଓ ସହାୟିକାଙ୍କୁ ଅବସରକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଓ ପେନ୍ସନ୍ ମାସିକ ୫ ହଜାର ଟଙ୍କାପ୍ରଦାନ,କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହିତ ପରିବାରରୁ ଜଣକୁ ଚାକିରୀ ଦିଆଯିବା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ବାଦ ଦିଆଯାଇ ଓ ପୋଷଣ
ଟ୍ରାକ୍ରେ ଅନ୍ ଲାଇନ୍ ଲୋକେସନ୍ ବନ୍ଦ କରାଯିବା ସହିତ ୨୦୧୮ ମସିହାରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶ ଛୁଟିକୁ ଲାଗୁ କରାଯିବା, ନୂତନ ଶିକ୍ଷାନୀତିରେ ଅବିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସ ସୀମାନରଖି ସମସ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ପ୍ରି-ପ୍ରାଇମେରୀ ଶିକ୍ଷୟତ୍ରୀ ମାନ୍ୟତା ଦିଆଯିବା, ୫୦ ଶତକଡ଼ା ଅଙ୍ଗନୱାଡ଼ି କର୍ମୀଙ୍କୁ ପଦୋନ୍ନତି ଦିଆଯାଉଥିବା ବେଳେ, ଆଉ ୫୦ ଶତକଡ଼ା ସ୍ନାତକ ଓ ତଦୁର୍ଣ ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ଦିଆଯିବା ପ୍ରଅଙ୍ଗନୱାଡ଼ି କର୍ମଚାରୀଙ୍କମୁଖ ଦାବୀ ଅଟେ ।
ଏହି କାର୍ଯ୍ୟକ୍ରମରେ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ କଟକ ଜିଲ୍ଲା ସଭାନେତ୍ରୀ ପ୍ରମିଳା ଦାସ, ସମ୍ପାଦିକା ପୁଷ୍ପଲତା ମହାନ୍ତି, କୋଷାଧ୍ୟକ୍ଷା ସ୍ଵର୍ଣ୍ଣଲତା ସାହୁ,ସୁହାସିନୀ ଖଟୁଆ,ଟୁନା ରାଣୀ ପଣ୍ଡା, ଝୁନୁ ମହାନ୍ତି, ଭାରତୀୟ ମଜଦୁର ସଂଘ ରାଜ୍ୟ ବରିଷ୍ଠ କର୍ମକର୍ତା ବସନ୍ତ କୁମାର ସାହୁ, କଟକ ଜିଲ୍ଲା ସମ୍ପାଦକ ଭାଗୀରଥ ବେହେରା, ଉପସଭାପତି ତଥା ଆଇନଜିବୀ ରମାକାନ୍ତ ସାହୁ ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇ ଅଙ୍ଗନୱାଡ଼ି କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଉପରେ ଉଦ୍ବୋଧନ ଦେଇଥିଲେ ।