ପୁଣି ଗଡ଼ିଲା ‘ଓଲା’ କ୍ୟାବ୍‌ (ଜରୁରୀକାଳୀନ ସେବା)

ବାସ୍ତବ ବ୍ୟୁରୋ-ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ହେଲା ପରେ ‘ଓଲା’ର ସବୁ ସେବା ମଧ୍ୟ ବନ୍ଦ ହୋଇଯାଇଥିଲା । ଯଦି ବା ଲୋକେ ଲକ୍‌ଡାଉନ୍‌ରେ ଘରେ ଅଛନ୍ତି କିନ୍ତୁ ଲକଡାଉନ୍ ସମୟରେ ବରିଷ୍ଠ ନାଗରିକ ଅଥବା ଜରୁରୀଭାବେ ସ୍ବାସ୍ଥ୍ୟସେବା ଆବଶ୍ୟକ କରୁଥିବା ବ୍ୟକ୍ତି ଯେଉଁମାନେ ଡାକ୍ତରଖାନା କୁ ଯିବା ଆସିବା ପାଇଁ ‘ଓଲା’ କ୍ୟାବ୍‌ ସେବା ଉପରେ ନିର୍ଭର କରୁଥିଲେ, ଏହି ସେବା ବନ୍ଦ ହୋଇଯିବା ପରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେବେ,ସୂଚନା ଅନୁଯାଇ ଏହି ସେବା ପୁଣି ଆରମ୍ଭ ହେଇଛି।

ରବିବାର କିଛି ଓଲା ଗାଡ଼ିକୁ ପାସ୍‌ ଦିଆଯାଇଥିବା ସୂଚନା ମିଳିଛି। ଲକ୍‌ଡାଉନ୍‌ରେ କେବଳ ଟ୍ବିନ୍‌ ସିଟିରେ ଚଳାଚଳ ଲାଗି ଏହି ପାସ ଦିଆଯାଇଛି। ଅପରାହ୍ନ ୩ଟା ସୁଦ୍ଧାର ୨ ସହର ଲାଗି ୧୦୦ଟି ଗାଡ଼ିକୁ କମିଶନରେଟ ପୋଲିସ ରବିବାର ପାସ୍‌ ଦିଆଯାଇଛି। ସ୍ବାସ୍ଥ୍ୟ ସେବା ଭଳି ଜରୁରିକାଳୀନ ସେବାରେ ଏହି ଗାଡ଼ି ନିୟୋଜିତ ହେବ। କେବଳ ଅସୁସ୍ଥମାନଙ୍କୁ ମେଡିକାଲ ନେବା ଆଣିବା କାର୍ଯ୍ୟ କରିବାକୁ ଏହି ପାସ ଦିଆଯାଇଛି। ତେବେ ସତର୍କତାମୂଳକ ପଦକ୍ଷେପ ଦୃଷ୍ଟିରୁ କେବଳ ଦୁଇଜଣ ଯାତ୍ରୀ ଏଥିରେ ଯାଇପାରିବେ ବୋଲି କୁହାଯାଇଛି। ସେମାନେ ନିଜ ଘରୁ ଡାକ୍ତରଖାନାକୁ ଓ ଡାକ୍ତରଖାନାରୁ ଘରକୁ ଆସିପାରିବେ। ଏଥିସହ ‘ଓଲା’ ପକ୍ଷରୁ ଏକ ଡାକ୍ତରଖାନା ତାଲିକା ମଧ୍ୟ ଦିଆଯାଇଛି। ସୂଚନା ଅନୁସାରେ, କେବଳ ଦୁଇ ଜଣ ଗାଡ଼ିରେ ଯାଇପାରିବେ ଏବଂ ଯାତ୍ରାକାଳରେ ସାମାଜିକ ଦୂରତା ମଧ୍ୟ ଅବଲମ୍ବନ କରାଯିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ଅଧିକାଂଶ ଯୁବବର୍ଗ ବିପଦରେ

Sun Apr 12 , 2020
ବାସ୍ତବ ବ୍ୟୁରୋ- ଦିନକୁ ଦିନ ରାଜ୍ୟରେ କରୋନା (କୋଭିଡ-୧୯) ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ରବିବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଫିସିଆଲ୍ ଟୁଇଟରରେ ଦିଆଯାଇଥିବା ଏକ ତଥ୍ୟରୁ ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟରରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ […]

You May Like

Pin It on Pinterest