ଗାନ୍ଧୀନଗର ଶ୍ମଶାନରେ ହୀରାବେନ୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ: ମାଆଙ୍କୁ ଅନ୍ତିମ ବିଦାୟ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ…

ଆଜି ପୂର୍ବାହ୍ନରେ ଗାନ୍ଧୀନଗରସ୍ଥିତ ଶ୍ମଶାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନ୍‌ ମୋଦୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମାଆଙ୍କ ଚିତାରେ ନିଆଁ ଦେବା ପରେ ଯୋଡ଼ହସ୍ତ କରି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ।

ଶୋକାଭିଭୂତ ପ୍ରଧାନମନ୍ତ୍ରୀଙ୍କ ପାଖରେ ଥିଲେ ତାଙ୍କ ଭାଇ ସୋମାଭାଇ ଏବଂ ପରିବାରର ଅନ୍ୟ ସଦସ୍ୟମାନେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନ୍ୟାନ୍ୟ ଆତ୍ମୀୟସ୍ବଜନ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ଶ୍ମଶାନରେ ଉପସ୍ଥିତ ଥିଲେ।

ଅହମଦାବାଦସ୍ଥିତ ଡାକ୍ତରଖାନାରେ ଚିକିତ୍ସାଧୀନା ଅବସ୍ଥାରେ ହୀରାବେନ୍‌ ରାତି ୩.୩୦ରେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଖବର ପାଇ ଆଜି ପ୍ରତ୍ୟୁଷରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନ ଯୋଗେ ଯାଇ ଅହମଦାବାଦରେ ପହଞ୍ଚିଥିଲେ। ଏହାପରେ ମାଆଙ୍କ ଶେଷକୃତ୍ୟ ଲାଗି ସେ ଗାନ୍ଧୀନଗର ଯାଇ ମାଆଙ୍କ କୋକଇେ କାନ୍ଧେଇ ଶ୍ମଶାନ ଅଭିମୁଖେ ଯାତ୍ରା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କ ମୃତ୍ୟୁ ଖବର ପାଇ ବହୁ ନେତା ଶୋକବ୍ୟକ୍ତ କରିଛନ୍ତି। ଟୁଇଟ୍‌ କରି କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାତା ଶ୍ରୀମତୀ ହୀରା ବା’ଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ଏଭଳି ଦୁଃଖଦ ସମୟରେ ମୁଁ ତାଙ୍କୁ ଓ ତାଙ୍କ ଆତ୍ମୀୟସ୍ବଜନଙ୍କୁ ଗଭୀର ସମବେଦନା ଓ ଶ୍ରଦ୍ଧା ଜ୍ଞାପନ କରୁଛି।

ମା’ଙ୍କ କୋକେଇକୁ କାନ୍ଧ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନିଜେ ପ୍ରଧାନମନ୍ତ୍ରୀ ମୋଦି ଶେଷକୃତ୍ୟରେ ସାମିଲ ହେବା ସହ ଭାଇମାନଙ୍କ ସହ ମିଶି ମୁଖାଗ୍ନି ଦେଇଛନ୍ତି। ୧୦୦ ବର୍ଷୀୟ ହୀରା ବେନଙ୍କ ଅନ୍ତିମ ସଂସ୍କାର ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ। ଆଜି ଭୋର ୩.୩୦ରେ ହୀରାବେନଙ୍କ ଦେହାନ୍ତ ହୋଇଥିଲା। ଏହି ଖବର ପାଇ ମୋଦି ତୁରନ୍ତ ବିମାନ ଯୋଗେ ଗୁଜରାଟ ଆସିଥିଲେ। ଘରେ ମା’ଙ୍କ ଅନ୍ତିମ ଦର୍ଶନ କରିବା ପରେ ସେ କୋକେଇକୁ ନିଜ କାନ୍ଧରେ ଅନ୍ତିମ ସଂସ୍କାର ପାଇଁ ବାହାରକୁ ଆଣିଥିଲେ।

ଘର ପାଖରୁ ଗୋଟିଏ ଗାଡ଼ି ଯୋଗେ ହୀରାବେନଙ୍କ ମରଶରୀରକୁ ଗାନ୍ଧିନଗର ଶ୍ମଶାନ ଯାଏ ନିଆଯାଇଥିଲା। ଶ୍ମଶାନ ନିକଟରେ ମଧ୍ୟ ପୁଣିଥରେ ମୋଦି ଓ ତାଙ୍କ ଭାଇମାନେ ମା’ଙ୍କ କୋକେଇକୁ ସଂସ୍କାର ଗୃହ ଯାଏ କାନ୍ଧରେ ନେଇଥିଲେ। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ମୋଦି ମା’ଙ୍କୁ ମୁଖାଗ୍ନି ଦେବାର ବେଳର ଭିଡିଓ ସାମ୍ନାକୁ ଆସିଛି। ସେ ମୁଖାଗ୍ନି ଦେବା ପରେ ଏହାର ଚାରି ପାଖରେ ବୁଲି ମା’ଙ୍କୁ ଅନ୍ତିମ ବିଦାୟ ଓ ପ୍ରଣାମ ଜଣାଇଥିଲେ।

ଶେଷଥର ପାଇଁ ମୋଦି ନିଜ ମା’ଙ୍କୁ ଡିସେମ୍ବର ୪ରେ ଭେଟିଥିଲେ। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ସେ ମା’ଙ୍କୁ ଭେଟି ବେଶ କିଛି ସମୟ ବିତାଇଥିଲେ। ସବୁବେଳେ ନିଜ ମା’ଙ୍କ ସଂଘର୍ଷ ଓ ପ୍ରେରଣାର କାହାଣୀ କରୁଥିବା ମୋଦି ଆଜି ତାଙ୍କ ପରଲୋକ ପରେ ବେଶ ଭାରବିହ୍ୱଳ ଟ୍ୱିଟ କରିଥିଲେ।

ବୁଧବାର ସକାଳେ ୧୦୦ ବର୍ଷୀୟ ହୀରା ବେନଙ୍କୁ ଅସୁସ୍ଥତା କାରଣରୁ ଅହମଦାବାଦରେ ଥିବା ସୁପର ସ୍ପେଶାଲିଟି ୟୁଏନ ମେହେତା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଓ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଡାକ୍ତରମାନେ କହିଥିଲେ। ଗୁଜରାଟ ସରକାର ମଧ୍ୟ ଗୋଟିଏ ବିବୃତିରେ ହୀରାବେନ୍‌ ଖୁବଶୀଘ୍ର ଡିସଚାର୍ଜ ହେବେ ବୋଲି ସୂଚନା ଦେଇଥିଲେ। କିନ୍ତୁ ଆଜି ଭୋର ସମୟରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନୂଆବର୍ଷରେ ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଡିସିପି ପ୍ରତୀକ ସିଂ...

Sat Dec 31 , 2022
ଭୁବନେଶ୍ୱର(ପ୍ରମୋଦ ନାୟକ): ସମସ୍ତେ ନୂଆ ବର୍ଷ ଅପେକ୍ଷାରେ ଆଜି ବିଦାୟ ନେବ ୨୦୨୨ । ସମସ୍ତଙ୍କର ଅପେକ୍ଷା ଜିରୋ ନାଇଟ୍ ସେଲିବ୍ରେଶନକୁ ।ସ୍ବାଗତ କରିବେ ୨୦୨୩(ନୂଆବର୍ଷ)କୁ। ନାଚ ଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ କ୍ଲବ୍ ଏବଂ ହୋଟେଲରେ ହେଉଛି ବଡ଼ ଆୟୋଜନ। ସହରର ବିଭିନ୍ନ କ୍ଲବ ଓ ହୋଟେଲରେ ସୁସ୍ୱାଦୁ ଖାଦ୍ୟପେୟର ବ୍ୟବସ୍ଥା ବି କରାଯାଇଛି। ଏହି ନୂଆବର୍ଷ ସେଲିବ୍ରେସନ ଭୁବନେଶ୍ୱରବାସୀ […]

You May Like

Pin It on Pinterest