
ଜୟସେନ୍ ରଇତ(ମୋହନା)୨୩/୦୧/୨୩:ଗଜପତି ଜିଲ୍ଲା ମୋହନା ଥାନା ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ଅପରାଧୀ କୁ ଗୋଡ଼ାଇ ପୋଲିସ ଗାଡି ହୋଇଛି ଦୁର୍ଘଟଣାଗ୍ରସ୍ତ l ଏକ ଗଞ୍ଜେଇ ବୋଝେଇ କାର କୁ ୧୧୨ ପୋଲିସ ଗାଡି ଗୋଡାଉଥିବା ବେଳେ ଗଂଜେଇ ବୋଝେଇ କାର ଟି ଅତି ଦ୍ରୁତ ଗତିରେ ଆଗକୁ ଆଗକୁ ଯାଉଥିଲା l ଫଳରେ ରାସ୍ତା ରେ ପ୍ରବଳ ମାତ୍ରାରେ ଧୂଳି ହେବାରୁ ପୋଲିସ ଗାଡ଼ିକୁ ଆଉ ରାସ୍ତା ଦେଖାଯାଇନଥିଲା l ଯାହା ଫଳରେ ପୋଲିସ ଗାଡିର ଡ୍ରାଇଭର ବ୍ରେକ ମାରିବାକୁ ବାଧ୍ୟ ହୋଇଥିଲେ l
ଫଳରେ ଗାଡିଟି କୀର୍ତିଙ୍ଗ ଗାଁ ନିକଟରେ ଓଲଟି ପଡିଥିଲା l ଗାଡିଟି ଦୁର୍ଘଟଣା ଘଟିବା ଫଳରେ ମୋହନା ଥାନା ଏସଆଇ ଏଲ ଭି ପ୍ରସାଦ ଙ୍କ କାନ୍ଧରେ ଆଘାତ ଲାଗିଛି l ଏଲ ଭି ଙ୍କୁ ମୋହନା ଥାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଛି l ତେବେ ଗଂଜେଇ ବୋଝେଇ କାରଟି ଘଟଣା ସ୍ଥଳରୁ ଚମ୍ପଟ ମାରି ଚନ୍ଦ୍ରଗିରି ଅଭିମୁଖେ ଚାଲିଯାଇଥିବା ଜଣାପଡିଛି । ମୋହନା ପୋଲିସ ଘଟଣାର ତଦନ୍ତ କରୁଛି ।