ସବୁ ରାଜନୈତିକ ଦଳର ନଜରରେ ବିଜୟ ମହାପାତ୍ରଙ୍କ ବନ୍ଧୁ ମିଳନ ପର୍ବ….

ରାକେଶ ମହାନ୍ତି(ପାଟକୁରା): ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକ ରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ, ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ବନ୍ଧୁମିଳନର ଆଢୁଆଳେ ଶକ୍ତି ପ୍ରଦର୍ଶନ ।

ତୀକନପୁର ପଞ୍ଚାୟତ ରେ ବନ୍ଧୁ ମିଲନ କାର୍ଯ୍ୟକ୍ରମ ଅବସରରେ ହଜାର ହଜାର ସମର୍ଥକ ଙ୍କ ସହ ବିଜୟ ମହାପାତ୍ର ରୋଡ ଶୋ କରି ବିରାଟ ଶୋଭାଯାତ୍ରାରେ ସଭାରେ ଯୋଗ ଦେଇଥିଲେ ।ଏହି ସଭାରେ ବିଜୟ ମହାପାତ୍ର ଆଗାମୀ ସାଧାରଣ ନିର୍ବାଚନ ରେ ନିଜ ରାଜନୈତିକ ଆଭିମୁଖ୍ୟ ସ୍ପଷ୍ଟ କରିବା ନେଇ ସଂକେତ ଦେଇଛନ୍ତି । କିନ୍ତୁ ଆଗାମୀ ସାଧାରଣ ନିର୍ବାଚନ ରେ ରାଜନୀତି ର ମୈଦାନ କୁ ବିଜୟ ଓହ୍ଲାଇବେ ନା ତାଙ୍କ ପୁଅ ନିର୍ବାଚନ ମୈଦାନ କୁ ଓହ୍ଲାଇବେ ତାହା ସ୍ପଷ୍ଟ କରିନାହାନ୍ତି ।

କିନ୍ତୁ ବିଜୟ ମହାପାତ୍ର ଙ୍କ ପୁଅ ଅରବିନ୍ଦ ମହାପାତ୍ର ଆଗାମୀ ନିର୍ବାଚନ ରେ ମୈଦାନ କୁ ଓହ୍ଲାଇବେ ବୋଲି ସଂକେତ ଦେଇଛନ୍ତି।ଗୋଟିଏ ମଞ୍ଚ ରେ ବିଜୟ ଓ ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ଏକାଠି ଯୋଗ ଦେଇଥିବା କୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି।ତେବେ ବିଜୟ ଓ ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ଆଗାମୀ ନିର୍ବାଚନ ରେ କେଉଁ ରାଜନୈତିକ ଦଳ କୁ ଯିବେ ତାହା ସ୍ପଷ୍ଟ କରିନାହାନ୍ତ ।

ସଭା ମାଧ୍ୟମ ରେ ବିଜୟ ମହାପାତ୍ର କହିଛନ୍ତି ଯେ “ମହାଭାରତ ର ଯୁଦ୍ଧ ର ଯେଉଁ ଓଳିଏ ବାକି ଅଛି ତାହା ନିର୍ଣ୍ଣାୟକ ହେବ ପାଟକୁରା ତଥା ଓଡ଼ିଶା ପାଇଁ “। ଏଥିସହ ଗରଦପୁର, ଡେରାବିଶ ଓ ମାର୍ଶାଘାଇ ବ୍ଲକ ର ସମସ୍ତ ସମର୍ଥକ ଙ୍କୁ ନୂଆ ବର୍ଷ ୨୦୨୩ ର ଅଭିନନ୍ଦନ ଦେଇଥିଲେ । ଏହି ବନ୍ଧୁ ମିଳନ ସଭାରେ ବହୁସଙ୍ଖ୍ୟକ ମହିଳା ସମର୍ଥକ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

iQoo-11 5G ଭାରତରେ ଲଞ୍ଚ:ଫ୍ଲାଗସିପ୍ ଫୋନ୍ ରେ 256 ଜିବି ଷ୍ଟୋରେଜ୍ ଏବଂ 50MP କ୍ୟାମେରା, ଏହାର ମୂଲ୍ୟ...

Tue Jan 10 , 2023
ବାସ୍ତବ ବ୍ୟୁରୋ : ଆଜି(ମଙ୍ଗଳବାର) iQoo ଏହାର ନୂତନ ଫ୍ଲାଗସିପ୍ ସ୍ମାର୍ଟଫୋନ୍ iQoo-୧୧ 5G ଭାରତରେ ଲଞ୍ଚ କରିଛି | କମ୍ପାନୀ ଏହି ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮ ଜେନ ୨ ପ୍ରୋସେସର ଏବଂ ଭିଭୋ ଭି ୨ ଇମେଜିଙ୍ଗ ଚିପ ଦେଇଛି | ଏଥିରେ ୬.୭୮ ଇଞ୍ଚର 2K ଏମୋଲେଡ଼ ଡିସପ୍ଲେ ଅଛି | ଏହା ୧୨୦W ଫ୍ଲାସଚାର୍ଜ ଫାଷ୍ଟ ଚାର୍ଜିଂ ସହ ଏଥିରେ ୫୦୦୦mAh ବ୍ୟାଟେରୀ ଦିଆଯାଇଛି […]

You May Like

Pin It on Pinterest