ଡିଜିଟାଲ ମାଧ୍ଯମରେ ଅର୍ଥ ଘୋଟାଲାର ତଦନ୍ତ ବିଷୟରେ ଭିଜିଲାନ୍ସ ପକ୍ଷରୁ ୨ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି…

ପ୍ରମୋଦ ନାୟକ(ଭୁବନେଶ୍ୱର):ଭୁବନେଶ୍ୱର ସ୍ଥିତ ସୁର୍ଯ୍ୟନଗର ଠାରେ ଥିବା ରାଜ୍ୟ ଭିଜିଲାନ୍ସ ଏକାଡେମୀ ର ସମ୍ମିଳନୀ କକ୍ଷରେ ଡିଜିଟାଲ ଦୁନିଆରେ ହେଉଥିବା ଅର୍ଥିକ କାରବାର ଏବଂ ଏଥିରେ ହେଉଥିବା ଘୋଟାଲା ର ତଦନ୍ତ କିପରି କରାଯିବ ସେହି ବିଷୟରେ ଭିଜିଲାନ୍ସ ପକ୍ଷରୁ 2 ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |

ବିଭିନ୍ନ ଦୁର୍ନୀତି ଘଟଣାରେ ଓଡିଶା ଭିଜିଲାନ୍ସ କିପରି ନିଜର କାର୍ଯ୍ୟ କରିଛି ଏବଂ ଆଗକୁ କଣ ଚ୍ୟାଲେଞ୍ଜ ଆସୁଛି ସେହି ବିଷୟରେ ଅନେକ ପରାମର୍ଶ ଦେଉଥିଲେ ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ତଥା ଆଇପିଏସ ଅଫିସର ଯଶବନ୍ତ କୁମାର ଜେଠୱା ।

ଏହା ସହ କ୍ରିପ୍ଟୋ କରେନ୍ସୀ ଏବଂ ଡିଜିଟାଲ ସମ୍ପତ୍ତି ସହିତ ଦୁର୍ନୀତି ମାମଲା ର ତଦନ୍ତ କିପରି କରାଯିବ । କିପରି ଇଣ୍ଟରନେଟ ଦୁନିଆରେ ହେଉଥିବା ଆର୍ଥିକ କାରବାର ରେ ଇଣ୍ଟରନେଟର ଏକ କଳା ଦୁନିଆ ସାମିଲ ଅଛି। ଏହା କେଉଁଠାରୁ ଅପରେଟ ହେଉଛି । କେଉଁଠାରୁ ବିଭିନ୍ନ ଘୋଟାଲା ଏବଂ ବିଭିନ୍ନ ଦୁର୍ନୀତି କାରବାର ଚାଲିଛି । କିପରି ସବୁ ବର୍ଗର ଲୋକ ଏହି ଠକାମିର ଶିକାର ହେଉଛନ୍ତି। ଡିଜିଟାଲ ଦୁନିଆର ଘଟୁଥିବା ଆର୍ଥିକ ଠକାମୀ ବିଷୟରେ ଭିଜିଲାନ୍ସ ଅଫିସର ମାନଙ୍କୁ ସଚେତନ କରାଇଥିଲେ ଓଡ଼ିଶା ଦକ୍ଷତା ବିକାଶର ଅଧକ୍ଷ୍ୟ ସୁବ୍ରତ ବାଗଚି।

ଭିଜିଲାନ୍ସ ପକ୍ଷରୁ ଡିଜିଟାଲ ଦୁର୍ନୀତି ରୋକିବା ପାଇଁ ଏହି 2 ଦିନିଆ କର୍ମଶାଳା ରେ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ଆଇପିଏସ ଅଫିସର ଯଶବନ୍ତ କୁମାର ଜେଠୱା , ଓଡ଼ିଶା ଦକ୍ଷତା ବିକାଶର ଅଧକ୍ଷ୍ୟ ସୁବ୍ରତ ବାଗଚି , ରାଜ୍ୟ ଭିଜିଲାନ୍ସ ଏକାଡେମୀ ର ଡାଇରେକ୍ଟର ଅସିତ୍ କୁମାର ପାଣିଗ୍ରାହୀ ଙ୍କ ସମେତ ବିଭିନ୍ନ ଭିଜିଲାନ୍ସ ଅଧିକାରୀ ଉପସ୍ଥିତ ଥିବା ସହ ଭର୍ଚୁଆଲ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଭିଜିଲାନ୍ସ ଅଫିସର ମାନେ ଯୋଡ଼ି ହୋଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ODI ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି...

Sat Jan 21 , 2023
ବାସ୍ତବ ବ୍ୟୁରୋ: ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ODI ସିରିଜର ଦ୍ୱିତୀୟ ମ୍ୟାଚରେ ୮ ୱିକେଟରେ ପରାସ୍ତ କରିଛି । ଏହା ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨ -୦ ଅଗ୍ରଣୀ ହାସଲ କରିଛି। ସିରିଜର ଶେଷ ମ୍ୟାଚ୍ ୨୪ ଜାନୁଆରୀରେ ଇନ୍ଦୋରରେ ଖେଳାଯିବ । ରାୟପୁରରେ ଆଜି ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ […]

You May Like

Pin It on Pinterest