ମତୋ ଯୁକ୍ତ ତିନି ସ୍ନାତକ ମହାବିଦ୍ୟାଳୟରେ ଶୀତକାଳୀନ ଜାତୀୟ ସେବା ଶିବିର ଅନୁଷ୍ଠିତ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୮//୧୨//୨୦୨୨: ଚାନ୍ଦବାଲି ବ୍ଲକର ମତୋ ଯୁକ୍ତ ତିନି ସ୍ନାତକ ମହା ବିଦ୍ୟାଳୟର ଶୀତକାଳୀନ ଜାତୀୟ ସେବା ଶିବିର ଉଦଘାଟିତ ହୋଇଯାଇଛି ।ସାତଘରିଆ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ , ନାଉଗୋରଡ଼ାରେ ଅନୁଷ୍ଠିତ ଉକ୍ତ ଶିବିରକୁ ବରିଷ୍ଠ ଅଧ୍ୟାପକ ଅଞ୍ଜନ କୁମାର ସାହୁ ଉଦ୍ଘାଟନ କରିଥିଲେ ।

ପୋଗ୍ରାମ ଅଫିସର ଶଶାଙ୍କ ଶେଖର ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଶିବିରରେ ପୂର୍ବତନ ପୋଗ୍ରାମ ଅଫିସର ମଦଳାସା ମଲ୍ଲିକ ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ। ୭ଦିନ ଧରି ଚାଲୁଥିବା ଏହି ଶିବିରରେ ମହାବିଦ୍ୟାଳୟର ୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଶିବିରରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନେ ସ୍ୱଚ୍ଛ ଭାରତ, କରୋନା ସଚେତନତା , ଗାଁ ରାସ୍ତା ସଫେଇ , ଡ୍ରେନ ସଫେଇ ଆଦି କାର୍ଯ୍ୟ କରିବା ସହ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ନିଶାନିବାରଣ , ଯୌତୁକ ପ୍ରଥା , ସାଇବର ଠକେଇ ,ସଡକ ସୁରକ୍ଷା ,ନାରିଶିକ୍ଷା ଆଦି ବିଷୟରେ ସଚେତନତା ଧର୍ମୀ ନାଟକ ପରିବେଷଣ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ଅମୂଲ୍ୟ ସମ୍ପଦ:ଡ. ପ୍ରଭାତ ବିଶ୍ଵାଳ....

Wed Dec 28 , 2022
ସଂଜୟ ଶତପଥୀ(କଟକ)୨୮।୧୨ : କଟକ ୪୭ନଂ ୱାର୍ଡ ସ୍ଥିତ ମହାନଦୀ ବିହାର ବରିଷ୍ଠ ନାଗରିକ ମଂଚର ଅଷ୍ଟମ ବାର୍ଷିକୋତ୍ସବସଭାପତି ରବିନ୍ଦ୍ର ନାଥ ମହାନ୍ତିଙ୍କ ସଭାପତିତ୍ଵରେ ମହାନଦୀବିହାର ସ୍ଥିତ ମହାନଦୀ ଭବନଠାରେ ଅନୁଷ୍ଠିତହୋଇଯାଇଛି । ଏହି ବାର୍ଷିକୋତ୍ସବରେ ଚୌଦ୍ଵାର କଟକ ପ୍ରାକ୍ତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟଅତିଥିଭାବେ ଯୋଗଦେଇ ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ଅମୂଲ୍ୟ ସମ୍ପଦ ।ତେଣୁ ଏହି ସମ୍ପଦକୁ ସଦାସର୍ବଦା ଯତ୍ନ ନେବା ନିହାତି ଆବଶ୍ୟକ […]

You May Like

Pin It on Pinterest