ବାସ୍ତବ ବ୍ୟୁରୋ: ଅନେକ ଦିନରୁ ସିଦ୍ଧାନ୍ତ ଓ ରଚନା ଯୋଡ଼ିକୁ ଭଲପାଇ ଆସୁଥିବା ଓଡ଼ିଆ ଦର୍ଶକଙ୍କ ପାଇଁ ଖୁସିର ଖବର । ପୁଣିଥରେ ଏକାଠି ହେବେ ଓଲିଉଡ଼ର ରୂପେଲି ପାଦାର ରୋମାଣ୍ଟିକ୍ ଯୋଡ଼ି ସିଦ୍ଦାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ । ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ହିଟ୍ ଫିଲ୍ମ ଦେଇ ଆସିଥିବା ଏହି ଯୋଡ଼ି ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ଯାହା ଶୁଣିବାକୁ ମିଳୁଛି । ନିର୍ଦ୍ଦେଶକ ମାଧବ ପରିଡ଼ାଙ୍କ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମ ‘ରକ୍ତ ଚିହ୍ନେ ରକ୍ତକୁ’ରେ ନଜର ଆସିବେ ବୋଲି ଶୁଣାଯାଉଛି । ଏହି ଫିଲ୍ମରେ ସ୍ୱର ସଂଯୋଜନା ଦାୟୀତ୍ୱରେ ସ୍ୱରୁପ ନାୟକ ରହିଥିବା ବେଳେ ଯାହାକି ଏବେ ଗୀତର ରେକର୍ଡ଼ିଂ ସରିଯାଇଛି । ତେବେ ପୂର୍ବରୁ ଏହି ଯୋଡ଼ି ପ୍ରତିମା’, ‘ଗଙ୍ଗା ଯମୁନା’, ‘ସୁହାଗ ସିନ୍ଦୂର’, ‘କଳ୍କୀ ଅବତାର’, ‘ପରଦେଶୀ ବାବୁ’, ‘କଣ୍ଢେଇ ଆଖିରେ ଲୁହ’, ସାଗରଗଙ୍ଗା’, ‘ଭାଇ ହେଲା ଭଗାରୀ’ ,’ଯଶୋଦା’, ‘ଲକ୍ଷେ ଶିବ ପୂଜି ପାଇଚି ପୁଅ’, ‘ଲକ୍ଷ୍ମଣ ରେଖା’, ‘ଲକ୍ଷ୍ମୀ ‘ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର’, ‘ସିନ୍ଦୂର ନୁହେଁ ଖେଳ ଘର’, ‘ପବିତ୍ର ବନ୍ଧନ’, ‘ଧର୍ମ ସହିଲେ ହେଲା’ ଓ ‘ସନ୍ତାନ’ ଆଦି ଫିଲ୍ମରେ ସିଦ୍ଧାନ୍ତ ଏହଂ ରଚନାଙ୍କୁ ଏକାଠି କାମ କରିବାର ଦେଖିବାକୁ ମିଳିଥିଲା। ୨୦୦୨ରେ ରିଲିଜ୍ ହୋଇଥିବା ଫିଲ୍ମ ‘ସନ୍ତାନ’ରେ ସିଦ୍ଧାନ୍ତ ଏବଂ ରଚନାଙ୍କୁ ଶେଷଥର ପାଇଁ ଏକାଠି ଅଭିନୟ କରିବାର ଦେଖିବାକୁ ମିଳିଥିଲା। କିନ୍ତୁ ପୁଣି ଖୁବଶିଘ୍ର ଦର୍ଶକ ଏହି ଯୋଡ଼ିକୁ ଦେଖିବାକୁ ପାଇବେ ।
Next Post
ଉଦଘାଟନ ବେଳ ର ଜୀବିତ ବୃକ୍ଷ ଆଜି ମୃତ... ବାଃ ବାଃ ରେ ରାଜନୀତି
Tue Mar 12 , 2019
Bastabtv Reporter-Chakradhar Pruseth ମେଡିକାଲ ରାଉରକେଲା ହାଇଟେକ କଲେଜ ଓ ଏସ୍ଟିଆଇ ଓଭର ବ୍ରିଜ ମଝି ଛକ ରେ ବିରାଟ ଗୋଲ କୁଣ୍ଡ କରି ପୋତା ହେଲା 15 ଫୁଟିଆ ଖଜୁରୀ ଗଛ I ଓଡିଶା ର ପ୍ରସିଦ୍ଧ ମୁଖ୍ୟ ମନ୍ତ୍ରୀଙ୍କ କର କମଳ ରେ ଉଦଘାଟନ ହେଲା ନବ ନିର୍ମିତ ଓଭର ବ୍ରିଜ ହେଲେ ବଳି ପଡିଲା 15 ବର୍ଷିଆ ବିଚରା ଖଜୁରୀ ଗଛ Iମୁଖ୍ୟ ମନ୍ତ୍ରୀ ଙ୍କୁ […]

You May Like
-
3 years ago
ଭାରତୀୟ ମୂଳ ନିଲ୍ ମୋହନ ୟୁଟ୍ୟୁବ ର ନୂଆ ସିଇଓ…
-
5 years ago
ସମସ୍ତଙ୍କର ନିଜ ରାଜ୍ୟକୁ ଫେରିବାର ଅଧିକାର ଅଛି : ବାଗଚୀ
-
4 years ago
ଆଜିର ଖାସ୍ ଖବର


