
ରାକେଶ ମହାନ୍ତି(ପାଟକୁରା):ଗତ ୮/୧/୨୩ ରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଗରଦପୁର ବ୍ଲକ ର ତିକନପୁର ଠାରେ ନିର୍ବାଚନ ମଣ୍ଡଳୀର ଛାମୁଆ କର୍ମୀଙ୍କ ସହ ହଜାର ହଜାର ସମର୍ଥକଙ୍କ ଗହଣରେ ବନ୍ଧୁମିଳନ କରିଥିଲେ ।ସବୁଠାରୁ ବଡ କଥା ପ୍ରଥମ ଥର ନିଜ ପୁଅ ସହ ମଞ୍ଚ ଶେୟାର କରିଥିଲେ ।ନୂଆ ନୁଆ ବିଜେପିରୁ ବିଧାୟକ ବଟିକା ଖାଇଥିବା ତେଜେଶ୍ବର ପରିଡ଼ା,ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ବା ଜାତୀୟ ଯୁବ ଦିବସ ଆଳରେ କୋରୁଆ ଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରାରେ ରାଜ୍ୟ ବିଜେପି ର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଙ୍କୁ ଆଣି ଗରଦପୁର ଠାରେ ସଭା କରି ନିଜର ପତିଆରା ଜାହିର କରିବାର ଚେଚେଷ୍ଟା କରିଥିଲେ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ବିଜେପି ଓ ବିଜୟଙ୍କୁ ଭଲପାଉଥିବା କିଛି ବିଜୟଙ୍କ ସହଯୋଗୀ ଏଥିରେ ସାମିଲ ହୋଇଥିଲେ ।ପୂର୍ବତନ ସମିତି ସଭ୍ୟ ପ୍ରଶ୍ନନ ପଣ୍ଡା ଏହି ସଭାରେ ସଭାପତିତ୍ବ କରିଥିଲେ। ଏହାଛଡା ବିଜୟ ଙ୍କ ଅନୁଗତ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସିଂ, ପୂର୍ବତନ ସରପଞ୍ଚ ବିଭୂତି ପରିଡ଼ା, ଭରତ ମଲ୍ଲିକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସନ୍ତାଷ ଜେନା, ବର୍ତ୍ତମାନ ର ଜିଲ୍ଲା ପରିଷଦ ସଭ୍ୟି ଡଲି ଶତପଥୀ, ଚିତ୍ତରଞ୍ଜନ ଚୈଧୁରୀ, ପ୍ରଜେଶ ରଞ୍ଜନ ନାୟକ, ତିକନପୁର ସମିତି ସଭ୍ୟା କବିତା ଦେବତା, ଶ୍ରୀକାନ୍ତ ସେନାପତି ସମେତ ବହୁ ବିଜୟ ଙ୍କ ସମର୍ଥକ ଓ ଅନୁଗତ ଯୋଗ ଦେବା ନେଇ ଭିନ୍ନ ମତ ପ୍ରକାଶ ପାଉଛି ।
ତେବେ ବୁଦ୍ଧିଜୀବୀଙ୍କ ମତରେ ଏହି ସଭାରେ ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ଯୋଗ ଦେଇଥିବାରୁ ପାଟକୁରା ବିଜେପିର କିଛି ଆଗଧାଡିର କର୍ମୀ ଏଥିରେ ଯୋଗ ଦେଇଥିଲ। ଏହି ସଭାରେ ଶ୍ରୀ ହରିଚନ୍ଦନ ନିଜର ବକ୍ତବ୍ୟ ରଖି ପାଟକୁରା ନିର୍ବାଚନ ମଣ୍ଡଳୀ ଏକ ରାଜନୈତିକ ସଚେତନତା ନିର୍ବାଚନ ମଣ୍ଡଳୀ ।କେବେ ଦେଶ ଜାତୀୟତାବାଦ ଭୂଲି ଯାଇଥିଲେ ହେଲେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି । ଚାଷୀ ମାନଙ୍କ ଠାରୁ ରାଜ୍ୟ ସରକାର ଧାନ କିଣି ପାରୁନାହାନ୍ତି । ପ୍ରଧାନମନ୍ତ୍ରୀ ଆବାସ ବିକ୍ରି ହେଉଛି । ଚିଟଫଣ୍ଡ ଠକେଇ କରି ବିଜେଡି ନିର୍ବାଚନ ଲଢ଼ିଥିଲେ ବୋଲି କହିଥିଲେ ।

ଦଳରେ ବିଜୟଙ୍କୁ ଅଣଦେଖା କରାଯାଉଛି ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ହରିଚନ୍ଦନ କରିଥିଲେ,ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଆମ ସହ ଅଛନ୍ତି,ବନ୍ଧୁମିଳନରେ ଦଳିୟ ବ୍ୟାନର ଲଗାଇବାକୁ ନେଇ ରାଜନୀତି କରିବା ଠିକ ନୁହେଁ ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି କିଶୋର ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ବିକ୍ରମ ରାଉତରାୟ ଯୋଗ ଦେଇଥିବା ବଳେ ଆଉକିଛି ଛାମୁଆ ନେତା ନଆସିବା ନେଇ ପାଟକୁରାରେ ଚର୍ଚ୍ଚା ଯୋର ଧରିଛି।