
ସଂଜୟ ଶତପଥୀ(କଟକ): ପୁରୁଷ ହକି ବିଶ୍ୱକପ୍ର ଉଦଘାଟନୀ ସମାରୋହ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହିତ ଆରମ୍ଭ ହୋଇଛି | ଏଥିରେ ଓଡ଼ିଶାର ସଂସ୍କୃତି ସହ ଗୀତ, ନୃତ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ଭରପୂର ମନୋରଂଜନ ରହିବ। ଏହି ଉଦ୍ଘାଟନୀ ଉତ୍ସବର ନାମ ‘ସେଲିବ୍ରେସନ’ ରଖାଯାଇଛି। ୪୦,୦୦୦ ଦର୍ଶକଙ୍କ ଭରପୂର ଷ୍ଟାଡିୟମରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ବଲିଉଡ ତାରକା ରଣଭୀର ସିଂ, ଦିଶା ପଟାନୀଙ୍କ ସହ ଦର୍ଶକମାନଙ୍କ ମନ ମୋହିଛନ୍ତି।

ବଲିଉଡ୍ ତାରକା ରଣବୀର ସିଂହ ଓ ଦିଶା ପଟାନୀଙ୍କ ସହ ପ୍ରସିଦ୍ଧ କେ-ପପ୍ ବ୍ୟାଣ୍ଡ ବ୍ଲାକ୍ସ୍ବାନ ଗୃପ୍, ଓଡ଼ିଶାର ଜଣାଶୁଣା ଗାୟିକା ଶ୍ରେୟା ଲେଙ୍କା ନିଜର ଜଲୱା ଦେଖାଇବେ। ସୁନାମଧନ୍ୟ କଣ୍ଠ ଶିଳ୍ପୀ ବେନି ଦୟାଲ, ନୀତି ମୋହନ, ଲିସା ମିଶ୍ର, ଅମିତ ମିଶ୍ର, ଅନ୍ତରା ମିତ୍ର, ଶ୍ରୀମା ଚନ୍ଦ୍ରା, ନକାଶ ଅଜିଜ, ଶାଲମାଲି ଖୋଲଗାଡେ ଓ ନମିତା ମେଲେକାଙ୍କ ସହ ହକି ବିଶ୍ବକପ୍ ୨୦୨୩ ଗୀତର ଲେଖକ ପ୍ରୀତମ ଷ୍ଟେଜ୍କୁ ଆସିବେ। ନୃତ୍ୟୁ ଗୁରୁ ଅରୁଣା ମହାନ୍ତି ଓ ଜାତୀୟ ପୁରସ୍କାରପ୍ରାପ୍ତ ସିଆମକ ଡାଭର ନୃତ୍ୟ ପ୍ରଦର୍ଶନର କୋରିଓଗ୍ରାଫ କରିଛନ୍ତି। ଏମାନଙ୍କ ସହ ଓଡ଼ିଶାର ଅନେକ କଳାକାର ମଧ୍ୟ ଯୋଗ ଦେଇଛନ୍ତି।
ଉଦଘାଟନୀ ସମାରୋହ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲିଉଡ ତାରକା ତଥା କଳାକାରମାନଙ୍କୁ ଭାରତୀୟ ହକି ଦଳର ଜର୍ସି ଉପହାର ଦେଇଥିଲେ।

ଜାନୁଆରୀ ୧୩ ଠାରୁ ମ୍ୟାଚ୍ ଖେଳାଯିବ
ବୁଧବାର ଉଦଘାଟନୀ ସମାରୋହ ପରେ ଜାନୁଆରୀ ୧୩ ରୁ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ | ଭାରତର ପ୍ରଥମ ମ୍ୟାଚ୍ ସନ୍ଧ୍ୟା ୭ ଟାରୁ ରାଉରକେଲାରେ ସ୍ପେନ ବିପକ୍ଷରେ ହେବ। ୧୭ ଦିନିଆ ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚ୍ ଜାନୁଆରୀ ୨୯ରେ ଭୁବନେଶ୍ୱରରେ ଖେଳାଯିବ | ୧୬ ଟି ଦଳର ଟୁର୍ନାମେଣ୍ଟରେ ମୋଟ ୪୪ ଟି ମ୍ୟାଚ୍ ହେବ |