
ଜୟନ୍ତ ଶତପଥୀ(ଡେରାବିଶ):କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଚାନ୍ଦୋଳ ଗ୍ରାମ ପଞ୍ଚଯାତ ରେ ଡିଜିଟାଲ ଘର ନମ୍ବର ଶୁଭାରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଗଣେଶପୁର ଗ୍ରାମରୁ ଆରମ୍ଭ କରାଯାଇଥିଲା ବେଳେ,ଏହାକୁ ଉଦଘାଟନ କରିଥିଲେ ଚାନ୍ଦୋଳ ପଞ୍ଚାୟତ ସରପଞ୍ଚ ସୁରେନ୍ଦ୍ର କୁମାର ମଳିକ ଓ ସମିତି ସଭ୍ୟା ମଞ୍ଜୁଲତା ମିଶ୍ର ।
ଏହା ଏକ ଘରର ପରିଚୟ ପତ୍ର ଅଟେ ଯାହାକି କୌଣସି ଘରର ଏକ ନିର୍ଦିଷ୍ଟ ଠିକଣା କୁ ଦର୍ଶାଇବ, ଏହା U T I ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ସୁରକ୍ଷିତ ଡିଜିଟାଲ ନମ୍ବର, ଯେମିତି ପ୍ରତେକ ନାଗରିକ ଙ୍କ ପାଇଁ ଆଧାର ସେମିତି ପ୍ରତେକ ଘର ପାଇଁ ଡିଜିଟାଲ ନମ୍ବର । ଏହା ଏକ ଦଶ ଅଙ୍କ ବିଶିଷ୍ଟ ଅତି ସୁରକ୍ଷିତ ସ୍ଥାୟୀ ଠିକଣା ଅଟେ ।କାର୍ଡ ଦ୍ୱାରା ପ୍ରତେକ ଘରର ଲ୍ୟାଣ୍ଡମାର୍କ, ପ୍ରକୃତ ଲୋକେସନ ଆଉ କାର୍ଡ ହୋଲଡର ର ପୁରା ତଥ୍ୟ ଜି ଆଈ ଏସ ସିଷ୍ଟମ ରେ GOOGLE ରେ ସଂଯୋଗ କରାଯିବ। ଏଥିସହ ଉକ୍ତ ଘରର ସମସ୍ତ ତଥ୍ୟ ରହିବ । ଏହା ଦ୍ୱାରା କୌଣସି ବ୍ୟକ୍ତିଙ୍କ ଠିକଣା ଖୋଜିବାରେ ଅସୁବିଧା ହେବନାହିଁ ।
ଡିଜିଟାଲ ସେବା ଦ୍ୱାରା କାହାର ଘର କୁ ଦେଖାଇ କେହି ଲୋନ୍ କିମ୍ବା ଆବାସ ଯୋଜନା ନେଇପାରିବେ ନାହିଁ, ଯେଉଁ ମାନେ ଠକୁଥିବେ ଧରା ପଡିଯିବେ।ଯେଉଁମାନେ ଏହି ଦଶ ଅଙ୍କ ବିଶିଷ୍ଟ କାର୍ଡ କରିଥିବେ ସେମାନେ ଇଲେକ୍ଟ୍ରିକ ବିଲ, ଜଳକର, ଜମିର ଖଜଣା,ଏହି ନମ୍ବର ମାଧ୍ୟମରେ ଦେଇ ପାରିବେ ଏବଂ ପାର୍ସଲ ଓ ଡାକ ସେବା ପହଞ୍ଚିବା ସହଜ ହେବ ।
ଆଗକୁ ଆସିବାକୁ ଥିବା ସମସ୍ତ ସରକାରୀ ଓ ବେସରକାରୀ ଯୋଜନା ପାଇବାରେ ସହଜ ହେବ କଳାବଜାରୀ କୁ ରୋକାଯାଇ ପାରିବ ବୋଲି ବ୍ଲକ ନବଯୁଗ ଗ୍ରୁପ ର ଉପଦେଷ୍ଟା ଗଣେଷ ଚନ୍ଦ୍ର ସାହୁ ଲୋକଙ୍କୁ ବୁଝାଇଥିଲେ ।ଏହି କାର୍ଯ୍ୟକ୍ରମ ଚାରି ସହ(୪୦୦) ଦିନ ମଧ୍ୟରେ ଡେରାବିଶ ବ୍ଲକ ରେ ଶେଷ ହେବାର ଲକ୍ଷ ରଖାଯାଇଛି । ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପ୍ରତିପାଦନ କରିବାରେ ଗଣେଶପୁର ଗ୍ରାମବାସୀ ଓ ୱାର୍ଡସଭ୍ୟ ଭରପୁର ସହଯୋଗ କରିଥିଲେ ।



