କେଶିଙ୍ଗା ବ୍ଲକ୍ ଅଧିକାରୀଙ୍କ ଅଶ୍ଳୀଳ ଅଡିଓ ହେଲା ଭାଇରାଲ….

ଦୀପକ ସାହୁ(କଳାହାଣ୍ଡି): ପ୍ରଶାସନିକ ଅଧିକାରୀ ଅଶ୍ଳୀଳ ଅଡିଓ ଭାଇରାଲ ହେଉଛି, ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ବିଡ଼ିଓ ବାବୁଙ୍କ ଅଡିଓ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ନିର୍ବାଚିତ ଜନ ପ୍ରତିନିଧି ।

ଜଣେ ଅଧିକାରୀଙ୍କ ଏଭଳି ଆଚରଣକୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସରପଞ୍ଚ ସଙ୍ଘ। ତେବେ ଏହି ଘଟଣା କୁ ଖଣ୍ଡନ କରୀଛନ୍ତି ବିଡ଼ିଓ ।କଳାହାଣ୍ଡି ଜିଲ୍ଲା କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନୈକ ଯୁବତୀଙ୍କ ସହ ମୋବାଇଲରେ ଅଶ୍ଳୀଳ ବାର୍ତ୍ତାଳାପ କରିବାର ଏକ ଅଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ପ୍ରେମ ସମ୍ପର୍କିତ ବାର୍ତ୍ତାଳାପର ଏହି ଅଡିଓକୁ ନେଇ କେତେ ସତ୍ୟତା ରହିଛି ସେନେଇ ସଠିକ ପ୍ରମାଣ ମିଳିନଥିବା ବେଳେ, ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ ଓଡୁ ଙ୍କୁ ନେଇ ପୂର୍ବରୁ ବିଭିନ୍ନ ଚର୍ଚ୍ଚା ହେଉଥିଲା। ଏହି ଅଡିଓ ଭାଇରାଲ ହେବା ପରେ ବିଡ଼ିଓ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କେସିଙ୍ଗା ସରପଞ୍ଚ ସଙ୍ଘ। ପୂର୍ବରୁ ବିଡ଼ିଓ ଙ୍କ ମନ ମୁଖୀ କାର୍ଯ୍ୟକୁ ବିରୋଧ କରି ସରପଞ୍ଚ ସଙ୍ଘ ପଞ୍ଚାୟତ ସମିତି ବୈଠକକୁ ବର୍ଜନ କରିଥିଲେ । ଏନେଇ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯିବା ସହ ଏ ଦିଗରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ, ବର୍ତ୍ତମାନ ବିଡ଼ିଓ ଙ୍କ ଅଡିଓ ଭାଇରାଲ ହେବା ପରେ ଏହାକୁ ତୀବ୍ର ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି କେସିଙ୍ଗାବ୍ଲକ ସରପଞ୍ଚ ସଙ୍ଘ।

ତେବେ ଏ ସମ୍ପର୍କରେ ବିବାଦ ଘେରକୁ ଆସିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ ଓଡୁ ଙ୍କୁ ପଚାରିବାରୁ ସେ କହିଛ ଜେ ମୁଁ କିଛି ଜାଣିନାହିଁ ବହୁତ ପୁରୁଣା କଥାକୁ ନେଇ ମତେ ବଦନାମ କରୀବାକୁ କେତେକ ଲୋକଙ୍କ ଏହା ଚକ୍ରାନ୍ତ ବୋଲି ସେ କହିଥିବା ବେଳେ, ଏହି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।ତେବେ ଜଣେ ପ୍ରଶାସନିକ ଅଧିକାରୀ ଙ୍କ ଏଭଳି ଅଡିଓ ଭାଇରାଲ ହେବାପରେ ସାଧାରଣରେ ଏହା ଚର୍ଚ୍ଚା କୁ ଖୋରାଖ ଯୋଗାଇଛି । ସେପଟେ ଏ ଦିଗରେ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରିନଥିବା ସୂଚନା ମିଳିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଡେରାବିଶ ବ୍ଲକ ରେ ଆରମ୍ଭ ହେଲା ଓଡିଶା ଡିଜିଟାଲ ଘର ନମ୍ବର...

Tue Jan 17 , 2023
ଜୟନ୍ତ ଶତପଥୀ(ଡେରାବିଶ):କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଚାନ୍ଦୋଳ ଗ୍ରାମ ପଞ୍ଚଯାତ ରେ ଡିଜିଟାଲ ଘର ନମ୍ବର ଶୁଭାରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଗଣେଶପୁର ଗ୍ରାମରୁ ଆରମ୍ଭ କରାଯାଇଥିଲା ବେଳେ,ଏହାକୁ ଉଦଘାଟନ କରିଥିଲେ ଚାନ୍ଦୋଳ ପଞ୍ଚାୟତ ସରପଞ୍ଚ ସୁରେନ୍ଦ୍ର କୁମାର ମଳିକ ଓ ସମିତି ସଭ୍ୟା ମଞ୍ଜୁଲତା ମିଶ୍ର । ଏହା ଏକ ଘରର ପରିଚୟ ପତ୍ର ଅଟେ ଯାହାକି କୌଣସି ଘରର ଏକ ନିର୍ଦିଷ୍ଟ ଠିକଣା କୁ ଦର୍ଶାଇବ, ଏହା […]

You May Like

Pin It on Pinterest