
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨୭-୧-୨୦୨୩:ବିକାଶ ପଥେ ଚାନ୍ଦବାଲି ଏନ ଏ ସି । ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଚାନ୍ଦବାଲି ଏନ ଏ ସି ବାଲିଗାଁର ୧୧ ନମ୍ବର ୱାର୍ଡ଼ରେ ଅର୍ଜୁନ ପାର୍କ ଓ ମିଶନ ଶକ୍ତି ଗୃହର ଶୁଭ ଉଦଘାଟାନ କଲେ ଚାନ୍ଦବାଲି ବିଧାୟକ ।

ଉକ୍ତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ଚାନ୍ଦବାଲି ବିଧାୟକ ଡ଼ ବ୍ୟମୋକେଶ ରାୟ, ଏନ ଏ ସି ଅଧ୍ୟକ୍ଷା ଶାନ୍ତଲତା
ସେଠୀ, ଜିଲ୍ଲା ପରିଷଦ ରଂଜନ ସାହୁ ଏନ ଏ ସି ଅଧ୍ୟାକାରୀ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ପାର୍କ ହେବା ଫଳରେ ଛୋଟ ଛୋଟ ପିଲାମାନଙ୍କ ଶାରୀରିକ ଓ ମାନସିକ ବିକାଶ ଘଟିବ ଏବଂ ମହିଳାମାନେ ସ୍ୱାବଲମ୍ବୀ , ସଂଗଠିତ ହେବା ପାଇଁ ମିଶନ ଶକ୍ତି ଗୃହ ସହାୟକ ହେବ ବୋଲି ବିଧାୟକ ମତ ରଖିଥିଲେ ।