ରାଜ୍ୟବ୍ୟାପୀ ଟ୍ରକ୍ ଧର୍ମଘଟ…

ବାସ୍ତବ ବ୍ୟୁରୋ: ଜାନୁଆରୀ ୧୧ ତାରିଖ ମଧ୍ୟରାତ୍ରୀରୁ ରାଜ୍ୟବ୍ୟାପୀ ଟ୍ରକ୍ ଧର୍ମଘଟ ଡାକରା ଦେଇଛି ରାଜ୍ୟ ଟ୍ରକ୍ ମାଲିକ ସଂଘ। ଆଜି(ଶୁକ୍ରବାର) କଟକ ଜିଲ୍ଲାର ଖୁଣ୍ଟୁଣୀ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଟ୍ରକ୍ ମାଲିକ ସଂଘ ସଭାପତି ବିଭୂତି ପ୍ରସାଦ ଦାସ ଏହି ସୂଚନା ଦେଇଛନ୍ତି।

ଶ୍ରୀ ଦାସ କହିଛନ୍ତି, “୧୫ ବର୍ଷ ଅତିକ୍ରମ କରି ସାରିଥିବା ଗାଡ଼ି ଗୁଡ଼ିକୁ ରାସ୍ତାରୁ ହଟାଇବାକୁ ସରକାର ଦେଇଥିବା ନିର୍ଦ୍ଦେଶକୁ ଆମେ ବିରୋଧ କରୁଛୁ। ଏହି ଅବଧିକୁ ୨୦ ବର୍ଷକୁ ବୃଦ୍ଧି କରିବାକୁ ଆମେ ଦାବି କରୁଛୁ। ଏହା ସମେତ ମୋଟ ୫ ଦଫା ଦାବି ସଂପର୍କରେ ଆମେ ରାଜ୍ୟ ସରକାରଙ୍କୁ ଅବଗତ କରାଇଛୁ। କିନ୍ତୁ ଏ ସଂପର୍କରେ ରାଜ୍ୟ ସରକାର ଅଦ୍ୟାବଧି କିଛି ନିଷ୍ପତ୍ତି ନେଇ ନାହାନ୍ତି।”

ସେ ଆହୁରି କହିଛନ୍ତି ଯେ ମୁଖ୍ୟତଃ ପ୍ରଦୂଷଣ ରୋକିବାକୁ ସରକାର ୧୫ ବର୍ଷ ଅତିକ୍ରମ କରିସାରିଥିବା ଗାଡ଼ିଗୁଡ଼ିକୁ ହଟାଇବାକୁ କହୁଛନ୍ତି। ଏପରି ହେଲେ ବହୁତ ଘରୋଇ ଗାଡ଼ି ରାସ୍ତାରୁ ହଟିବ। ଏହା ସହିତ ବ୍ୟବସାୟିକ ଗାଡ଼ି ମଧ୍ୟ ହଟିବ। ଫଳରେ ବହୁ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବ। ଟ୍ରକ୍‌ରେ ପ୍ରଦୂଷଣ ହେଉଛି ତା’ ଇଞ୍ଜିନରୁ। ତେଣୁ ଆମେ ପ୍ରସ୍ତାବ ଦେଇଥିଲୁ ଆମକୁ ନୂଆ ଇଞ୍ଜିନ ଲଗାଇବାକୁ ଅନୁମତି ଦିଆଯାଉ। ଫଳରେ ପ୍ରଦୂଷଣ ହେବ ନାହିଁ। ଆମର ଏହିଭଳି ବହୁ ପ୍ରକାର ପ୍ରସ୍ତାବକୁ ସରକାର ଗ୍ରହଣ କରୁ ନାହାନ୍ତି। ଏହା ବାଦ୍‌ ଆମର ଆହୁରି ଅନେକ ସମସ୍ୟା ରହିଛି। କିନ୍ତୁ ସରକାର କିଛି କର୍ଣ୍ଣପାତ କରୁ ନାହାନ୍ତି।”

ସରକାର ଆମ ଦାବି ପ୍ରତି ଦୃଷ୍ଟି ନଦେଲେ ଆସନ୍ତା ୧୧ ତାରିଖ ମଧ୍ୟରାତ୍ରୀରୁ ନିଶ୍ଚିତ ଭାବେ ଟ୍ରକ୍ ଚଳାଚଳ ବନ୍ଦ କରି ଦିଆଯିବ ବୋଲି ରାଜ୍ୟ ଟ୍ରକ୍ ମାଲିକ ସଂଘ ସଭାପତି ବିଭୂତି ପ୍ରସାଦ ଦାସ କହିଛନ୍ତି। ରାଜ୍ୟ ଟ୍ରକ୍‌ ମାଲିକ ସଂଘର ଏହି ଧର୍ମଘଟ ଡାକରାକୁ ଅଲ୍‌ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (AIMTC) ସମର୍ଥନ ଜଣାଇଥିବା କହିଛନ୍ତି ରାଜ୍ୟ ଟ୍ରକ୍ ମାଲିକ ସଂଘର ସଭାପତି ଶ୍ରୀ ଦାସ କହିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଉ ଦୁଇଦିନ ଥଣ୍ଡାରେ ଥରିବ ଓଡିଶା...

Sat Jan 7 , 2023
ବାସ୍ତବ ବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା, ଆଉ ଦୁଇଦିନ ଥଣ୍ଡାରେ ଥରିବ ଓଡିଶା । ୨/୩ ଦିନ ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରି କମିବ। ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁଯାୟୀ, ଆସନ୍ତାକାଲି(ରବିବାର) ସକାଳ ସାଢ଼େ ୮ଟା ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୭ ତାରିଖ ସକାଳ ସାଢ଼େ ୮ଟାରୁ ୮ ତାରିଖ ସକାଳ ସାଢ଼େ ୮ଟା ଯାଏ ଝାରସୁଗୁଡ଼ା, […]

You May Like

Pin It on Pinterest