ଆସନ୍ତା ୧୯ରୁ ଓଡ଼ିଶାରେ ପୁଣି ଦିଆଯିବ କୋଭିଡ ଟିକା

ବାସ୍ତବ ବ୍ୟୁରୋ: ଆସନ୍ତା ୧୯ରୁ କୋଭିଡ ଟିକାକରଣ ଅଭିଯାନରେ ଓଡ଼ିଶାରେ ପୁଣି କୋଭିଡ ଟିକା କୋଭିସୀଲଡ଼ ଉପଲବ୍ଧ ହେବ । ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଥିଲେ ଟିକା ନେଇପାରିବେ । ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟିକାକରଣ କେନ୍ଦ୍ରରେ ଟିକା ଉପଲବ୍ଧ ହେବ ।

ଟିକାକରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ସୁଦ୍ଧା ରାଜ୍ୟରେ ଏପର୍ଯ୍ୟନ୍ତ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ମଧ୍ୟରୁ ୩ କୋଟି ୧୪ ଲକ୍ଷ ୫୩ ହଜାର ୮୫୩ ଜଣ ପ୍ରଥମ ଡୋଜ ନେଇଥିବାବେଳେ ୨ କୋଟି ୯୯ ଲକ୍ଷ ୫୦ ହଜାର ୧୭ ଜଣ ଦ୍ଵିତୀୟ ଡୋଜ ନେଇଛନ୍ତି। ସେହିପରି ୧୫ରୁ ୧୮ ବର୍ଷ ବୟସ ମଧ୍ୟରେ ୨୧ ଲକ୍ଷ ୯୫ ହଜାର ୫୪୫ ଜଣ ପ୍ରଥମ ଡୋଜ ନେଇଥିବାବେଳେ ୧୮ ଲକ୍ଷ ୪୪ ହଜାର ୪୦୧ ଜଣ ଦ୍ଵିତୀୟ ଡୋଜ ନେଇଛନ୍ତି ।

ସେହିପରି ୧୨ରୁ ୧୪ ବର୍ଷ ବୟସ ମଧ୍ୟରେ ୧୬ ଲକ୍ଷ ୯୪୦ ଜଣ ପ୍ରଥମ ଡୋଜ ନେଇଥିବାବେଳେ ୧୨ ଲକ୍ଷ ୬ ହଜାର ୫୫୭ ଜଣ ଦ୍ଵିତୀୟ ଡୋଜ ମଧ୍ୟ ନେଇଛନ୍ତି। ପ୍ରିକସନ ବା ବୁଷ୍ଟର ଡୋଜ ବାବଦରେ କହିବାକୁ ଗଲେ ୧୮ରୁ ୫୯ ବର୍ଷ ମଧ୍ୟରେ ୯୯ ଲକ୍ଷ ୯୮ ହଜାର ୮୮୯ ଜଣ ବୁଷ୍ଟର ଡୋଜ ନେଇଥିବାବେଳେ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ୩୧ ଲକ୍ଷ ୯୯ ହଜାର ୮୫୫ ଜଣ ବୁଷ୍ଟର ଡୋଜ ନେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେଶିଙ୍ଗା ବ୍ଲକ୍ ଅଧିକାରୀଙ୍କ ଅଶ୍ଳୀଳ ଅଡିଓ ହେଲା ଭାଇରାଲ....

Mon Jan 16 , 2023
ଦୀପକ ସାହୁ(କଳାହାଣ୍ଡି): ପ୍ରଶାସନିକ ଅଧିକାରୀ ଅଶ୍ଳୀଳ ଅଡିଓ ଭାଇରାଲ ହେଉଛି, ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ବିଡ଼ିଓ ବାବୁଙ୍କ ଅଡିଓ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ନିର୍ବାଚିତ ଜନ ପ୍ରତିନିଧି । ଜଣେ ଅଧିକାରୀଙ୍କ ଏଭଳି ଆଚରଣକୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସରପଞ୍ଚ ସଙ୍ଘ। ତେବେ ଏହି ଘଟଣା କୁ ଖଣ୍ଡନ କରୀଛନ୍ତି ବିଡ଼ିଓ […]

You May Like

Pin It on Pinterest