ଚାନ୍ଦବାଲି ବ୍ଲକ ମତୋ ଲଳିତ ଶିବଶଙ୍କର କନିଷ୍ଠ ମଧ୍ୟାମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ….

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨୯//୧୨//୨୦୨୨:ଚାନ୍ଦବାଲି ବ୍ଲକର ମତୋ ଠାରେ ଲଳିତ ଶିବଶଙ୍କର ଉଚ୍ଚ ମଧ୍ୟାମିକ ବିଦ୍ୟାଳୟର ୩୩ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି ।

ତିନି ଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡ଼ା ପ୍ରତିଯୋଗିତାକୁ ସ୍ଥାନୀୟ ମତୋ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପଲ୍ଲାଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ ।ତତ୍ପରେ କ୍ରୀଡା ପତାକା ଉତ୍ତୋଳନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଠାରୁ କ୍ରୀଡା ବିରବାଦ୍ଯ ସହ ମଶାଲ ଶୋଭାଯାତ୍ରା ଛାତ୍ର ଛାତ୍ରୀ ଆସି ଅନ୍ଯତମ ଅତିଥି ଯୁବନେତା ପ୍ରଦୀପ ପଲାଇ ଗ୍ରହଣ କରିଥିଲେ । ଅଧ୍ୟାପକ ଶୁସାନ୍ତ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ଉଦ୍ଘାଟନୀ ଉତ୍ସବରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରସନ୍ନ ମହାରଣା ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଛାତ୍ର ତଥା ଯୁବନେତା ପ୍ରଦୀପ ପଲ୍ଲାଇ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢା ସହିତ କ୍ରୀଡ଼ାର ଅତ୍ୟନ୍ତ ଜରୁରୀ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।

ମୁଖ୍ୟବକ୍ତା ଭାବେ ବି. ଡି .ଏ ର ଆଡିସନାଲ ପ୍ଲାନିଂ ସମ୍ପାଦକ ସୁକାନ୍ତ କୁମାର ବେହେରା କ୍ରୀଡ଼ା କ୍ଷେତ୍ରରେ ଆଗକୁ ଯିବା ପାଇଁ ଓଡ଼ିଶାରେ ବହୁତ ସୁବିଧା ସୁଯୋଗ ରହିଛି ତେଣୁ ଛାତ୍ରଛାତ୍ରୀ ମାନେ ସେ ଦିଗରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ । କ୍ରୀଡା ଦାୟିତ୍ୱରେ ଥିବା ଅଧ୍ୟାପକ ଗାଗାରିନ ମହାନ୍ତି ଏବଂ କ୍ରୀଡା ଶିକ୍ଷକ ପ୍ରବୀଣ କୁମାର ନାୟକ ଉକ୍ତ ମଞ୍ଚକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । କନିଷ୍ଠ ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିବା ବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ,କର୍ମଚାରୀ ସହଯୋଗ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପରଲୋକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା' ହୀରାବେନ୍‌...

Fri Dec 30 , 2022
ବାସ୍ତବ ବ୍ୟୁରୋ : ପରଲୋକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ହୀରାବେନ୍ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୩.୩୦ରେ ଅହମଦାବାଦର ୟୁଏନ୍‌ ମେହଟା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ଗତ ଜୁଲାଇ ମାସରେ ହିଁ ସେ ନିଜର ୧୦୦ ତମ ଜନ୍ମ ଦିନ ପାଳନ କରିଥିଲେ। ମା’ଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେହିପରି […]

You May Like

Pin It on Pinterest