
ବାସ୍ତବ ବ୍ୟୁରୋ(ଦେବକାନ୍ତ ମହାନ୍ତି): ଆଜି ଦେଶ ପାଳୁଛି ୭୪ତମ ଗଣତନ୍ତ୍ର ଦିବସ। ବିଶ୍ବର ଯେଉଁ କୋଣରେ ଥିଲେ ବି ଏହି ଦିବସକୁ ନେଇ ଗର୍ବ କରୁଛି ପ୍ରତ୍ୟେକ ଭାରତୀୟ। ଦୀର୍ଘ ୨୦୦ବର୍ଷର ଶାସନ ପରେ ୧୯୪୭ ରେ ଭାରତ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା। ୧୯୫୦ମସିହା ଆଜିର ଦିନରେ ଦେଶରେ ସମ୍ବିଧାନ ପ୍ରଣୟନ ହୋଇଥିବା ବେଳେ ଦେଶବାସୀ ନିଜ ଶାସନ ଡୋରି ନିଜ ହାତକୁ ନେଇଥିଲେ। ଯେଉଁ ସ୍ବର୍ଣ୍ଣିମ ମୂହୁର୍ତ୍ତକୁ ମନେ ରଖିବା ପାଇଁ ପ୍ରତିବର୍ଷ ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସ ପାଳନ ହୋଇ ଆସୁଛି।
ଆଜିର ୭୪ତମ ଗଣତନ୍ତ୍ର ଦିବସ ଅବସରରେ ଚାନ୍ଦବାଲିରେ ପ୍ରେସ କ୍ଲବ ପକ୍ଷରୁ ମୁଖ୍ୟ ଅଥିତି ଭାବେ ଚାନ୍ଦବାଲି ଏସଡିପିଓ ପହଂଚି ଜାତୟ ପତାକା ଉତ୍ତଳନ କରିଥିବା ବେଳେ ବିଶେଷ ଅତିଥି ଭାବେ ଚାନ୍ଦବାଲି ଥାନା ଅଧିକାରୀ ଯୋଗ ଦେଇଥିଲେ l ଏହି ବିଶେଷ ଦିବସରେ ଚାନ୍ଦବାଲିର ପ୍ରେସ କ୍ଲବ ସମସ୍ତ କାର୍ଯ୍ୟକତା ଉପସ୍ଥିତ ଥିଲେ l