କଟକ ନଗର ଭାଜପା ବାରବାଟି ଓ ମହାନଦୀ ମଣ୍ଡଳ ବୈଠକରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ….

ସଂଜୟ ଶତପଥୀ(କଟକ): ଆଜି କେନ୍ଦ୍ରୀୟ ଭାଜପା ସଂଗଠନର ନିଷ୍ପତି ଅନୁଯାୟୀ ତୃଣ ମୂଳ ସଂଗଠନ ମଜଭୁତ କରିବା ପାଇଁ ସମସ୍ତ ମନ୍ତ୍ରୀ, ପଦାଧିକାରୀ ଙ୍କ କାର୍ଯ୍ୟକ୍ରମ ଅବସରରେ କଟକ ନଗର ଭାଜପା ଶାଖାର ବାରବାଟି ଓ ମହାନଦୀ ମଣ୍ଡଳର ପାଳକ ଦାୟିତ୍ୱ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମହୋଦୟ ଥୋରିଆ ସାହି ସ୍ଥିତ ମୋହନ ମଣ୍ଡପରେ ଦୁଇଟି ଅଲଗା ବୈଠକ ନେଇଥିଲେ।

କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକର ନେତୃତ୍ୱ ନେଇଥିଲେ ବାରବାଟି ମଣ୍ଡଳ ସଭାପତି ଶ୍ରୀମତୀ ନମିତା ମିଶ୍ର ଓ ମହାନଦୀ ମଣ୍ଡଳ ସଭାପତି ଶ୍ରୀ ନିତାଇ ଗୌର ମହାନ୍ତି। ସଶକ୍ତ ମଣ୍ଡଳ ସକ୍ରିୟ ବୁଥ କରିବା ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶର ସମ୍ପୂର୍ଣ୍ଣ ବିକାଶର ଯୋଜନା ଗୁଡିକର ବାର୍ତ୍ତା ଓ ସୁଫଳ ଘରେ ଘରେ ପହଞ୍ଚାଇବାକୁ ଶ୍ରୀ ବୈଷ୍ଣବ ଆହ୍ୱାନ ଦେଇଥିଲେ।

ମଣ୍ଡଳର ବୁଥ ଗୁଡିକର ସ୍ଥିତିର ସମୀକ୍ଷା ସେ କରିଥିଲେ ଏବଂ ପ୍ରତି ମାସରେ ପୁନଃ ଆସିବାକୁ ପ୍ରତିଶୃତି ଦେଇଥିଲେ । ଉପସ୍ଥିତ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସଂଗଠନର ସକ୍ରିୟତା କୁ ଆଗାମୀ ନିର୍ବାଚନ ରେ ନିଶ୍ଚିତ ବିଜୟ ପାଇଁ ବୁଥ ଭୋଟର ସୂଚୀ ଅଧ୍ୟୟନ ଓ ସମ୍ପର୍କ ସହ କାର୍ଯ୍ୟ କରିବାକୁ କହିଥିଲେ।

ଏହି ଅବସରରେ କଟକ ଜିଲ୍ଲା କଂଗ୍ରେସ ଶ୍ରମିକ ସଂଗଠନ ସଭାପତି ଶ୍ରୀ ଦୀପ୍ତି ରଞ୍ଜନ ପଣ୍ଡା ଦଳ ଛାଡି ନିଜ ସମର୍ଥକଙ୍କ ସହିତ ଭାଜପା ରେ ଯୋଗଦେବା ଘୋଷଣା କରିଥିଲେ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଭିଙ୍କୁ ଭାଜପା ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏହି ଦୁଇ ବୈଠକରେ ରାଜ୍ୟର ବରିଷ୍ଠ ନେତା ସର୍ବଶ୍ରୀ ନୟନ କିଶୋର ମହାନ୍ତି,ଶାରଦା ପ୍ରସାଦ ଶତପଥି,ସଜ୍ଜନ ଶର୍ମା, ବିନୋଦ ଦାଶ,ପବିତ୍ର ମୋହନ ଦାଶ, ଲକ୍ଷ୍ମୀଧର ପ୍ରଧାନ, ସିକନ୍ଦର ଅଲ୍ଲୀ, ରଶ୍ମିରେଖା ଦାସ,କର୍ପୋରେଟର ଗୋପାଳ ବେହେରା,ଦୀପକ ଦାସ ଓ ଲକ୍ଷ୍ମୀଧର ବେହେରା ପ୍ରମୁଖ ଯୋଗଦେଇଥିଲେ। ସୁଜାତା ମହାନ୍ତି,ନିତାଇ ଚରଣ ନନ୍ଦ,ବିଶ୍ୱରଂଜନ ମିଶ୍ର, ଭାଗିରଥି ଦଳେଇ,ପ୍ରବୀଣା ମହାପାତ୍ର,ସ୍ଵର୍ଣ୍ଣଲତା ସେଠି,ମହମ୍ମଦ ସବୀର ,ଉପେନ୍ଦ୍ର ମହାରଣା,ସୁଧୀର ଶତପଥି, ଶ୍ରୀନିବାସ ରେଡି,ବିଶ୍ୱଜିତ ମହାପାତ୍ର,ଗଙ୍ଗାଧର ସାହୁ, ସଞ୍ଜୟ ଶଃ,ଦିଲ୍ଲୀପ ସାହୁ, ବ୍ରଜ କିଶୋର ବେହେରା ଓ ମୁନୀନ୍ଦ୍ର ଭୋଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟବ୍ୟାପୀ ଟ୍ରକ୍ ଧର୍ମଘଟ...

Fri Jan 6 , 2023
ବାସ୍ତବ ବ୍ୟୁରୋ: ଜାନୁଆରୀ ୧୧ ତାରିଖ ମଧ୍ୟରାତ୍ରୀରୁ ରାଜ୍ୟବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା ଦେଇଛି ରାଜ୍ୟ ଟ୍ରକ୍ ମାଲିକ ସଂଘ। ଆଜି(ଶୁକ୍ରବାର) କଟକ ଜିଲ୍ଲାର ଖୁଣ୍ଟୁଣୀ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଟ୍ରକ୍ ମାଲିକ ସଂଘ ସଭାପତି ବିଭୂତି ପ୍ରସାଦ ଦାସ ଏହି ସୂଚନା ଦେଇଛନ୍ତି। ଶ୍ରୀ ଦାସ କହିଛନ୍ତି, “୧୫ ବର୍ଷ ଅତିକ୍ରମ କରି ସାରିଥିବା ଗାଡ଼ି ଗୁଡ଼ିକୁ ରାସ୍ତାରୁ ହଟାଇବାକୁ ସରକାର […]

You May Like

Pin It on Pinterest