
ସଂଜୟ ଶତପଥୀ(କଟକ): ସଂପ୍ରତି ଭାରତବର୍ଷରେ ଜନସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଆଗାମୀ ଦିନରେ ଦେଶବାସୀ ବହୁ ସଙ୍କଟର ସମ୍ମୁଖୀନ ହେବା ସହ ବିଶେଷ କରି ଘୋର ଆର୍ଥିକ ସଙ୍କଟର ମଧ୍ୟ ସମ୍ମୁଖୀନ ହେବେ। ଜଣାଯାଏ ଯେ ଆମଦେଶର ପରିସୀମା ଅନୁଯାୟୀ ଆକଳନ କଲେ ଜନସଂଖ୍ୟା ହୂ ହୂ ହୋଇ ବଢ଼ିବାରେ ଲାଗିଛି।ଏହି ବୃଦ୍ଧିକୁ ରୋକ୍ ଲଗାଇବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଯୋଜନା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ, ସୁବିଧା କରାଯାଇଥିଲା ପରେ ମଧ୍ୟ ସମସ୍ତ କାର୍ଯ୍ୟକ୍ରମ ବିଫଳ ହୋଇଛି।
ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ମାଡି ଆସୁଥିବା ଘୋର ସଙ୍କଟ ରୁ ଆମ ଦେଶ ତଥା ବିଶେଷ କରି ଆମ ରାଜ୍ୟ ଓଡ଼ିଶାକୁ ରକ୍ଷା କରିବା ଲାଗି ଅଣ୍ଟା ଭିଡିଛନ୍ତି ଭାରତର ଏକ ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ “ଜନସଂଖ୍ୟା ସମାଧାନ ଫାଉଣ୍ଡେସନ”।ଆଜି କଟକର ମେରିଆବଜାରସ୍ଥିତ ଆତିଥ୍ୟ ଭବନରେ “ଜନସଂଖ୍ୟା ସମାଧାନ ଫାଉଣ୍ଡେସନ” ର କଟକ ଜିଲ୍ଲା ଶାଖା ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା।
ଏହି ସମ୍ମିଳନୀରେ ଫାଉଣ୍ଡେସନର ରାଜ୍ୟ ସଭାପତି ଶ୍ରୀ ବିପିନ ବିହାରୀ ଦାସ ଅଧ୍ୟକ୍ଷତା କରି ଆଗାମୀ ସଙ୍କଟ ବିଷୟରେ ଧାରଣା ଦେବା ସହ ଉପସ୍ଥିତ ସାମ୍ବାଦିକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ ଭାରତବର୍ଷର ସୀମିତ ପରିସୀମା ମଧ୍ୟରେ ଜନସଂଖ୍ୟାର ଅହେତୁକ ବୃଦ୍ଧି ଯୋଗୁଁ ସମସ୍ତ ଭାରତୀୟ ବ୍ୟାପକ ଅସନ୍ତୁଳନତାକୁ ସାମ୍ନା କରୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଯୋଜନା ନିଷ୍ପଳ ହେବାରେ ସଂଗଠନ ଏହି ଯୋଜନାକୁ ଆଇନ୍ ରେ ପରିଣତ କରିବାକୁ ଯୋଜନାର ଦାବି କରି ଓଡ଼ିଶାରୁ ୫ ଲକ୍ଷ ଦସ୍ତଖତ ସଂଗ୍ରହ ଯୋଜନା କରି ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଛି।
ଜନସଂଖ୍ୟା ନିୟନ୍ତ୍ରଣ ଲାଗି ଆଇନ କରିବାକୁ ଏହି ସଂଗୃହିତ ଦସ୍ତଖତ ସମ୍ମିଳିତ ଦାବିପତ୍ର ଜିଲ୍ଲା ସଂଗଠନ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବାର ଏହି ସଂଗଠନର ଲକ୍ଷ। ବହୁତ ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆଜି କଟକ ଜିଲ୍ଲାରେ ଏହି ଦସ୍ତଖତ ଅଭିଯାନର ଶୁଭାରମ୍ଭ ହୋଇଛି।
ଏହି ଆହ୍ଵାନ ରୂପକ ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ସଂଗଠନର ବରିଷ୍ଠ ସଦସ୍ୟ ସତ୍ୟେନ୍ ରାଉତରାୟ, ସୁରେଶ ମହାନ୍ତି,ଉଷା ପାତ୍ର, ମହିଳା ରାଷ୍ଟ୍ରୀୟ ଉପସଭାପତି ପୁଷ୍ପିତା ମହାପାତ୍ର ,ଭାରତୀ ପଣ୍ଡା, ରାଜ୍ୟ ମହିଳା ସଭାନେତ୍ରୀ ଶ୍ରଦ୍ଧାଞ୍ଜଳୀ ମିଶ୍ର, ରାଜ୍ୟ ଉପ-ସଭାପତି ବସନ୍ତ ସାହୁ ଓ ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମିହିର ପାଣିଙ୍କ ସହ ସଂଗଠନ ର ବିଭିନ୍ନ ଜିଲ୍ଲାର ବହୁ ସଦସ୍ୟ ଯୋଗ ଦେଇଥିଲେ।
ଏହି ଦସ୍ତଖତ ଅଭିଯାନକୁ ସଫଳ କରିବାକୁ ସଂଗଠନ ପକ୍ଷରୁ ଆଜିର ସମ୍ମୀଳନୀରେ ସଂଗଠନ ପକ୍ଷରୁ କଟକ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଇଛି।