ଆଜିର ସୃଜନୀ ପକ୍ଷରୁ ମହିଳା ସଚେତନତା ଉପରେ ଆଲୋଚନା ଚକ୍ର….

ପ୍ରମୋଦ ନାୟକ( ଭୁବନେଶ୍ବର)୨୧/୦୧:ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ଆନୁକୁଲ୍ୟରେ ତଥା ଆଜିର ସୃଜନୀର ମିଳିତ ସହଯୋଗରେ ଏକ ମହିଳା ଆଲୋଚନା ଚକ୍ର ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଆଜିର ସୃଜନୀର ପ୍ରତିଷ୍ଠାତ୍ରୀ ସୁଜାତା ନନ୍ଦଙ୍କ ପ୍ରାରମ୍ଭିକ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଗାୟତ୍ରୀ ମହାନ୍ତି, କବୀ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ସେବା ମହାପାତ୍ର ଏବଂ ଭେଷଜ ବିଜ୍ଞାନ ବିଶେଷଜ୍ଞ ସଙ୍ଘମିତ୍ରା ପତି ଅତିଥି ଭାବରେ ଯୋଗଦେଇଥିଲେ ।

ଏହି ଆଲୋଚନା ଚକ୍ରରେ ଡାକ୍ତର ମହାପାତ୍ର ଆଇଭିଏଫ୍ ଓ ସରୋଗେସି ବିଷୟରେ ଆଲୋଚନା କରିଥିବା ବେଳେ ଡାକ୍ତର ମହାନ୍ତି ଋତୁସ୍ରାବ ଓ ମେନୋପଜ ଉପରେ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ଡାକ୍ତର ପତି କ୍ୟାଲୋରି ଓ ସୁତି ସାନିଟାରୀ ନାପକିନ୍ ବିଷୟରେ ଆଲୋଚନା କରିଥିଲେ।

ମଞ୍ଜୁଳା ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମକୁ ସ୍ଵର୍ଣ୍ଣପ୍ରଭା ଦାସ ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଜିର ସୃଜନୀର ସମ୍ପାଦିକା ସୁଜାତା ରାୟ ଓ ସାଂସ୍କୃତିକ ସମ୍ପାଦିକା ଜ୍ୟୋତ୍ସ୍ନା ମହାରଣାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ମହିଳାମାନେ ଯୋଗ ଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୁଗୁଲ୍, ଆମାଜନ, ଫେସବୁକ୍ ପରି ବଡ କମ୍ପାନୀଗୁଡିକରେ କାହିଁକି ଚାଲିଛି ଛଟେଇ ପର୍ବ?

Sun Jan 22 , 2023
ବାସ୍ତବ ବ୍ୟୁରୋ : ଗୁଗୁଲ୍, ଆମାଜନ, ଫେସବୁକ୍ ପରି ବଡ କମ୍ପାନୀଗୁଡିକରେ କାହିଁକି ଚାଲିଛି ଛଟେଇ ପର୍ବ? କିଛି ମାସ ମଧ୍ୟରେ ୮୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛନ୍ତି। ଦୁନିଆର ବଡ ଟେକ୍ନୋଲୋଜି କମ୍ପାନୀଗୁଡିକରେ ଛଟେଇ ମଧ୍ୟରେ ଗୁଗୁଲର ମାମଲା ସର୍ବଶେଷ ଅଟେ। ଗତ କିଛି ଦିନ ମଧ୍ୟରେ ମାଇକ୍ରୋସଫ୍ଟ, ଟ୍ୱିଟର, ଫେସବୁକ୍ ପରି […]

You May Like

Pin It on Pinterest