ମତୋ ଉଚ୍ଚ ବିଦ୍ୟାଳୟର ୧୯୬୯ ବ୍ୟାଚର ଗୁରୁ ଶିଷ୍ୟ ମିଳନ….

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ କେଉଁ ଆଦିମ ଯୁଗରୁ।ଶିକ୍ଷା ଗ୍ରହଣ ପରେ ଛାତ୍ରଟିଏ ବିଶ୍ୱକଲ୍ୟାଣ ପାଇଁ ନିଜକୁ ବିଭିନ୍ନ ଦିଗରେ ନିୟୋଜିତ କରିଥାଏ ସତ,ମାତ୍ର ଭୂଲି ନ ଥାଏ ନିଜ ଜନ୍ମଦାତ୍ରୀ ,ଜନ୍ମଭୂମି , ଶିକ୍ଷକ /ଶିକ୍ଷୟତ୍ରୀ ଏବଂ ପିଲାଦିନର ସହପାଠୀଙ୍କୁ । ସେହି ସ୍ମୃତିକୁ ମନେପକାଇ ଚାନ୍ଦବାଲି ବ୍ଳକର ମତୋ କଲ୍ୟାଣ ମଣ୍ଡପ ଠାରେ ମତୋ ଉଚ୍ଚ ବିଦ୍ୟାଳୟର ୧୯୬୯ ବ୍ୟାଚର ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ଏକାଠି ହୋଇଥିଲେ ।

ନାଲଗୁଣ୍ଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ମତୋ ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀଯୁକ୍ତ ସନାତନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବନ୍ଧୁ ମିଳନ ଉତ୍ସବରେ ପଞ୍ଚାନନ ପଲ୍ଲାଇ, ବିଷ୍ଣୁ ମହାପାତ୍ର, ରାମକୃଷ୍ଣ ସମାଲ, ସାଧୁଚରଣ ନାୟକ ,ଦୁର୍ଗା ଚରଣ ନାୟକ ,ଚିନ୍ତାମଣି ମହାରଣା ,ଶିବ ନାୟକ, ମୁରଲୀଧର ଦାସ ପ୍ରମୁଖ ଶିକ୍ଷକ ଯୋଗ ଦେଇଥିଲେ ।

ସଭା ଆରମ୍ଭରେ ଉକ୍ତ ବ୍ୟାଚର ହରେଇଥିବା ଶିକ୍ଷକ ଓ ସହପାଠୀ ମାନଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ ପାଇଁ ନିରବ ପାର୍ଥନା କରାଯାଇଥିଲା । ତତ୍ପରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀ ମାନେ ଫୁଲତୋଡ଼ା ଏବଂ ଉତରୀୟ ଦେଇ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ନିଜ ଛାତ୍ର ଜୀବନ ଠାରୁ ପରିଣତ ବୟସ ପର୍ଯ୍ୟନ୍ତ ଅନୁଭୂତି ବଖାଣି ଥିଲେ ।

ଅବସରପ୍ରାପ୍ତ ସେନା କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ,ଅମୂଲ୍ୟ ବାରିକ ,ସୁରେନ୍ଦ୍ର ପରିଡା ,ମଣି ଚରଣ ନାୟକ ,ଗଙ୍ଗାଧର ବଳ ,ଅମୂଲ୍ୟ ମହାନ୍ତି, ରାଧାଶ୍ୟାମ ପତି, ସନାତନ ପରିଡା ,ହରିହର ରାଉତ ପ୍ରମୁଖ ପୁରାତନ ଛାତ୍ର ଉପସ୍ଥିତ ରହି ପୁରୁଣା ସ୍ମୃତିକୁ ମନେ ପକାଇ ଭାବବିହୋଳ ହୋଇ ଉଠିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାକିସ୍ତାନରେ ଅଟା ଅଭାବ: ଶସ୍ତା ଅଟା କିଣିବାରେ ୪ ଜଣଙ୍କର ମୃତ୍ୟୁ, ୧ କେଜି ଅଟା ୧୫୦ ଟଙ୍କା...

Mon Jan 9 , 2023
ବାସ୍ତବ ବ୍ୟୁରୋ: ଅଟାର ଅଭାବ ହେତୁ ପାକିସ୍ତାନରେ ହାହାକାର | ସବସିଡିଯୁକ୍ତ ଅଟାର ଷ୍ଟକ୍ ଶେଷ ହୋଇଯାଇଛି | ଏହି କାରଣରୁ ସରକାର ଦେଶର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ କମ୍ ମୂଲ୍ୟରେ ଅଟା ପ୍ୟାକେଟ୍ ଯୋଗାଉଛନ୍ତି। ଅଟାର ଅଭାବ ଏତେ ଭୟଙ୍କର ଯେ ଶସ୍ତା ଅଟା କିଣିବାକୁ ଚେଷ୍ଟା କରି ଏପର୍ଯ୍ୟନ୍ତ ୪ ଜଣ ପ୍ରାଣ ହରାଇଛନ୍ତି। ଶନିବାର ଦିନ ସିନ୍ଧ ରାଜ୍ୟର ମିରପୁର ଖାସ୍ ଜିଲ୍ଲାରେ ଖାଦ୍ୟ ବିଭାଗରୁ […]

You May Like

Pin It on Pinterest