
ନର୍ଲା(ସନ୍ତୋଷ ପାତ୍ର)୦୩/୦୧/୨୩:କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ଜଣେ ସରକାରୀ ଯନ୍ତ୍ରୀ ବାସୁଦେବ ମହାରଣା ଦୀର୍ଘ ବର୍ଷ ଧରି ସରକାରୀ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ, ନିକଟରେ ତାଙ୍କୁ ,ରାଜ୍ୟ ସରକାର ଜଳ ସେଚନ ବିଭାଗ ପକ୍ଷରୁ ଚିଠି ନ-28744/WR ତା-04/01/22 ରେ ଝାରସୁଗୁଡ଼ା ଜିଲ୍ଲା ଲାଇକେରା କୁ ବଦଳି କରାଯାଇଛି।ହେଲେ ତାଙ୍କ ରିଲିଭର ଆସି ନ ଥିବାରୁ,ଜିଲ୍ଲାପାଳ କଳାହାଣ୍ଡି ରିଲିଫ କରି ନ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏ ଖବର କିଛି ଜନ ପ୍ରତିନିଧି ମାନଙ୍କୁ ସହଜରେ ହଜମ ହୋଇପାରୁନାହିଁ, ତେଣୁ ସରପଞ୍ଚ ସଂଘ କିଛି ସଦସ୍ୟ ଓ ସମିତି ମେମ୍ବର ମାନେ ତୁରନ୍ତ ଉକ୍ତ ଯନ୍ତ୍ରୀ ଙ୍କୁ ବ୍ଲକ ରୁ ବିଦା କରିବା ପାଇଁ ଜିଲ୍ଲାପାଳ ମହୋଦୟ ଙ୍କୁ ଲିଖିତ ଅଭିଯୋଗ କରିଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି । କିନ୍ତୁ ଅନ୍ୟ ପକ୍ଷରେ ସାଧାରଣ ଜନତା ଙ୍କ ମତରେ ଯଦି ଏହି ମହାଶୟ କାର୍ଯ୍ୟ ଠିକ ଠାକ୍ କରୁ ନ ଥିଲେ ତା ହେଲେ ଗତ ପାଞ୍ଚ ବର୍ଷ ଧରି ଶାସନ କ୍ଷମତାରେ ଥିବା ଜନପ୍ରତିନିଧି ମାନେ ଯନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ କଲେ ନାହିଁ କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ କଣ ପାଇଁ ଏତେ ତତ୍ପରତା ଦେଖାଦେଇଛି ଏହା ଏକ ବଡ଼ ପ୍ରଶ୍ନ ।ଏପରି ସ୍ଥଳେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୀଛି,କି ଯଦି ଜନ ପ୍ରତିନିଧି ମାନେ ଆନ୍ତରିକତା ର ସହ ନର୍ଲା ଅଞ୍ଚଳର ବିକାଶ ଚାହୁଁଛନ୍ତି ତା ହେଲେ-
୧- ଏଗାର ବର୍ଷ ଧରି କଲ୍ୟାଣ ମଣ୍ଡପ ପାଇଁ ଟଙ୍କା ଆସି ପଡ଼ି ରହିଛି କାହିଁକି କାର୍ଯ୍ୟ ହୋଇପାରୁନାହିଁ
୨- ନର୍ଲା ହସ୍ପିଟାଲ୍ ନାଁ ରେ ଚାରିଜଣ ଡାକ୍ତର ଦରମା ପାଉଥିବା ବେଳେ ସେବା ଅନ୍ୟ ବ୍ଲକ ରେ ଯୋଗାଉଛନ୍ତି ଫଳରେ ନର୍ଲାରେ ଡାକ୍ତର ସମସ୍ୟା ଲାଗିରହିଛି କାହିଁକି?
୩- ନର୍ଲା ର ଫରେଷ୍ଟ ରେଞ୍ଜ ଅଫିସ ତିରିଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନର୍ଲା ନାଁ ରେ ମ ରାମପୁର ଠାରେ କାର୍ଯ୍ୟାଳୟ ଚାଲିଛି କୌଣସି ସଂଘ ର ଦୃଷ୍ଟି ନଦେବାର କାରଣ କ’ଣ?
ସେହିଭଳି ନର୍ଲା ବ୍ଲକ ଛବିଶ ଗୋଟି ଗ୍ରାମପଞ୍ଚାୟତ ବିଶିଷ୍ଟ, ଲକ୍ଷାଧିକ ଜନସଂଖ୍ୟା ଥିଲେ ମଧ୍ୟ ଜୀବନ ରକ୍ଷାକାରୀ ବ୍ଲଡ଼ ବ୍ୟାଙ୍କ ଓ ପୋଷ୍ଟ ମଟମ୍ ଗୃହ ଟିଏ ମଧ୍ୟ ନାହିଁ ତତ୍ ସଙ୍ଗେ ସଙ୍ଗେ ଏକ ମାତ୍ର ଜିଲ୍ଲା ସ୍ତରୀୟ କେନ୍ଦ୍ରୀୟ ନବୋଦୟ ବିଦ୍ୟାଳୟ କୁ ଯିବାକୁ ହେଲେ ଭଲ ରାସ୍ତା ଟିଏ ନାହିଁ ଏବଂ କୋର୍ଟ ଖୋଲିବା ପାଇଁ ଅସ୍ଥାୟୀ ଅଫିସ୍ ସରପଞ୍ଚ ସଂଘ କିମ୍ୱା ସମିତି ମେମ୍ବର ଙ୍କ ଆନ୍ତରିକତା ଅଭାବ ପରିଲକ୍ଷିତ ହେଉଛି।

ଅନ୍ୟ ପଟରେ ବ୍ଲକ ଉପାଧ୍ୟକ୍ଷ କୋର୍ଟ ଖୋଲିବା ପାଇଁ ବ୍ଲକ ପରିସରରେ ମନ ସ୍ଥିର କରିଥିବା ବେଳେ ତାହା କେତେ ବାଟ ଯାଉଛି ଦେଖିବାକୁ ବାକି ରହିଛି । ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ ବିକାଶ ର ସମସ୍ୟା ନର୍ଲା ଆଖି ଆଗରେ ଝୁଲୁ ଥିଲେ ମଧ୍ୟ ନିର୍ବାଚିତ ଜନପ୍ରତିନିଧି ମାନେ ଯନ୍ତ୍ରୀଙ୍କୁ ବିଦା କରିବା ନେଇ ଏତେ ତତ୍ପର କାହିଁକି ବୋଲି ସାଧାରଣଜନତା ଓ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି ।



