ପବିତ୍ର ୭୪ତମ ସାଧାରଣତନ୍ତ୍ର ଦିବସରେ ବରିଷ୍ଠ ଚିକିତ୍ସକମାନଙ୍କର ସେବା ମନୋବୃତ୍ତିର ବାର୍ତ୍ତା…

ସଂଜୟ ଶତପଥୀ(କଟକ): ଆଜି ପବିତ୍ର ୭୪ତମ ସାଧାରଣତନ୍ତ୍ର ଦିବସ ସାରା ଦେଶରେ ପାଳନ କରାଯାଉଥିବା ବେଳେ କଟକ ସହରର ମଙ୍ଗଳାବାଗ କାଠଗୋଲା ସାହିରେ କଟକର ବହୁ ଖ୍ୟାତନାମା ଓ ବରିଷ୍ଠ ଚିକିତ୍ସକ ତଥା ସହକାରୀ ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ମେଟ୍ରୋ ମନୋରମା ଓ୍ବେଲଫେୟାର ସୋସାଇଟି ପକ୍ଷରୁ ଏହି ଦିବସ ମହାସମାରୋହରେ ସୋସାଇଟି ପରିସରରେ ପାଳିତ ହୋଇଯାଇଛି।

ସୋସାଇଟିର ସଭାପତି ଡ଼.ବି.କେ.ଦାସ ଏହି ସାଧାରଣତ ଦିବସରେ ଜାତୀୟ ପତାକା ଉନ୍ମୀଳନ କରି ବାର୍ତ୍ତା ମାଧ୍ୟମରେ ସମସ୍ତ ଚିକିତ୍ସକ ଓ ସହକାରୀମାନେ ସଦାସର୍ବଦା ମାନବ ସେବା ମନୋବୃତ୍ତି ରଖିବା ସହ ଦେଶମାତୃକାର ସେବା କରିବା ଲାଗି ଆଜିର ଦିବସରେ ପଣ ରଖିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।

ସହ-ସମ୍ପାଦକ ଡ.ଅଶ୍ରୁମୋଚନ ସାହୁ”ମାନବ ସେବା ହିଁ ମାଧବ ସେବା”ବୋଲି ଉଲ୍ଲେଖ ଥୂବା ଉପଦେଶ ଉପରେ ସମସ୍ତେ ଗୁରୁତ୍ୱ ଦେଲେ ଆମ ଜନ୍ମମାଟି ଆହୁରି ଆଗକୁ ବଢ଼ିବ ବୋଲି ମତ ରଖିଥିଲେ। ସମ୍ପାଦକ ଶ୍ରୀ ସରୋଜ ଶତପଥୀ ଚିକିତ୍ସକମାନେ କୈାଣସି ରାଜନୈତିକ ଦଳର ଚାପରେ ବଶବର୍ତ୍ତୀ ନ ହୋଇ ନିରବଚ୍ଛିନ୍ନ ଭାବେ ସେବା କରିବାର ମନୋବୃତ୍ତିକୁ ଆପଣେଇବାକୁ ନିବେଦନ କରିଥିଲେ।

ଅବଶେଷରେ ଉପ-ସଭାପତି ଶ୍ରୀ ଏନ୍.ସି.ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ପବିତ୍ର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଡ.ସୁଶୀଲ୍ ନାୟକ ସଦସ୍ୟ ଶକ୍ତି ପ୍ରସାଦ ସ୍ବାଇଁ, ଡ.ଦିପକ ବେହେରା,ଡ.ଭଞ୍ଜକିଶୋର ନାୟକ, ଶ୍ରୀ ସୁବାସ ଚନ୍ଦ୍ର ନାୟକ, ଶ୍ରୀ ବୁଦ୍ଧନାଥ ସ୍ବାଇଁ, ଶ୍ରୀ ରାଜେନ୍ଦ୍ର ପ୍ରଧାନଙ୍କ ସହ ବହୁ କର୍ମୀ ଯୋଗ ଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଣ୍ଡର ୧୯ ମହିଳା ଟି -୨୦ ବିଶ୍ୱକପ ଫାଇନାଲରେ ଭାରତ: ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇଲା

Fri Jan 27 , 2023
ବାସ୍ତବ ବ୍ୟୁରୋ:ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଶୁକ୍ରବାର ଦିନ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ତ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ ହରାଇ ମାତ୍ର ୧୦୭ ରନ କରିଥିଲା। ଏହାର ଜବାବରେ ଭାରତୀୟ ମହିଳା ଦଳ ଓପନର […]

You May Like

Pin It on Pinterest