
ଦିପକସାହୁ(କଳାହାଣ୍ଡି): କଲମପୁର ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା କଲମପୁର ମିନିଷ୍ଟାଡିଅମରେ ମହାସମାରୋହ ରେ ଉଦଯାପିତ ହୋଇଯାଇଛି l
ପୂର୍ବାହ୍ନ ୯ ଟାରେ କଲମପୁର ଲଙ୍କେଶ୍ୱରୀ ମନ୍ଦିର ରେ ପୂଜା କରି ମଶାଲ ଜଳାଇ ଯାତ୍ରା ଆରମ୍ଭ କରାଯାଇଥିଲା l ପ୍ରଥମେ ଏହି ମଶାଲ କୁ କଲମପୁର ସମିତି ଅଧ୍ୟକ୍ଷା ମୋତୀ ବିହାରୀ ଗ୍ରହଣ କରିଥିଲେ l ପରେ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ପୂର୍ବତନ ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା ବିପିନ ପ୍ରଧାନୀ ମଶାଲ ଧରିଥିଲେ ଏହି ମଶାଲ କଲମପୁର ନିର୍ମାଲ୍ୟ କ୍ଷେତ୍ରରେ ପହଁଚିଲା ପରେ ସେଠାରୁ ଆଉ ଏକ ମଶାଲ ବାହାରିଥିଲା l ବିଡ଼ିଓ ପ୍ରସନ୍ନ କୁମାର ପଟେଲ ମନ୍ଦିର ରୁ ମଶାଲ ଗ୍ରହଣ କରିଥିଲେ l ଏହା ପରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ମହେନ୍ଦ୍ରନାଥ ସାହୁ, ଶିକ୍ଷାବିତ ରାମ ପ୍ରସାଦ ପଣ୍ଡା, ମୃତ୍ୟୁଞ୍ଜୟ ବିହାରୀ, ଆୟୋଜକ ମଣ୍ଡଳୀ ର , ଚକ୍ରଧର ନାଏକ, ଏ ବି ଇ ଓ଼ ଗୌରାଙ୍ଗ ବିଶ୍ୱାସ, ଶିକ୍ଷକ ସନ୍ତୋଷ ଚୌଧୁରୀ, ନୀଳମଣି ସୁନାନୀ ଏଭଳି ଅନେକ ସମାଜସେବୀ ଙ୍କ ମାଧ୍ୟମରେ ଘୁମୁରା, ସଂକୀର୍ତନ, ବାଜା, ବେଣ୍ଡ ପାର୍ଟି ଦ୍ୱାରା ମଶାଲ ନେଇ କଳାହାଣ୍ଡି ଉତ୍ସବ ମଞ୍ଚ ନିକଟରେ ସ୍ଥାପନ କରାଯାଇଥିଲା l

ସ୍କୁଲ ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ଗାନ କରିଥିଲେ l ବିଡ଼ିଓ ଶ୍ରୀ ପଟେଲ ସ୍ୱାଗତ ଅଭିଭାଷଣ ରଖିଥିଲେ l ସମାଜସେବୀ ପ୍ରଦୀପ ବେହେରା, ଚତୁର୍ଭୁଜ ପଣ୍ଡା, ସରପଞ୍ଚ ଗଣେଶ ପଣ୍ଡା, ବାଲକୃଷ୍ଣ ନାଏକ, ସୁଶୀଳା ଦୁର୍ଗା, କବିତା ଜେନ, ଚନ୍ଦନ ପଣ୍ଡା, ସୁଶାନ୍ତ ମାଝୀ, ସୂର୍ଯ୍ୟକାନ୍ତି ପଣ୍ଡା, ନିହାରିକା ବେହେରା, ହିମାଦ୍ରୀ ବାଗ, ଏବଂ ସମିତି ସଭ୍ୟ ସଭ୍ୟା ସମସ୍ତେ ପ୍ରଥମ ପର୍ଯ୍ୟୟରେ ମଞ୍ଚାସିନ ଥିଲେ l ପଞ୍ଚାୟତ ସ୍ତରରୁ ଆସିଥିବା ବିଭିନ୍ନ କଳାକାର ମାନେ ମଞ୍ଚରେ କଳା ପ୍ରଦର୍ଶନ କରିଥିଲେ l ମଞ୍ଚରେ ଲୋକ କଳ, ପାରମ୍ପରିକ ଲୋକ ନୃତ୍ୟ ଇତ୍ୟାଦି ପର୍ଯ୍ୟାୟ କ୍ରମେ ପରିବେଷଣ ହୋଇଥିଲା l
ଦ୍ଵିତୀୟ ପର୍ଯ୍ୟାୟ ରେ ମୁଖ୍ୟ ଅତିଥିଭାବେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ ଉପସ୍ଥିତ ରହିଥିଲେ l ତୃତୀୟ ପର୍ଯ୍ୟାୟ ତଥା ଶେଷ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଧର୍ମଗଡ଼ ବିଧାୟକ, ମୁଖ୍ୟବକ୍ତା ଭାବେ କଲେଜ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଚିନା, ସମ୍ମାନିତ ଅତିଥିଭାବେ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଜିଲ୍ଲା ପରିଷଦ ସଦସ୍ୟା ଦୁହିତା ମାଝୀ ଏବଂ ନିବେଦିତା ହଂସ, ପୂର୍ବତନ ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା, ବିପିନ ପ୍ରଧାନୀ ମଞ୍ଚାସିନ ରହିଥିଲେ l ବିଡ଼ିଓ ଶ୍ରୀ ପଟେଲ ଅଧ୍ୟକ୍ଷତା କରିଥିଲେ l ତହସିଲଦାର ରୁଦ୍ର ମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

ଶିକ୍ଷକ ମନ୍ମଥ ମିଶ୍ର, ଅନିଲ ମାଝୀ, ରଞ୍ଜନ କୁମାର ସାହୁ, ନୀଳକଣ୍ଠ ନାଏକ ଏବଂ କ୍ଷିତିସୁତା ମେହେର ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ l କଳାହାଣ୍ଡି ର କଟପ୍ପା ବଜାଶାଲ ଏବଂ ମୃଣ୍ମୟୀ ବଜାଶାଲ ର କଳାକାର ତାଙ୍କ ନୃତ୍ୟ ପରିବେଷଣ କରି ମଞ୍ଚ ଦୁଲକେଇ ଦେଇଥିଲେ l ଏହି ଦିନ ଭଲିବଲ ଟୁର୍ନାମେଣ୍ଟ ମଧ୍ୟ ଅନୁଷ୍ଠିତ ହୋଇଥିଲା l କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ଜିପିଓ କରୁଣାକର ବାଗ, ପିଏ ଲଖଣ ହରିଜନ, ଏବିଇଓ ବାଳ ଗୋପାଳ ତେଣ୍ଡକାରୀ,, ପୂର୍ଣ୍ଣ, ଦେବାଶିଷ ସମେତ ଅନେକ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ l