କଂଗ୍ରେସକୁ ଝଟକା; ହାତ ଛାଡ଼ିଲେ ସତ୍ୟ ନାୟକ…

ବାସ୍ତବ ବ୍ୟୁରୋ: କଂଗ୍ରେସ ଛାଡ଼ିଲେ ପୂର୍ବତନ ମିଡ଼ିଆ ସେଲ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ସତ୍ୟ ପ୍ରକାଶ ନାୟକ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଇସ୍ତଫାପତ୍ରରେ ସେ ଲେଖିଛନ୍ତି ଯେ, ଓଡ଼ିଶା ପାଇଁ କଂଗ୍ରେସ ତରଫରୁ ଜନତାଙ୍କ ସେବା କରି ଖୁସି ଅନୁଭବ କରୁଛି।

ଇସ୍ତଫା ପତ୍ରରେ ଦଳୀୟ ନେତୃବୃନ୍ଦଙ୍କୁ ଟାର୍ଗେଟ କରିବା ସହ ଦଳରେ କନ୍ଦଳ ଭରି ରହିଥିବା ସେ ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ, ରାଜ୍ୟ କଂଗ୍ରେସ ସହ କେଉଁ ବର୍ଗର ଲୋକ ଅଛନ୍ତି, ତାକୁ ନେଇ ଲୋକେ ପ୍ରଶ୍ନ କରୁଛନ୍ତି। କୃଷକ, ଦଳିତ, ଓବିସି, ମହିଳା, ଯୁବକ କେହି ବି କଂଗ୍ରେସ ସହ ନାହାନ୍ତି। ୯ରୁ ୯୦ ସ୍ଲୋଗାନ୍ କେବଳ ସ୍ଲେଗାନରେ ସୀମିତ ରହିଯାଇଛି।

ସୂଚନାଯୋଗ୍ୟ,ଗତ ଏଆଇସିସି ସଭାପତି ନିର୍ବାଚନ ବେଳେ ପିସିସି ତାଲିକାରେ ନାଁ ନଥିବାରୁ ଭୋଟ ଦେଇପାରିନଥିଲେ ସତ୍ୟ। ସେଦିନଠୁ ସେ ଅସନ୍ତୁଷ୍ଟ ହୋଇ ମିଡିଆ ସେଲ ଅଧ୍ୟକ୍ଷ ପଦ ଛାଡି ଦେଇଥିଲେ। ଶେଷରେ ଆଜି ସେ କଂଗ୍ରେସରୁ ବାହାରିଯାଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପିଏମ ଆବାସ ଯୋଜନା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଦାବି ପତ୍ର ଦେଲେ ବିଜେପି ପ୍ରତିନିଧି ମଣ୍ଡଳୀ...

Tue Jan 17 , 2023
ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ୯.୫୯ ଲକ୍ଷ ଘର ଯୋଗ୍ୟ ହିତାଧିକାରୀଙ୍କୁ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ : ବିଜେପି * ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ । ପ୍ରମୋଦ ନାୟକ(ଭୁବନେଶ୍ୱର)୧୭/୦୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ସ୍ୱଚ୍ଛ ଓ ନିରପେକ୍ଷତା ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ […]

You May Like

Pin It on Pinterest