ଲକଡାଉନ୍ ସମୟ ରେ କୋହଳହେଇଥବା କିଛି ନିୟମ

 ବାସ୍ତବ ବ୍ୟୁରୋ-ଆଜି ରିଲିଫ୍ କମିଶନର୍ ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ତାଲାବନ୍ଦ ଅବଧି ସଫଳ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୩୦ଯାଏଁ ତାଲାବନ୍ଦ କଟକଣା ବଳବତ୍ତର ରହିବ । ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିୟମରେ କିଛି ପରିବର୍ତ୍ତନ କରାଯାଇଛି ବୋଲି ସେ କହିଛନ୍ତି ।

ଏପ୍ରିଲ ୧୫ପରଠାରୁ ରବି ଫସଲ ଉତ୍ପାଦନ ଆରମ୍ଭ ହେବ । କୃଷି ଓ ଉଦ୍ୟାନ କ୍ଷେତ୍ରରେ ସରକାର ନିଷ୍ପତ୍ତି ଆଣିଛନ୍ତି । ଚାଷୀମାନେ ଧାନ ବୁଣିବା ଏବଂ ଅମଳ କରିପାରିବେ । ଚାଷ କାର୍ଯ୍ୟରେ ବ୍ୟବହୃତ ସମସ୍ତ ଯନ୍ତ୍ରପାତି ମଧ୍ୟ ବ୍ୟବହାର ହୋଇପାରିବ । ସାର, କୃଷିଯନ୍ତ୍ରପାତି ସହ ଜଡ଼ିତ ଦୋକାନ ମଧ୍ୟ ଖୋଲା ରଖାଯିବା ନେଇ ନିଷ୍ପତ୍ତି ହୋଇଛି ।

ଏହାସହ ରାଜ୍ୟରେ ଥିବା ଶୀତଳଭଣ୍ଡାର ଓ ଗୋଦାମ କାମ କରିବ । କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଉତ୍ପାଦନ ଜାରି ରହିବ । ଚାଷୀଙ୍କୁ ଖରିଫ ଲୋନ୍ ପାଇଁ ବ୍ୟାଙ୍କଗୁଡ଼ିକ ସେବା ଯୋଗାଇବେ । ରବି ଧାନ ଅମଳ ହେଉଥିବା ସ୍ଥାନରେ ମଣ୍ଡି ଖୋଲା ରହିବ । ମଣ୍ଡିରୁ ଧାନ କିଣିବା ପାଇଁ ଟ୍ରକ-ଟ୍ରାକ୍ଟର ଚଳାଚଳ କରିପାରିବ । ଲକ ଡାଉନରେ ମତ୍ସ୍ୟ ପାଳନ ଓ ଚାଷ କାର୍ଯ୍ୟ ଚାଲୁ ରହିବ । ଅଣ୍ଡା, ମାଛ, ମାଂସ, ଦୁଗ୍ଧ ବ୍ୟବସାୟ ଜଡ଼ିତ ସମସ୍ତ କାର୍ଯ୍ୟ ଚାଲୁ ରହିବ ବୋଲି ପ୍ରଦୀପ ଜେନା କହିଛନ୍ତି । ଫୁଡ଼୍ ପ୍ରୋସେସିଂ, ପ୍ୟାକେଜିଂ କାମ ଚାଲୁ ରହିବ । ତାଲାବନ୍ଦ ସମୟରେ ସାମୁଦ୍ରିକ ମାଛ ଧରାରେ କଟକଣା ନାହିଁ । ଏହା ସହିତ ଜଡ଼ିତ ସମସ୍ତ କାର୍ଯ୍ୟ ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଛି । ମାଛ ଜାଲ କାରଖାନା ଗୁଡ଼ିକ ଖୋଲା ରହିବ । ଗ୍ରାମାଞ୍ଚଳରେ ନରେଗା କାର୍ଯ୍ୟକ୍ରମ ମଧ୍ୟ ଚାଲୁ ରହିବ ବୋଲି ସୂଚନା ମିଳିଛି ।

ଠିକ୍ ସେହିପରି ଲକଡାଉନ୍ ସମୟରେ ଢାବା ଓ ରେଷ୍ଟୁରାଣ୍ଟ ଚାଲୁ ରହିବ। ଲୋକେ ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବାରୁ ଖାଦ୍ୟ ମଗାଇପାରିବେ, ହେଲେ ସେଠି ବସି ଖାଇପାରିବେ ନାହିଁ ସବୁଠି ସାମାଜିକ ଦୂରତା ରକ୍ଷା କରାଯିବ ଓ ଏଥିରେ ବୁଝାମଣା କରାଯିବ ନାହିଁ ବୋଲି ସେ କହିଛନ୍ତି।

ଅପରପକ୍ଷରେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଜଡ଼ିତ ମରାମତି କାମ ହେବ, ବନୀକରଣ କାର୍ଯ୍ୟର ରକ୍ଷଣାବେକ୍ଷଣ କରାଯାଇପାରିବ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କାର୍ଯ୍ୟ କରିପାରିବେ। ଜିଲ୍ଲାପାଳ ନିଜର ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବେ ବୋଲି କହିଛନ୍ତି ବୋଲି ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ  – ଇ-କମର୍ସ, ଅନଲାଇନ ପ୍ଲାଟଫର୍ମରେ ଲୋକଙ୍କୁ ସେବା ମିଳିବ। ତେବେ ରାଜଧାନୀ ଭୁବନେଶ୍ବରରେ କୌଣସି ନିୟମ କୋହଳ କରାଯିବ ନାହିଁ  ଓ ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିବାକୁ ଯୋଜନା ରହିଛି ବୋଲି ସ୍ପଷ୍ଟଭାବେ କହିଛନ୍ତି  ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ,ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳ ହେଲା ଅବରୋଧ କଟକଣା ମୁକ୍ତ

Mon Apr 13 , 2020
ବାସ୍ତବ ବ୍ୟୁରୋ-କଟକ,ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଅବରୋଧ କଟକଣାକୁ ହଟେଇ ଦିଆଯାଇଛି । ଏହି ଅଞ୍ଚଳରେ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ କଟକଣା ହଟିଥିବା ନେଇ ସୂଚନା ମିଳିଛି । ଯାଜପୁରର ଆକ୍ରାନ୍ତ ଏହି ଦୁଇ ଅଞ୍ଚଳକୁ ଯାଇଥିବାରୁ କଟକଣା ଲାଗିଥିଲା । ଉଲ୍ଲେଖଯୋଗ୍ୟ ଯେ ମହମାରୀ କରୋନା ନେଇ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଏହି ମହାମାରୀ କବଳରୁ ବଞ୍ଚିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା […]

You May Like

Pin It on Pinterest