ଭୁବନେଶ୍ୱରର ୫ଟି ସ୍କୁଲରେ ଆରମ୍ଭ ହେଲା କରୋନା ଟେଷ୍ଟ

ବାସ୍ତବ ବ୍ୟୁରୋ- ଆଜିଠାରୁ ଭୁବନେଶ୍ୱରର ୫ଟି ସ୍କୁଲରେ କରୋନା ଟେଷ୍ଟ ପାଇଁ ନମୁନା ସଂଗ୍ରହ କରିବେ ମେଡ଼ିକାଲ୍ ଟିମ୍ । ଏହି ୫ଟି ସ୍କୁଲ ହେଉଛି ଚନ୍ଦ୍ରଶେଖର ପୁର ସରକାରୀ ହାଇସ୍କୁଲ, ସହିଦନଗର ସରକାରୀ ହାଇସ୍କୁଲ, ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲି ହାଇସ୍କୁଲ ।  ସ୍କୁଲରେ ୨ଜଣ ଶିକ୍ଷକ, ଜଣେ ସ୍ୱିପର ଓ ଜଣେ ୱାଚମ୍ୟାନ୍ ରହିବେ । ୧୭ତାରିଖ ଯାଏଁ ଏହି ନମୁନା ସଂଗ୍ରହ ପ୍ରକ୍ରିୟା ଚାଲିବ ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସର୍ବାଧିକ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ କରୋନା ସତର୍କତା ଦୃଷ୍ଟିରୁ ଏହିପରି ପଦକ୍ଷେପ ନିଆଯାଇଛି ।ଏହି ସବୁ ସ୍କୁଲରେ ଆଗାମୀ ୧୭ ତାରିଖ ଯାଏ ମେଡିକାଲ୍ ଟିମ୍ ନମୁନା ସଂଗ୍ରହ କରିବେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Apr 12 , 2020
୧-ନିଜ ଜନ୍ମଦିନରେ ପିଏମ ଏବଂ ସିଏମ ରିଲିଫ ଫଣ୍ଡକୁ ଦାନ କଲେ ୯ ବର୍ଷର ଛାତ୍ର ଠାକୁର ରାଜବୀର। ୨-ସୁରଟରେ ଓଡ଼ିଆ ଶ୍ରମିକ ଓପାସ, ମାନିଲେ ନାହିଁ ଲକଡାଉନ୍,ରାସ୍ତାକୁ ଓହ୍ଲାଇଲେ, ଜାଳିଲେ। ୩-ଭଗବତୀ ଓ ସାରଳା ପୀଠରେ ଲାଗୁହେଲା ୧୪୪ ଧାରା। ୪-ପୁରୀ ବଡଦାଣ୍ଡ ହେଲା ସାନିଟାଇଜ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ହେଲା ସାନିଟାଇଜ। ୫-ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ବଢାଇଲେ Lockdown ଅବଧି, ଏପ୍ରିଲ ୩୦ ପର୍ଯ୍ୟନ୍ତ […]

You May Like

Pin It on Pinterest