ଓଡ଼ିଶାରେ ପହଞ୍ଚିଲା ବିଜୁବାବୁଙ୍କ ଡାକୋଟା ବିମାନ

ବାସ୍ତବ ବ୍ୟୁରୋ: ବିଜୁ ବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’ ଓଡ଼ିଶା ସୀମାରେ ପ୍ରବେଶ କରିଛି । ଆଜି(ବୁଧବାର) ସକାଳୁ ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଲକ୍ଷ୍ମଣନାଥ ଟୋଲ ଗେଟ ପାର କରିଛି। ୩ଟି ବଡ଼ ଲରିରେ ଏହି ବିମାନକୁ ଅଣାଯାଉଛି। କୋଲକାତା ବିମାନ ବନ୍ଦରରୁ ଭୁବନେଶ୍ବର ଅଣାଯିବା ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଥିଲା।ତେବେ ସ୍ଥାନେ ସ୍ଥାନେ ଏହି ବିମାନ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି।

ଏରୋସ୍ପେସ୍ ରିସର୍ଚ୍ଚ ଡେଭଲପମେଣ୍ଟର ୧୦ଜଣିଆ ଟିମ୍ ୧୨ଦିନ ଧରି ଡାକୋଟାର ବିଭିନ୍ନ ଯନ୍ତ୍ରାଂଶ ଖୋଲିବା ପରେ ଏହାକୁ କାଠ ବାକ୍ସରେ ପ୍ୟାକିଂ କରାଯାଇଥିଲା । ଗତକାଲି ରାତିରେ କୋଲକତା ବିମାନବନ୍ଦରରେ ଦୁଇଟି ବଡ଼ ଲରିରେ ଏହିସବୁ ବାକ୍ସକୁ ଲୋଡିଂ କରି ଅଣାଯାଉଛି । ଯେପରି ବଡ଼ ଲରି ଯୋଗୁଁ ଟ୍ରାଫିକ୍ ସମସ୍ୟା ହେବନି ସେଥିପାଇଁ କୋଲକତାରୁ ସ୍ବତନ୍ତ୍ର ପାଟ୍ରୋଲିଂ ଭ୍ୟାନ୍ ଜରିଆରେ ଏହାକୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯିବ। ଏଥିପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲା ପୁଲିସ ସମେତ କମିସନରେଟ୍ ପୁଲିସକୁ ବ୍ୟାପକ ବ୍ୟବସ୍ଥା କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନକୁ ପଶ୍ଚିମବଙ୍ଗରୁ ଓଡ଼ିଶା ଫେରାଇ ଆଣିବାକୁ ଦୀର୍ଘ ବର୍ଷ ହେଲା ପ୍ରୟାସ ଚାଲିଥିଲା। ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ ଭୁବନେଶ୍ୱର ଆସିବା ପରେ ଏହାକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ରଖାଯିବ ବୋଲି ଜଣାପଡିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ ସହରର ସମସ୍ତ ମୁକୁଳା ନାଳ ୪୮ଘଣ୍ଟା ମଧ୍ୟରେ ବନ୍ଦ କରାଯାଉ ଦାବିରେ କଟକ ନଗର ବିଜେପିର ଧାରଣା...

Wed Jan 18 , 2023
ସଂଜୟ ଶତପଥୀ(କଟକ): ବିଜେପି କଟକ ନଗରର ଏକ ଟିମ କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ମଙ୍ଗଳବାର, ବିଡାନାସୀ ବନ୍ଧ ଛକ ବସ୍ତି ପାଖ ନାଳରେ ପଡି ମୃତ୍ୟୁ ବରଣ କରିଥିବା ୯ ବର୍ଷ ବୟସର ବାଳକ ଜୋସେଫର ପରିବାର କୁ ଭେଟି ସମବେଦନା ଜଣାଇଥିଲେ ଏବଂ ମୁକୁଳା ନାଳର ବିପଜ୍ଜନକ ସ୍ଥିତି ବୁଲି ଦେଖିଥିଲେ। ବିଜୁ ଜନତା ଦଳର ପଦାଧିକାରୀ କର୍ମକର୍ତା ଏହି ନାଳ କାମ […]

You May Like

Pin It on Pinterest