
ସଂଜୟ ଶତପଥୀ(କଟକ): ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ମହିଳାମାନଙ୍କ ଲାଗି “ମହିଳା ସଶକ୍ତିକରଣ ଓ ନାରୀ ସୁରକ୍ଷା ତଥା ଗାଁ କୁ ସମ୍ମାନ,ମାଆକୁ ସମ୍ମାନ ” ଡାକରା ରାଜ୍ୟରେ କେତେ ସଫଳ ହୋଇଛି ତାହାର ଏକ ନମୁନା ଆଜି ଦେଖିବାକୁ ମିଳିଛି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ।
କଟକ କମିଶନରେଟ୍ ପୋଲିସ୍ ଅଧିନସ୍ଥ ଜଗତପୁର ଅଞ୍ଚଳର ଏହି ନିଃସହାୟ ବାପାମାଆ ଗତ ଏକ ମାସ ତଳୁ ନିଜର ନିଖୋଜ ନାବାଳିକା କନ୍ୟାର ଉଦ୍ଧାର ଲାଗି ଜଗତପୁର ଥାନାରେ ଏତଲା ଦେବା ସହ ବହୁବାର ଥାନାକୁ ଯିବା ଏବଂ ଥାନା ପକ୍ଷରୁ ବିନା କୌଣସି କାର୍ଯ୍ୟାନୁଷ୍ଠାନ ବଦଳରେ ପ୍ରତିଶ୍ରୁତି ଛଡ଼ା ଅନ୍ୟ କିଛି ନ ପାଇ କଟକ କମିଶନରେଟ୍ ପୋଲିସ୍ ଉପ-ଆୟୁକ୍ତ ଙ୍କୁ ଜଣାଇବା ପରେ କିଛି ସୁଫଳ ନପାଇବାରୁ, ନିରାଶ ହୋଇ କଟକର ଜଣେ ଜଣାଶୁଣା ସମାଜସେବୀ ତଥା ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘ ର ରାଷ୍ଟ୍ରୀୟ ପ୍ରଭାରୀ ଶ୍ରୀ ସଞ୍ଜିତ୍ ସାମଲଙ୍କୁ ଏହି ବିଷୟରେ ଜଣାଇବା ପରେ ଆଜି ଶ୍ରୀ ସାମଲଙ୍କ ନେତୃତ୍ବରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘ ର ଏକ ପ୍ରତିନିଧି ଦଳ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଏହି ଘଟଣାକୁ ଗୁରୁତର ସହ ନେବା ସହ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ଓ ନିଖୋଜ ନାବାଳିକାକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ନିଃସହାୟ ବାପାମାଆଙ୍କୁ ହସ୍ତାନ୍ତର କରିବା ଲାଗି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଶ୍ରୀ ସାମଲ ଙ୍କ ସହ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଦିଲ୍ଲୀପ ଜେନା, ରାଜ୍ୟ ସମ୍ପାଦକ ଶ୍ରୀ ପ୍ରହ୍ଲାଦ ମହାରଣା, ରାଜ୍ୟ ସମ୍ପାଦକ ମୁରସିଦ୍ ଅଲ୍ଲୀ, ନିଖୋଜ ନାବାଳିକା କନ୍ୟାର ବାପାମାଆ ଓ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି କ୍ଯାଣ୍ଟନମେଣ୍ଟ ଥାନା ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।