
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲିରେ ମା କାଳୀ ପଡ଼ିଆରେ ଭେଙ୍କେଟଶ୍ଵର ସ୍କୁଲ ନେତୃତ୍ୱରେ ବ୍ଲକ ସ୍ତରିୟ ସାଇନ୍ସ ଏଜୁବିସେନର ଉଦ୍ଘାଟିନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏହି ଉତ୍ସବରେ ଭେଙ୍କଟଶ୍ଵର ସ୍କୁଲର ଚ୍ୟାରମ୍ୟାନ ସୁଧିର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ଏନ ଏ ସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ବିଶେଷ ଅତିଥ୍ ଭାବେ ଓଡ଼ିଶା ବିଜ୍ଞାନ ଏକାଡ଼େମୀର ପ୍ରଫେସର ଡ଼.ପ୍ରମୋଦ ଚନ୍ଦ୍ର ମିଶ୍ର ଏବଂ ଓଡ଼ିଶା ବିଜ୍ଞାନ ଏକାଡ଼େମୀର ପୁର୍ବତନ ଅଧ୍ୟକ୍ଷ ଆଶିସ କୁମାର ମହାନ୍ତି , ମୁଖ୍ୟ ବକ୍ତା ଭାବେ ପୋଲାଣ୍ଡର ଅବସ୍ଥାପତି ଚାନ୍ଦବାଲି ମାଟିର ଯୁବ ବୈଜ୍ଞାନିକ ଆୟୁସ ମହାରଣା ଓ ବ୍ଲକ ବିଜ୍ଞାନ କୋଡ଼ିନେଟର ଅମୂଲ୍ୟ ରାଉତ ପ୍ରମୁଖ ଯୋଗ ଦେଇ ଏହି ବିଜ୍ଞାନ ମେଳାକୁ ଉଦଘାଟନ କରିବା ସହ ଏହି ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l



