ନେତାଜୀ ସେବା ସଂଘ ପକ୍ଷରୁ ଆଗାମୀ ନେତାଜୀ ଜୟନ୍ତୀ ଲାଗି ପ୍ରାକ୍ ପ୍ରସ୍ତୁତି ବୈଠକ…

ସଂଜୟ ଶତପଥୀ(କଟକ): ଆଜି ନେତାଜୀ ସେବା ସଂଘ ପକ୍ଷରୁ କଟକ ବକ୍ସିବଜାରସ୍ଥିତ ରାଷ୍ଟ୍ରୀୟତା ଭବନ ପରିସରରେ ଆଗାମୀ ଜାନୁଆରୀ ୨୩ ତାରିଖରେ କଟକରେ ପାଳିତ ହେବାକୁ ଥିବା କଟକର ବରପୁତ୍ର, ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପବିତ୍ର ପୂଣ୍ୟ ଜନ୍ମଜୟନ୍ତୀ ଉତ୍ସବ ଆୟୋଜନର ପ୍ରାକ୍-ପ୍ରସ୍ତୁତି ବୈଠକ ସଂଘର ସଭାପତି ଶ୍ରୀ ବୀରେନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ କଟକ ସହରର ବହୁ ସୁଭାଷ ପ୍ରେମୀ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ସଭାପତି, କଟକ ମହାନଗର ଶାନ୍ତି କମିଟି ଶ୍ରୀ ଦେବେନ୍ଦ୍ର ସାହୁ, ସଂଘ ଉପ-ସଭାପତି ଶ୍ରୀ ଆଶୁତୋଷ ସିଂ, ସାଧାରଣ ସମ୍ପାଦକ ଶ୍ରୀ ବିଶ୍ଵନାଥ ଦାସ, ବରିଷ୍ଠ ସଦସ୍ୟା ଶ୍ରୀମତୀ ମିତାଲି ଭଞ୍ଜ, ଶ୍ରୀ ତୀର୍ଥବାସୀ ବେହେରା, ଶ୍ରୀ ସୈାମ୍ଯଦୀପ ଘୋଷ ଓ ଶ୍ରୀ ଦୟାନିଧି ଦାସ ନିଜ ବକ୍ତବ୍ୟରେ, କଟକର ବୀରପୁତ୍ର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଭାରତର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଏକ ପ୍ରତିମୂର୍ତ୍ତି କଟକରେ ସ୍ଥାପିତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।

ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଇଂ ସି.ଭି.ଶାସ୍ତ୍ରୀ ନିଜ ବକ୍ତବ୍ୟରେ ଯଦି ରାଜ୍ୟ ସରକାର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (N.C.C/National Cadet Corps)କୁ ପରିବର୍ତ୍ତନ କରି (N.C.C/Netaji Cadet Corps) ନାମକରଣ କରନ୍ତେ ତେବେ ତାହା ନେତାଜୀଙ୍କ ଅବଦାନ ପ୍ରତି ଓଡ଼ିଶାବାସୀଙ୍କର ଏକ ମହାନ ଭେଟି ହୁଅନ୍ତା। ରାଜ୍ୟ ସରକାର ଏହି ଦାବୀକୁ ସାଦରେ ଗ୍ରହଣ କରିବା ସହ କାର୍ଯ୍ୟକାରୀ କରିବାକୁ ଇଂ.ଶାସ୍ତ୍ରୀ ଅନୁରୋଧ କରିଥିଲେ।

ଆସନ୍ତା ନେତାଜୀ ଜୟନ୍ତୀ ଲାଗି ସମସ୍ତ କଟକବାସୀ ଏକଜୁଟ ହୋଇ ମହାସମାରୋହରେ ଏହି ବୀରପୁତ୍ରଙ୍କର ଜନ୍ମଜୟନ୍ତୀ ପାଳନ କରିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଥିଲା।ଅବଶେଷ ରେ ନିର୍ଦ୍ଦେଶକ,କଟକ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ତଥା ବିଜୁ ଜନତା ଦଳର ଯୁବନେତା ଶ୍ରୀ ସୈାମ୍ଯଦୀପ୍ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ୧୯ରୁ ଓଡ଼ିଶାରେ ପୁଣି ଦିଆଯିବ କୋଭିଡ ଟିକା

Mon Jan 16 , 2023
ବାସ୍ତବ ବ୍ୟୁରୋ: ଆସନ୍ତା ୧୯ରୁ କୋଭିଡ ଟିକାକରଣ ଅଭିଯାନରେ ଓଡ଼ିଶାରେ ପୁଣି କୋଭିଡ ଟିକା କୋଭିସୀଲଡ଼ ଉପଲବ୍ଧ ହେବ । ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଥିଲେ ଟିକା ନେଇପାରିବେ । ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟିକାକରଣ କେନ୍ଦ୍ରରେ ଟିକା ଉପଲବ୍ଧ ହେବ । ଟିକାକରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ସୁଦ୍ଧା ରାଜ୍ୟରେ ଏପର୍ଯ୍ୟନ୍ତ ୧୮ ବର୍ଷରୁ ଅଧିକ […]

You May Like

Pin It on Pinterest