ଭଲ ଖବର:ସୁସ୍ଥ ହେଲେ ୧୦ କରୋନା ରୋଗୀ

ବାସ୍ତବ ବ୍ୟୁରୋ- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବଢୁଥିବା ବେଲେ,ଏକ ଭଲ ଖବର ସାମନ୍ନାକୁ ଆସିଛି । ୧୦କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କର ନମୁନା ରିପୋର୍ଟ ନେଗଟିଭ୍ ଆସିଛି । ୧୦ଜଣଙ୍କ ମଧ୍ୟରେ ୫ଜଣ ଭୁବନେଶ୍ୱରର ହୋଇଥିବା ବେଳେ ୨ଜଣ ଭଦ୍ରକର ଅଛନ୍ତି । ସେହିପରି ଜଣେ କଟକ, ଭଦ୍ରକ , ଯାଜପୁର ଓ ପୁରୀର ଆକ୍ରାନ୍ତ ଥିବା କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୪୫ଜଣ ଆକ୍ଟିଭ କେସ୍ ଥିବା ବେଳେ ବର୍ତ୍ତମାନ ୧୦ଜଣ ସୁସ୍ଥ ହେବା ପରେ ଆଉ ୩୫ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛିି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାବଧାନ! ‘କୋଭିଡ୍-୧୯’ ନାଁରେ ୫୦% ଜାଲ୍ ୱେବ୍‌ସାଇଟ୍‌

Sat Apr 11 , 2020
ବାସ୍ତବ ବ୍ୟୁରୋ-ସାବଧାନ! ଏବେ ଅନ୍ତର୍ଜାତୀୟ ସାଇବର ଅପରାଧୀ ଗ୍ୟାଙ୍ଗ୍ କୋଭିଡ୍-୧୯ ମହାମାରୀ ନାଁରେ ସାଧାରଣଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିବାକୁ ଏଭଳି ଫେକ୍ ଇ-ମେଲ ପଠାଉଥିବା ଓଡ଼ିଶା କ୍ରାଇମବ୍ରାଞ୍ଚର ନଜରକୁ ଆସିଛି। ଇ-ମେଲ୍‌ର ଲିଙ୍କ୍ ଖୋଲିବା ମାତ୍ରକେ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ସାଇବର ଅପରାଧୀ ଅନଲାଇନରେ ଚୋରି କରିନେଉଛନ୍ତି। ସବୁଠାରୁ ଚକିତ କଲା ଭଳି ଘଟଣା ହେଉଛି, ଗଲା ଜାନୁଆରିରୁ ଆଜି ସୁଦ୍ଧା ଦେଶରେ କୋଭିଡ୍-୧୯ […]

You May Like

Pin It on Pinterest