କଟକର ଭାଇଚାରାର ସମ୍ପର୍କ ବଜାୟ ରଖିବାକୁ ୭୪ତମ ସାଧାରଣତନ୍ତ୍ର ଦିବସରେ ବାର୍ତ୍ତା ବାଣ୍ଟିଲେ ସମାଜସେବା

ସଂଜୟଶତପଥୀ(କଟକ): ଆଜି ପବିତ୍ର ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କଟକ ମେରିଆବଜାରର ଦୁଇ ସମାଜସେବୀ ଅନୁଷ୍ଠାନ ସ୍ବଃ ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ଓ ସ୍ବଃ ଯଦୁମଣି ମଙ୍ଗରାଜ ସ୍ମୃତି ସଂସଦ ପକ୍ଷରୁ ମିଳିତ ଭାବେ ୭୪ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ମେରିଆବଜାର ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ବିଶିଷ୍ଟ ସମାଜସେବୀ ଶ୍ରୀ କିଶୋର କୁମାର ମଙ୍ଗରାଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଶ୍ରୀ କାମଶ୍ବର ରାଓ ଓ ସମ୍ମାନୀତ ଅତିଥି ଭାବେ ଶ୍ରୀ ମାନସ କୁମାର ମଙ୍ଗରାଜ ଯୋଗଦେଇଥିଲେ। ପ୍ରଥମେ ସଭାପତିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଜାତୀୟ ସଙ୍ଗୀତ ଗାନ କରାଯାଇଥିବା ଏବଂ ପରେ ପରେ ଉପସ୍ଥିତ ସ୍ଥାନୀୟ ବାସିନ୍ଦାଙ୍କର ଦେଶବନ୍ଦନା ଓ ସ୍ଲୋଗାନ ସହ ପ୍ରଭାତଫେରୀ କାର୍ଯ୍ୟକ୍ରମ ଉତ୍ସବକୁ ବହୁ ଆକର୍ଷଣୀୟ କରିଥିଲା। ସଭାପତି କଟକ ଏକ ଭାଇଚାରାର ସହର।

ତେଣୁ ଏହି ଭାଇଚାରାର ସମ୍ପର୍କକୁ ସମସ୍ତ କଟକିଆ ସଦାସର୍ବଦା ବଜାୟ ରଖିବା‌ ସହ ନିଜ ନିଜ ମଧ୍ୟରେ ଉତ୍ତମ ସମ୍ପର୍କ ରଖିବାକୁ ନିଜ ବକ୍ତବ୍ୟରେ ନିବେଦନ କରିଥିଲେ। କର୍ପୋରେଟର ଶ୍ରୀ ରାଓ କଟକକୁ‌ ସଦାସର୍ବଦା ଏକ‌ନମ୍ବର ସହର କରି ତୋଳିବାକୁ କଟକ ବାସୀଙ୍କୁ ନିବେଦନ କରିଥିଲେ।ଅବଶେଷ ରେ ଶ୍ରୀ ମାନସ କୁମାର ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲିରେ ପ୍ରେସ କ୍ଲବ ପକ୍ଷରୁ ୭୪ତମ ଗଣତନ୍ତ୍ର ଦିବସ ପାଳନ, ଜାତୀୟ ପତାକା ଉତ୍ତଳନ କଲେ ଚାନ୍ଦବାଲି ଏସଡିପିଓ....

Thu Jan 26 , 2023
 ବାସ୍ତବ ବ୍ୟୁରୋ(ଦେବକାନ୍ତ ମହାନ୍ତି): ଆଜି ଦେଶ ପାଳୁଛି ୭୪ତମ ଗଣତନ୍ତ୍ର ଦିବସ। ବିଶ୍ବର ଯେଉଁ କୋଣରେ ଥିଲେ ବି ଏହି ଦିବସକୁ ନେଇ ଗର୍ବ କରୁଛି ପ୍ରତ୍ୟେକ ଭାରତୀୟ। ଦୀର୍ଘ ୨୦୦ବର୍ଷର ଶାସନ ପରେ ୧୯୪୭ ରେ ଭାରତ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା। ୧୯୫୦ମସିହା ଆଜିର ଦିନରେ ଦେଶରେ ସମ୍ବିଧାନ ପ୍ରଣୟନ ହୋଇଥିବା ବେଳେ ଦେଶବାସୀ ନିଜ ଶାସନ ଡୋରି ନିଜ ହାତକୁ ନେଇଥିଲେ। ଯେଉଁ ସ୍ବର୍ଣ୍ଣିମ ମୂହୁର୍ତ୍ତକୁ […]

You May Like

Pin It on Pinterest