
ସଂଜୟ ଶତପଥୀ(କଟକ): ବିଜେପି କଟକ ନଗରର ଏକ ଟିମ କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ମଙ୍ଗଳବାର, ବିଡାନାସୀ ବନ୍ଧ ଛକ ବସ୍ତି ପାଖ ନାଳରେ ପଡି ମୃତ୍ୟୁ ବରଣ କରିଥିବା ୯ ବର୍ଷ ବୟସର ବାଳକ ଜୋସେଫର ପରିବାର କୁ ଭେଟି ସମବେଦନା ଜଣାଇଥିଲେ ଏବଂ ମୁକୁଳା ନାଳର ବିପଜ୍ଜନକ ସ୍ଥିତି ବୁଲି ଦେଖିଥିଲେ। ବିଜୁ ଜନତା ଦଳର ପଦାଧିକାରୀ କର୍ମକର୍ତା ଏହି ନାଳ କାମ କରୁଥିବା ଏବଂ ଅଧା ପନ୍ତରିଆ ଅବସ୍ଥାରେ କାମ ଛାଡି ଯିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ।
ଜାଣିବାକୁ ମିଳିଲା ଗତ ନିର୍ବାଚନ ସମୟରୁ ଜାଗା ମିଶନ ପ୍ରତିଶୃତି ମଧ୍ୟ ସେହି ପୀଡିତ ପରିବାରକୁ ଦିଆଯାଇ ପାଳନ କରାଯାଇନାହିଁ। ଏସବୁ ଉଦବେଗ ଜନକ ସ୍ଥିତି ନେଇ ବିଜେପି ଟିମ କଟକ ମହାନଗର ନିଗମ କମିଶନରଙ୍କୁ କଟକ ସହରର ସମସ୍ତ ମୁକୁଳା ନାଳ ୪୮ଘଣ୍ଟା ମଧ୍ୟରେ ବନ୍ଦ କରିବା, ବସ୍ତିର ପୀଡିତ ପରିବାରକୁ ଅନ୍ୟତ୍ର ଜାଗା ଦେବା ସହିତ ଆର୍ଥିକ ସହଯୋଗ ଦେବା, ନାଳ କାମରୁ ଦାୟୀତ୍ୱହୀନ କଣ୍ଟ୍ରାକ୍ଟରଙ୍କୁ ଅପସାରଣ କରି ଦଣ୍ଡିତ କରିବା ଆଦି ମୁଖ୍ୟ ଦାବୀ ସମ୍ବଳିତ ପତ୍ର ଦେବାକୁ ଯାଇ କମିଶନରଙ୍କ ଅନୁପସ୍ଥିତି ଯୋଗୁଁ ଦୁଇ ଘଣ୍ଟା କାଳ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଥିଲେ।
ଶେଷରେ ଆଡିସନାଲ କମିଶନର ଆସି ଦାବୀ ପତ୍ର ଗ୍ରହଣ କରି ଦାବିଗୁଡ଼ିକ ନିଶ୍ଚିତ ପୂରଣ କରାଯିବାର ପ୍ରତିଶୃତି ଦେଇଥିଲେ। ଏଥିରେ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ,ବିଶ୍ୱରଞ୍ଜନ ମିଶ୍ର, କଳ୍ପନା ପଟ୍ଟନାୟକ, ଗୀତା ଦାସ, ପ୍ରବୀଣା ମହାପାତ୍ର, ନିତାଇ ଚରଣ ନନ୍ଦ, ରତନ ମହାନ୍ତି, ମହମ୍ମଦ ସବୀର, ଦୀପ୍ତି ରଞ୍ଜନ ପଣ୍ଡା,ଦେବାନନ୍ଦ ସିଂ,କଲ୍ୟାଣୀ ମହଲା, ସୁବାଷ ମହାନ୍ତି, ଅମ୍ବିକା ଦାସ, ଅମ୍ରିତ ଆଚାର୍ଯ୍ୟ,ମନୋରମା ରାଉତ,ଅକ୍ଷୟ ଆଚାର୍ଯ୍ୟ,ସତ୍ୟ ଦାସ,ଅନୁପମ ଦାସ, ସଂଗ୍ରାମ ସିଂ,ସ୍ନେହମଞ୍ଜରୀ ମହାନ୍ତି, ସୁଶାନ୍ତ ମହାନ୍ତି, ଶ୍ରୀନିବାସ ରେଡି,ସଦାନନ୍ଦ ବିଶ୍ୱାଳ, ଜୟକୃଷ୍ଣ ସ୍ୱାଇଁ , ଦୀପକ କାହାଳୀ,ରଞ୍ଜନ ବେହେରା, ପ୍ରତିମା ସ୍ୱାଇଁ, ମୁସ୍ତାକିମ, ବିକାଶ ବେହେରା,କିରଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।