ରାଜ୍ୟରେ ଅଧିକାଂଶ ଯୁବବର୍ଗ ବିପଦରେ

ବାସ୍ତବ ବ୍ୟୁରୋ- ଦିନକୁ ଦିନ ରାଜ୍ୟରେ କରୋନା (କୋଭିଡ-୧୯) ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ରବିବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଫିସିଆଲ୍ ଟୁଇଟରରେ ଦିଆଯାଇଥିବା ଏକ ତଥ୍ୟରୁ ସାଂଘାତିକ ଘଟଣା ସାମ୍ନାକୁ ଆସିଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟରରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ରାଜ୍ୟର ଯୁବବର୍ଗ ଅର୍ଥାତ ୧୫ରୁ ୪୦ ବର୍ଷ ବୟସର ବ୍ୟକ୍ତି କରୋନାରେ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଯୁବପିଢୀ ଉପରେ ବିପଦର ମାତ୍ରା ବଢ଼ିଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ଚିହ୍ନଟ ୫୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୨ ପ୍ରତିଶତ ଅର୍ଥାତ ୨୮ଜଣ ହେଉଛନ୍ତି ୧୫ରୁ ୪୦ ବର୍ଷ ବୟସ ମଧ୍ୟରେ । ସେହିପରି ୪୧ରୁ ୬୦ ବର୍ଷ ବୟସର ୧୩ଜଣ କରୋନା ଫଳରେ ଆକ୍ରାନ୍ତ ହୋଇଛନ୍ତି । ଅର୍ଥାତ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ପ୍ରତିଶତ ୪୧ରୁ ୬୦ ବର୍ଷ ବୟସର ବୋଲି ସୂଚନା ଦିଆଯାଇଛି । ରାଜ୍ୟରେ ୦ରୁ ୧୪ ବର୍ଷ ବୟସର ୮ଜଣ ଆକ୍ରାନ୍ତ ହୋଇଛନ୍ତି । ଏହା ମୋଟ ଆକ୍ରାନ୍ତଙ୍କ ୧୫ ପ୍ରତିଶତ ବୋଲି ଦର୍ଶାଯାଇଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୬୦ ବର୍ଷ ବୟସରୁ ଊଦ୍ଧ୍ୱର୍ ବ୍ୟକ୍ତି ମୋଟ ଆକ୍ରାନ୍ତଙ୍କ ମାତ୍ର ୯ ପ୍ରତିଶତ ଅର୍ଥାତ ୫ ଜଣ ଚିହ୍ନଟ ହୋଇଥିବା ଟୁଇଟରରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Apr 13 , 2020
୧-ପାକ୍ ର ପୁଣି ଅସ୍ତ୍ର ବିରତି ଉଲଂଘନ, ତିନି ଭାରତୀୟ ନାଗରିକ ମୃତ,୧୫ ପାକ୍ ସୈନିକ ଓ ୮ ଆତଙ୍କବାଦୀ ନିପାତ। ୨-ଆଜି ଚଳିବ ପାଞ୍ଜି,ଜମିବନି ପଣା ,ଫିକାପଡିବ ବିଷୁବ ମିଳନ। ୩-ଅର୍ଥନୀତିକୁ ଗତିଶୀଳ ଲାଗି ଯୋଜନା – ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ୍‌ରେ ବିଭକ୍ତ ହେବ ଦେଶ। ୪-ଲକଡାଉନ ଭିତରେ ଭୁବନେଶ୍ୱର ଓ କଟକରେ ଚାଲିବ ଓଲା । ୧୦୦ଟି ଓଲା କ୍ୟାବକୁ କମିଶନରେଟ ପୁଲିସ ଅନୁମତି […]

You May Like

Pin It on Pinterest