ଗ୍ରିନ୍ କରିଡରରେ, ସଂକଟାପନ୍ନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଆପୋଲୋ ଅଣାଗଲା…

ପ୍ରମୋଦନାୟକ(ଭୁବନେଶ୍ବର): ସଂକଟାପନ୍ନ ଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲକୁ ଅଣାଯାଇଛି। ବିମାନବନ୍ଦରରୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲ ଯାଏ ଗ୍ରିନ୍ କରିଡରରେ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିବାର ସୂଚନା ମିଳିଛି। ତେଣେ ଆପୋଲୋ ହସ୍ପିଟାଲରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ବିଜେଡି ନେତା ପହଞ୍ଚିଛନ୍ତି।

ଏପଟେ ଆପୋଲୋ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠିତ ହୋଇଛି। ଏହି ଦଳରେ ସର୍ଜରି, ଆନେସ୍ଥେସିଆ, ନ୍ୟୁରୋ, ମେଡିସିନ, କାର୍ଡିଆକ ଇତ୍ୟାଦି ବିଭାଗର ବରିଷ୍ଠ ଡାକ୍ତର ଅଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚିର ନିଦ୍ରାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ....

Sun Jan 29 , 2023
ବାସ୍ତବ ବ୍ୟୁରୋ: ଚିକିତ୍ସାଧୀନ ଅବସ୍ଥାରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ। ଭୁବନେଶ୍ବର ଆପୋଲେ ହସ୍ପିଟାଲରେ ରାଜ୍ୟର ଜଣାଶୁଣା ବିଶେଷଜ୍ଞ ଡାକ୍ତରମାନଙ୍କ ଏକ ଦଳ ବହୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ  ବଞ୍ଚାଇ ପାରିନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା। ସେ ୧୯୬୨ ମସିହା ଜାନୁଆରି ୭ ତାରିଖରେ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ। ଆଜି ମଧ୍ୟାହ୍ଣରେ ସେ ଏକ  କାର୍ଯ୍ୟକ୍ରମରେ ବ୍ରଜରାଜନଗର ଯାଇଥିବା […]

You May Like

Pin It on Pinterest