
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୧-୧-୨୦୨୨:ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମିଶନ ଶକ୍ତି ବିଭାଗ ପକ୍ଷରୁ ଏକ ବୃହତ ରୁଣ ମେଳା ସ୍ଥାନୀୟ ଚାନ୍ଦବାଲି ମା କାଳୀ ପଡ଼ିଆରେ ଅନୁଷ୍ଟିତ ହୋଇ ଯାଇଛି ।
ଏହି ରୁଣ ମେଳାରେ ମୁଖ୍ୟ ଅତିଥି ଭାବରେ ଚାନ୍ଦବାଲି ବିଧାୟକ ଡ଼ ବ୍ୟାମୋକେଶ ରାୟ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ଜିଲ୍ଲାପାଳ ସିଧେଶ୍ଵର ବଳିରାମ ବୋନ୍ଦର , ବିଡିଓ ଯୋତି ବିକାଶ ଦାସ ,ଏନ ଏସି ଅଧ୍ୟକ୍ଷା ଶାନ୍ତି ଲତା ସେଠୀ, ବ୍ଲକ ଅଧ୍ୟକ୍ଷା ମିନତୀ ସୁତାର, ରଞ୍ଜନ ସାହୁ, ପ୍ରିନ୍ସ ନାୟକ, ପ୍ରଦୀପ ପଲାଇ ପ୍ରମୁଖ ଯୋଗ ଦେଇ ଏହି ରୁଣ ମେଳାକୁ ଉଦ୍ଘାଟନ କରିଥିଲେ । ଏହି ରୁଣ ମେଳାରେ ବିଭିନ୍ନ ବ୍ୟାଙ୍କର ଅଧିକାରୀ ମାନେ ଉପସ୍ଥିତ ରହି ରୁଣ ପ୍ରଦାନ କରିଥିଲେ ।
ଏହି ମେଳାରେ ୧୫ ଟି ଏସ ଏସ ଜି ଗୃପ ପକ୍ଷରୁ ୧୫ ଟି ଷ୍ଟଲ ଖୋଲାଯାଇ ସେମାନଙ୍କର ସମାଗ୍ରୀ ପଦର୍ଶନ କରାଯାଇଥିଲା l ରୁଣ ମେଳାରେ ବ୍ୟାଙ୍କ ମାନଙ୍କ ପକ୍ଷରୁ ୧୧୩୧ ମହିଳା ସ୍ବୟଂ ସହାୟକ ଗୋଷ୍ଟି ମାନଙ୍କୁ ମୋଟ ୪୧ କୋଟି ୯୭ ଲକ୍ଷ ୬୩ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିପିଏମ, ସିଆର ପି, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର ପ୍ରମୁଖ ସଭାଟିକୁ ସୁଚାରୁ ରୂପେ ପରିଚାଳନ କରିଥିଲେ ।