ରାଜକିଶୋର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ….

ରାକେଶ ମହାନ୍ତି(ପାଟକୁରା): କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଧନିଆପଡ୍ଡା ମାଆ ବଜ୍ର ମହାକାଳୀ କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଆୟୋଜିତ ରାଜକିଶୋର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।

ମଙ୍ଗଳବାର ଆୟୋଜିତ ଫାଇନାଲ ମ୍ୟାଚରେ ମୁନ୍ ଇଲେଭେନ୍ ଜଗତସିଂହପୁର , ସ୍ମାଇଲ ଇଲେଭେନ ରାହାମାକୁ ହରାଇ ଚମ୍ପିୟାନ ହୋଇଛି । ପ୍ରଥମେ ମୂନ୍ ଇଲିଭେନ୍ ବ୍ୟାଟିଂ କରି କୋଡ଼ିଏ ଓଭର୍ ରେ ନଅ ଉଇକେଟ୍ ବିନିମୟରେ ୧୬୩ ରନ୍ କରିଥିଲା ।ଜବାବରେ ସ୍ମାଇଲ ଇଲେଭେନ୍ ରାହାମା ସମସ୍ତ ୱିକେଟ ହରାଇ ୧୩୧ ରନ୍ କରିଥିଲା । ସମାଜ ସେବୀ ପ୍ରଭୁ ପଦାରବିନ୍ଦ ସ୍ୱାଇଁଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୋହାକଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ ଯୋଗ ଦେଇଥିଲେ ।

କେନ୍ଦ୍ରାପଡା ଜିଲ୍ଲା ଆଞ୍ଚଳିକ ବାଣିଜ୍ୟ ସମବାୟ ସେମିତିର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଦାସ୍ ମୁଖ୍ୟବକ୍ତା , ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ପ୍ରତାପ ମଲ୍ଲିକ ସେମିତି ସଭ୍ୟା ସୋନାଲି ମଲ୍ଲିକ , ପୂର୍ବତନ ସରପଂଚ ଦୁର୍ଯ୍ୟଧନ ଦାସ , ସମାଜସେବୀ ଧର୍ମପଦ ଦାସ , ପରିବେଶବିତ୍ ଡକ୍ଟର ଆୟସକାନ୍ତ ରାୟ ପ୍ରମୁଖ ଯୋଗ ଦେଇଥିଲେ ।ମୁଖ୍ୟ ଅତିଥି ବିଜୟୀ ଦଳକୁ ଚାମ୍ପିଅନ ଟ୍ରଫି ସହ ତେତିଶି ହଜାର ତିନିଶହ ତେତିଶି ତାଙ୍କର ଚେକ୍ ଓ ରନର୍ଷପ ଦଳକୁ ମୁଖ୍ୟବକ୍ତା ପ୍ରଫୁଲ୍ଲ ଚନ୍ଦ୍ର ଦାସ୍ ରନର୍ଷପ ଟ୍ରଫି ସହ ବାଇଶି ହଜାର ଦୁଇଶହ ବାଇଶି ଟଙ୍କାର ଚେକ୍ ପ୍ରଦାନ କରିଥିଲେ ।

ସୌମ୍ୟରଂଜନ ମଲ୍ଲିକ, ବିଭୁପ୍ରସାଦ ମଲ୍ଲିକ ଖେଳ ପରିଚାଳନା କରିଥିଲେ । ବଜ୍ରମହାକାଳି କ୍ରିକେଟ କ୍ଳବର ମୁଖ୍ୟ କର୍ମକର୍ତ୍ତା ସାଜନ ବେହେରା , ସଞ୍ଜୟ ବେହେରା , ଅଜୟ ବେହେରା , ବିଜୟ ବେହେରା , ତପନ ସ୍ୱାଇଁ ନିହାର ରଞ୍ଜନ ସ୍ବାଇଁ , ବିଶ୍ଵନାଥ ବେହେରା , ବୁଲୁ ଖଟୁଆ , ରାଜୁ ଦାସ୍ ପ୍ରମୁଖ ତତ୍ତ୍ଵାବଧାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିଲା । ଧାରେବିବରଣି ଦେଇଥିଲେ ଜିତେନ୍ଦ୍ର ଦାସ , ପବିତ୍ର ନାୟକ , ସାରଦା ପ୍ରସାଦ ମହାନ୍ତି । ଏହି ଖେଳକୁ ଆହୁରି ଆକର୍ଷଣୀୟ କରିଥିଲା ଚିୟର ଗାର୍ଲ୍ ଡ୍ୟାନ୍ସ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୩ ରାଜ୍ୟ ପାଇଁ ବାଜିଲା ବିଧାନସଭା ନିର୍ବାଚନୀ ବିଗୁଲ୍

Wed Jan 18 , 2023
ଶ୍ରୀଚରଣ ନାୟକ(ନୂଆଦିଲ୍ଲୀ): ଆଜି(ବୁଧବାର) ୩ ରାଜ୍ୟ ପାଇଁ ବାଜିଲା ବିଧାନସଭା ନିର୍ବାଚନୀ ବିଗୁଲ୍ । ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର ୩ ରାଜ୍ୟରେ କେବେ ମତଦାନ ହେବ ଓ କେବେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ, ସେ ସମ୍ପର୍କରେ ସୂଚନା ଦେଇଛନ୍ତି। ୩ଟି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ପାଇଁ ନିର୍ବାଚନୀ ବିଗୁଲ ବାଜିଛି । ତ୍ରିପୁରାରେ ଫେବ୍ରୁଆରି ୧୬ ରେ ଏବଂ […]

You May Like

Pin It on Pinterest